Masthead

ପାଟଣାଗଡ଼ରେ ବିଜେଡି ଦି’ଫାଳ

ବଲାଙ୍ଗୀର(ବଡ଼ ଖବର ବ୍ୟୁରୋ): ବଲାଙ୍ଗୀର ଜିଲ୍ଲାରେ ବଢୁଛି ବିଜେଡି ଗୋଷ୍ଠୀ କନ୍ଦଳ। ଲୋଇସିଂହା ନିର୍ବାଚନ ମଣ୍ଡଳୀ ପରେ ଏବେ ପାଟଣାଗଡ଼ରେ ବିଜେଡିର ପୁରୁଣାକର୍ମୀଙ୍କୁ ଅଣଦେଖା କରାଯାଉଛି। ଏନେଇ ବିଧାୟକ ସରୋଜ ମେହେରଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି ପୁରୁଣାକର୍ମୀ ତଥା କଳିକେଶ ସିଂଦେଓଙ୍କ ସମର୍ଥକ। ଅଭିଯୋଗକୁ ବିଧାୟକ ଖଣ୍ଡନ କରିଥିଲେବି ପୃଥକ ପୃଥକ ଭାବେ ବିଜୁ ଜୟନ୍ତୀ ପାଳନ କରିବା ବିଜେଡିର ଗୋଷ୍ଠୀ କନ୍ଦଳକୁ ପଦାରେ ପକାଇ ଦେଇଛି। ପୂର୍ବରୁ କଳିକେଶ ଓ ସରୋଜ ସାମ୍ନାସାମ୍ନି ହୋଇ ବନ୍ଧୁ ମିଳନ ପାଳନ କରି ବିଜେଡିର ଅନ୍ତଦ୍ୱର୍ନ୍ଦ୍ୱକୁ ଚର୍ଚ୍ଚା ଜୋର ଧରିଥିଲା। ପାଟଣାଗଡ଼ ବିଜେଡି ଦୁଇ ଫାଳ। ବିଜେଡି ଦୁଇ ଗୋଷ୍ଠୀରେ ବିଭକ୍ତ ହୋଇ ପୃଥକ ପୃଥକ କାର୍ଯ୍ୟକ୍ରମ ବି ଆୟୋଜିତ ହେଉଛି।

ସ୍ଥାନୀୟ ବିଧାୟକ ସରୋଜ ମେହେର ଅଣଦେଖା କରୁଥିବା ସଂଗୀନ ଅଭିଯୋଗ ଆଣିଛନ୍ତି ପୁରୁଣା ବିଜେଡି କର୍ମୀ। ଗତ ବିଜୁ ଜୟନ୍ତୀ ଅଲଗା ଅଲଗା ଭାବେ ପାଳନ କରି ପାଟଣାଗଡ଼ ବିଜେଡିର ଗୋଷ୍ଠୀ କନ୍ଦଳ ପଦାରେ ପଡିଛି। ବିଧାୟକ ସରୋଜ ମେହେର ନିଜ ସମର୍ଥକଙ୍କ ସହ ବିଜେଡି କାର୍ଯ୍ୟାଳୟରେ ବିଜୁ ଜୟନ୍ତୀ ପାଳନ କରିଥିଲେ। ଯେଉଁଥିରେ ଅନେକ ନେତା ଓ କର୍ମୀ ସାମିଲ ହୋଇଥିଲେ। ହେଲେ ଏହି କାର୍ଯ୍ୟକ୍ରମରେ ପୁରୁଣା କର୍ମୀ ତଥା କଳିକେଶ ସିଂଦେଓଙ୍କ ସମର୍ଥକ ଉପସ୍ଥିତ ନ ରହିବା ପାଟଣାଗଡ଼ ବିଜେଡିରେ ଫାଟ ସୃଷ୍ଟିକୁ ଆହୁରି ଘନୀଭୂତ କରିଛି।

ପୁରୁଣା କର୍ମୀମାନେ ଅଲଗା ଜାଗାରେ ବିଜୁ ଜୟନ୍ତୀ ପାଳନ କରି ମେଡିକାଲରେ ରୋଗୀଙ୍କୁ ଫଳ ବଣ୍ଟନ କରିଛନ୍ତି। ଏପରିକି ବିଧାୟକ ସେମାନଙ୍କୁ ଅଣଦେଖା କରୁଥିବା ଅଭିଯୋଗ ଆଣି ତାଙ୍କ ଉପରେ ରୋଷ ଝାଡିଛନ୍ତି। ସେପଟେ ନେତା ଏକ ଓ ଦଳ ଗୋଟିଏ ବୋଲି ସଫେଇ ଦେଇଛନ୍ତି ବିଧାୟକ ସରୋଜ ମେହେର। କେବଳ ଏହି ଘଟଣା ନୁହେଁ, ୨୦୨୧ ନଭେମ୍ବର ୨୩ରେ ପାଟଣାଗଡ଼ ତେଣ୍ଡାପଦରଠାରେ ମଧ୍ୟ ପୃଥକ ପୃଥକ ଭାବେ ବନ୍ଧୁ ମିଳନ କରାଯାଇଥିଲା।

ଗୋଟିଏ ପଟେ କଳିକେଶ ବନ୍ଧୁ ମିଳନରେ ସାମିଲ ହୋଇଥିବାବେଳେ ତାଙ୍କ ସାମ୍ନାରେ ବିଧାୟକ ସରୋଜ ମେହେର ବନ୍ଧୁ ମିଳନ ଆୟୋଜନ କରି ବିଜେଡିକୁ ବିବାଦ ଘେରକୁ ଟାଣି ଆଣିଥିଲେ। ତେବେ ପାଟଣାଗଡ଼ ଅଞ୍ଚଳରେ ବାରମ୍ବାର ଏଭଳି କାର୍ଯ୍ୟକ୍ରମ ଆୟୋଜିତ ହେଉଥିବାରୁ ଦଳୀୟ କନ୍ଦଳ ବୃଦ୍ଧି ପାଇବାରେ ଲାଗଛି। ଏପରିକି ଉଭୟ ଗୋଷ୍ଠୀ ନିଜର ପ୍ରଭାବ ପ୍ରଦର୍ଶନ ପାଇଁ ପ୍ରତିଯୋଗିତା ଚଳାଇଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ