Masthead

ଗାନ୍ଧି କ୍ଷମା ମାଗନ୍ତି ନାହିଁ: ରାହୁଲ ଗାନ୍ଧି

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ସାଂସଦ ପଦ ରଦ୍ଦ ହେବାର ଦିନକ ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ରାହୁଲ ଗାନ୍ଧି କହିଛନ୍ତି ମୁଁ ସାବରକର ନୁହେଁ, ମୁଁ ଗାନ୍ଧି । ଗାନ୍ଧି କ୍ଷମା ମାଗନ୍ତି ନାହିଁ । ପ୍ରେସମିଟରେ ଆଦାନୀ ପ୍ରସଙ୍ଗ ଉଠାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି ରାହୁଲ ଗାନ୍ଧି । ସେ କହିଛନ୍ତି, ଆଦାନୀର ସେଲ କମ୍ପାନୀ ମାନଙ୍କ ପାଖକୁ ୨୦ହଜାର କୋଟି କେଉଁଠୁ ଆସିଲା । ତାହାର ତଦନ୍ତ ହେଉ । ଆଦାନୀ ଜଣେ ଭ୍ରଷ୍ଟ ବ୍ୟକ୍ତି ତାଙ୍କୁ ଭାରତର ପ୍ରଧାନମନ୍ତ୍ରୀ କାହିଁକି ବଞ୍ଚାଉଛନ୍ତି । ବିଜେପିର ଲୋକମାନେ କହୁଛନ୍ତି ଆଦାନୀ ଉପରେ ଆକ୍ରମଣ ଦେଶ ଉପରେ ଆକ୍ରମଣ । ଏବଂ ଆଦାନୀଙ୍କୁ ସମାଲୋଚନା କରିବାରୁ ମୋ ସଦସ୍ୟ ପଦ ରଦ୍ଦ କରାଯାଇଛି ବୋଲି କହିଛନ୍ତି ରାହୁଲ ଗାନ୍ଧି ।

ରାହୁଲ ଆହୁରି କହିଛନ୍ତି, କୋର୍ଟଙ୍କ ଦଣ୍ଡ ବିଧାନରେ ମୋତେ କୌଣସି ଫରକ ପଡ଼ୁନି । ସତ୍ୟ ପାଇଁ ଲଢେଇ ଜାରି ରହିବ । ଭାରତର ଗଣତନ୍ତ୍ରକୁ ବଞ୍ଚାଇବା ପାଇଁ ମୋ ଲଢେଇ ଜାରି ରହିବ । ମୋତେ ସଂସଦର ସଦସ୍ୟତା ମିଳୁ ବା ନ ମିଳୁ ମୁଁ ମୋ କାମ କରିବି । ସଂସଦ ଭିତରେ ହେଉ ବା ବାହାରେ ହେଉ ମୁଁ ମୋ କାମ କରିବିି । ପ୍ରେସମିଟରେ ସାମ୍ବାଦିକ ପ୍ରଶ୍ନ କରିଥିଲେ, ଆପଣ ଚାହିଁଥିଲେ କ୍ଷମା ମାଗି ପାରିଥାନ୍ତେ । ଏହାର ଉତ୍ତରରେ ରାହୁଲ ଗାନ୍ଧି କହିଥିଲେ, ‘ମୁଁ ସାବରକର ନୁହେଁ, ମୁଁ ଗାନ୍ଧି, ଗାନ୍ଧି କ୍ଷମା ମାଗନ୍ତି ନାହିଁ’।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ