Masthead

ବୁଲୁଛନ୍ତି ନକଲି ଆଇଏଏସ୍-ଆଇପିଏସ୍!, ଅସଲି ଛାଡୁଛନ୍ତି ଚାକିରି

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଓଡ଼ିଶାରେ ବୁଲୁଛନ୍ତି ମାଳମାଳ ନକଲି ପ୍ରଶାସନିକ ଅଧିକାରୀ । କିନ୍ତୁ ଚାକିରି ଛାଡୁଛନ୍ତି ଅସଲି ଅଫିସର । ଆଇଏଏସ୍ ହୁଅନ୍ତୁ ବା ଆଇପିଏସ୍, ଓଏଏସ୍ଙ୍କ କିମ୍ବା ଓପିଏସ୍ ଅଧିକାରୀ ପରିଚୟ ଦେଇ ଲୁଟିବାରେ ଲାଗିଛନ୍ତି ଦଲାଲ । ହେଲେ ଗୋଟିଏ ପରେ ଗୋଟିଏ ଅସଲି ଆଇପିଏସ୍ ଓଡ଼ିଶାକୁ କରୁଛନ୍ତି ବାଏବାଏ । ସେପଟେ ଜୀବନ ହାରୁଛନ୍ତି ଥାନା ଅଧିକାରୀ । ଚରମ ସୀମାରେ ପହଞ୍ଚିଲାଣି ଅଫିସରଙ୍କ ଦୁର୍ନୀତି ଓ ଦାଦାଗିର । ଏଭଳି ପରିସ୍ଥିତି ଦେଇ ଗତି କରୁଛି ରାଜ୍ୟର ପ୍ରଶାସନିକ ବିଭାଗ । ଗଲା ମାସ କେଇଟାକୁ ଦେଖିଲେ ଲାଗୁଛି ଯେମିତି ପ୍ରଶାସନିକ ବ୍ୟବସ୍ଥା ସରକାରଙ୍କ କଣ୍ଟୋ୍ରଲ ବାହାରେ । ଦୁଇ ଦୁଇ ଯୁବ ଆଇପିଏସ୍ ଚାକିର ଛାଡିବା ସହ ଥାନା ଅଧିକାରୀଙ୍କ ମୃତୁ୍ୟ ଘଟଣା କହିଦେଉଛି ପ୍ରକୃତରେ ଲଗାମ ବିହୀନ ହୋଇପଡିଛି ବିଭାଗ । ବିଭାଗ ପାଖେ ମ୍ୟାନ୍ ପାୱାରର ଘୋର ଅଭାବ ରହିଛି ।

ଯାହାକୁ ଖୋଦ ପୋଲିସ ମହାନିଦେ୍ର୍ଦଶକ ସ୍ୱୀକାର କରିଛନ୍ତି । ଡିଜି କହିଥିଲେ କି ପାଖାପାଖି ୩୩ହଜାରୁ ଅଧିକ ପୋଲିସ ପଦବୀ ଖାଲି ରହିଛି । କିନ୍ତୁ ଚାଉଳିଆଗଞ୍ଜ ଆଇଆଇସି ବିୟୁଟି ମହାନ୍ତିଙ୍କ ମୃତ୍ୟୁ, ଭୁବନେଶ୍ୱର ଡିସିପି ତଥା ଆଇପିଏସ୍ ଜଗମୋହନ ମୀନା ଇସ୍ତଫା ଦେବା ସହ ପୁଣି ଜଣେ ଯୁବ ଆଇପିଏସ୍ ସିଏ ରାମଦାସ ତାଙ୍କ ପଦରୁ ଇସ୍ତଫା ଦେବା ବିଭାଗ ପ୍ରତି ଆଙ୍ଗୁଳି ନିଦେ୍ର୍ଦଶ କରୁଛି । ଯୁବ ଆଇପିଏସ୍ ସିଏ ରାମଦାସ ନିଜ ରାଜ୍ୟ ମହାରାଷ୍ଟ୍ରକୁ ଛାଡି ଓଡ଼ିଶା କ୍ୟାଡରକୁ ଆପଣାଇଥିଲେ । ୨୦୨୫ ମସିହାରେ ସେ ଯୋଗଦେଇଥିଲେ । ବର୍ତ୍ତମାନ ସେ ହାଇଦ୍ରାବାଦର ଏସଭିପିଏନପିଏରେ ଟ୍ରେନିଂ ନେଉଥିଲେ । ଯାହା ପାଇଁ ତାଙ୍କୁ କେଉଁଠାରେ ପୋଷ୍ଟି ଦିଆଯାଇନଥିଲା । କିନ୍ତୁ ସେ ତାଙ୍କ ଟ୍ରେନିଂ ଶେଷ କରି ଫେରିବା ପୂର୍ବରୁ ନିଜ ଆଇପିଏସ୍ ପଦକୁ ପ୍ରତ୍ୟାଖାନ କରିଦେଇଛନ୍ତି । ବ୍ୟକ୍ତିଗତ କାରଣ ଦର୍ଶାଇ ସେ ତାଙ୍କ ଇସ୍ତଫା ପ୍ରଦାନ କରିଛନ୍ତି ।

ନିକଟରେ ଏଇଭଳି ଭୁବନେଶ୍ୱର ଡିସିପି ଭାବରେ କାର୍ଯ୍ୟ ତୁଲାଉଥିବା ଜଗମୋହନ ମୀନା ମଧ୍ୟ ବ୍ୟକ୍ତିଗତ କାରଣ ଦର୍ଶାଇ ଇସ୍ତଫା ଦେଇଛନ୍ତି । ଯାହାକୁ ନେଇ ପୂରା ପାୱାର କରିଡରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଯାଇଛି । କାହିଁକି ଲଗାତାର ଏଭଳି ଘଟୁଛି । ବିଶେଷ କରି ପୋଲିସ ବିଭାଗରୁ ଏଭଳି ଖବରମାନ କାହିଁକି ଆସୁଛି । କାହିଁକି ଆଇପିଏସ ମାନେ ତାଙ୍କ କ୍ୟାରିଅର ଆରମ୍ଭରୁ ହିଁ ପଛଘୁଞ୍ଚା ଦେଉଛନ୍ତି । ନା ଓଡ଼ିଶାରେ କାର୍ଯ୍ୟ କରିବାରେ ସମସ୍ୟା ଉପୁଜୁଛି । କ’ଣ ରହିଛି ପୋଲିସ ଇସ୍ତଫା ଓ ମୃତ୍ୟୁ ପଛର ରହସ୍ୟ? ଅନ୍ୟପଟେ ରାଜ୍ୟକୁ ସତେ ଯେମିତି କବଳିତ କରିରଖିଛନ୍ତି ନକଲି ଆଇଏଏସ, ଆଇପିଏସ, ଓଏଏସ ଏବଂ ଓପିଏଏସ । ଗତ କିଛି ଦିନ ହେବ ପୋଲିସ ଏଭଳି ଅନେକ ଦଲାଲଙ୍କୁ ନିଜର ହେପାଜତକୁ ନେଇଛି । ଏଭଳି କାର୍ଯ୍ୟକଳାପ ଉପରେ ରାଜ୍ୟ ସରକାରଙ୍କ ନଜର ପଡିବା ଆବଶ୍ୟକ ପଡିଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଫୁ କ୍ୱୋକ୍ ଦ୍ୱୀପରେ ବୁଡି ୧୫ ଭାରତୀୟ ମୃତ 🔴 ଚାଷ ଜମିରେ ଫସିଗଲା ଜନ୍ତା ଭାଲୁ 🔴 ବହିରେ ମାଳ ମାଳ ତ୍ରୁଟି,ତଦନ୍ତ କରିବ କ୍ରାଇମ ବ୍ରାଞ୍ଚ 🔴 ଚମ୍ପଟ ମାରିଲେ ପୁଲିସ୍ ASI ବାବୁ 🔴 ବୁଲୁଛନ୍ତି ନକଲି ଆଇଏଏସ୍-ଆଇପିଏସ୍!, ଅସଲି ଛାଡୁଛନ୍ତି ଚାକିରି 🔴 ସୁସ୍ଥ ହେଉଛନ୍ତି ମହାପ୍ରଭୁ, ଲାଗି ହେବ ଦଶମୂଳ ମୋଦକ 🔴 ଆଉ ଜଣେ IPS ଦେଲେ ଇସ୍ତଫା 🔴 ବଳ ଗୋଟାଉଛି ସିଜେପି, ବିଗିଡିଲାଣି ୱାଙ୍ଗଚୁକ୍ ସ୍ୱାସ୍ଥ୍ୟ 🔴 ଚଳିତ ବର୍ଷ ପଞ୍ଚାୟତ ନିର୍ବାଚନରେ ହୋଇପାରେ ବିଳମ୍ବ 🔴 ମିଳିବ ସୁଭଦ୍ରାର ୫ମ କିସ୍ତି । 🔴 ଫୁ କ୍ୱୋକ୍ ଦ୍ୱୀପରେ ବୁଡି ୧୫ ଭାରତୀୟ ମୃତ 🔴 ଚାଷ ଜମିରେ ଫସିଗଲା ଜନ୍ତା ଭାଲୁ 🔴 ବହିରେ ମାଳ ମାଳ ତ୍ରୁଟି,ତଦନ୍ତ କରିବ କ୍ରାଇମ ବ୍ରାଞ୍ଚ 🔴 ଚମ୍ପଟ ମାରିଲେ ପୁଲିସ୍ ASI ବାବୁ 🔴 ବୁଲୁଛନ୍ତି ନକଲି ଆଇଏଏସ୍-ଆଇପିଏସ୍!, ଅସଲି ଛାଡୁଛନ୍ତି ଚାକିରି 🔴 ସୁସ୍ଥ ହେଉଛନ୍ତି ମହାପ୍ରଭୁ, ଲାଗି ହେବ ଦଶମୂଳ ମୋଦକ 🔴 ଆଉ ଜଣେ IPS ଦେଲେ ଇସ୍ତଫା 🔴 ବଳ ଗୋଟାଉଛି ସିଜେପି, ବିଗିଡିଲାଣି ୱାଙ୍ଗଚୁକ୍ ସ୍ୱାସ୍ଥ୍ୟ 🔴 ଚଳିତ ବର୍ଷ ପଞ୍ଚାୟତ ନିର୍ବାଚନରେ ହୋଇପାରେ ବିଳମ୍ବ 🔴 ମିଳିବ ସୁଭଦ୍ରାର ୫ମ କିସ୍ତି ।