ଉଦ୍ଧାର ପାଇଁ ନିୟୋଜିତ ଥାଇଲାଣ୍ଡର ସ୍ପେଶାଲ କମ୍ପାନୀ

ଉତ୍ତରାଖଣ୍ଡ (ବଡ଼ ଖବର ବ୍ୟୁରୋ): ଟନେଲ ଭୁଶୁଡିବା ଘଟଣା । ଏବେବି ଜାରି ରହିଛି ଉଦ୍ଧାର କାର୍ଯ୍ୟ । ଫସି ରହିଥିବା ୪୦ ଜଣ ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ବ୍ୟବହାର ହୋଇଛି ‘ଆମେରିକୀୟ ଅଗର’ ମେସିନ୍ । ଏହି ମେସିନକୁ ଦିଲ୍ଲୀରୁ ଉତ୍ତରାଖଣ୍ଡକୁ ବାୟୁସେନାର ହର୍କ୍ୟୁଲସ୍ ବିମାନ ଦ୍ୱାରା ଅଣାଯାଇଛି । ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟ ସମ୍ପର୍କରେ ଜାତୀୟ ବିପର୍ଯ୍ୟୟ ମୁକାବିଲା ଫୋର୍ସ ମୁଖ୍ୟ ଅତୁଲ କରୱାଲଙ୍କ ସହ ଏଥିପାଇଁ ଏକ ବିଶେଷ ଆଲୋଚନା କରିଥିଲା । କରୱାଲ କହିଛନ୍ତି ଯେ ୧୨ ରୁ ୧୫ ଘଣ୍ଟା ମଧ୍ୟରେ ଶ୍ରମିକମାନଙ୍କୁ ନିରାପଦରେ ସ୍ଥାନାନ୍ତର କରାଯାଇପାରିବ ବୋଲି ଆଶା କରାଯାଉଛି । ଅଧିକାରୀମାନେ ପଥରରେ ଏକ ଗାତ ଖୋଳିବାକୁ ଏବଂ ୮୦ ମିଲିମିଟର ଗାତ ଖୋଳିବାକୁ ଯୋଜନା କରୁଛନ୍ତି ଯାହା ୩ ଫୁଟରୁ କମ୍ ରହିବ ।

ସେପଟେ ଅପରେସନ କାର୍ୟ୍ୟରେ ସାମିଲ ହେବା ଲାଗି ଥାଇଲାଣ୍ଡର ଏକ କମ୍ପାନୀକୁ ଅନୁମତି ଦେଇଛି ପ୍ରଶାସନ । ସେହିପରି ନରେଓ୍ବେର ଏକ ଟିମ ମଧ୍ୟ ଉଦ୍ଧାର କାର୍ଯ୍ୟରେ ସାମିଲ ହେବା ସମ୍ଭାବନା ରହିଛି । ଯଦି ସମ୍ଭବ ହୁଏ ତେବେ ଖୁବ ଶୀଘ୍ର ଏହି ଦୁଇ ବିଦେଶୀ ଟିମ୍ ଅପରେସନରେ ସାମିଲ ହେବା ସମ୍ଭାବନା ରହିଛି । ଗତ ୨୦୧୮ରେ ଏକ ପାଣି ଭର୍ତ୍ତି ଗୁମ୍ଫାରୁ ପିଲାମାନଙ୍କୁ ଉଦ୍ଧାର କରିବାରେ ଏହି କମ୍ପାନୀ ସଫଳ ହୋଇଥିଲା । ଥାମ୍ ଲୁଆଙ୍କ କେଭ୍ କମ୍ପ୍ଲେକ୍ସରେ ଫସିଯାଇଥିବା ୧୨ ଜଣ ଜୁନିଅର ଫୁଟବଲ ଟିମ ସଦସ୍ୟଙ୍କୁ ଉଦ୍ଧାର କରିଥିଲା ଏହି ଟିମ୍ । ୨୦୧୮ ଜୁନ ୨୩ରେ ଖେଳାଳିମାନେ ଗୁମ୍ଫାକୁ ପଶିଯାଇଥିଲେ ବି ସେମାନେ ପଦାକୁ ଆସିପାରି ନଥିଲେ ।

ଅନ୍ୟପଟେ ଟନେଲରେ ଫସିଥିବା ଜଣେ ଓଡ଼ିଆଙ୍କ ଆସିଲା ପ୍ରଥମ ମେସେଜ୍‌ । ଫସିଥିବା ମୟୂରଭଞ୍ଜର ଧୀରେନ୍‌ ନାଏକଙ୍କ ମେସେଜ୍‌ ଆସିଲା । ସାଙ୍ଗରେ ଯାଇଥିବା ବେଢ଼ାକୁଦର ଅଞ୍ଚଳର କ୍ଷୀରୋଦ ନାଏକ ଧୀରେନଙ୍କ ପରିବାରକୁ ଜଣାଇଲେ । ଲାଗିଥିବା ସ୍ଵତନ୍ତ୍ର ପାଇପ୍‌ ଯୋଗେ ଧୀରେନ୍‌ କଥା ହୋଇଥିବା ଜଣାପଡ଼ିଛି । ଟନେଲ୍‌ ଭିତରେ ସମସ୍ତେ ଭଲରେ ଅଛୁ ବୋଲି ଧୀରେନ୍‌ କହିଥିବା କହିଲେ । ୪୦ ଜଣଙ୍କ ମଧ୍ୟରେ ଆମେ ୫ ଓଡ଼ିଆ ଭଲରେ ଅଛୁ ବୋଲି କହିଛନ୍ତି । ଅନ୍ୟ କିଛି ଲୋକଙ୍କ ଦେହ ସାମାନ୍ୟ ଖରାପ ଅଛି, ଯିବାକୁ ବ୍ୟସ୍ତ ହେଉଛନ୍ତି ବୋଲି କହିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ