Masthead

ବିହାରରେ ଭାଙ୍ଗିଲା ମହାମେଣ୍ଟ

ପାଟନା(ବଡ଼ ଖବର ବ୍ୟୁରୋ): ବିହାରରେ ଭାଙ୍ଗିଲା ମହାମେଣ୍ଟ । ମେଣ୍ଟ ଭାଙ୍ଗିବା ପଛରେ କେବଳ ଆରଜେଡି ଅର୍ଥାତ ଲାଲୁପ୍ରସାଦ ଯାଦବଙ୍କ ଦଳ ହିଁ ଦାୟୀ । ଏଭଳି କହିଛନ୍ତି ବିହାର କଂଗ୍ରେସ ପ୍ରଭାରୀ ଭକ୍ତ ଚରଣ ଦାସ । କେବଳ ଏତିକି ନୁହେଁ ବରଂ ୨୦୨୪ ଲୋକସଭା ନିର୍ବାଚନରେ କଂଗ୍ରେସ ସମସ୍ତ ୪୦ଟି ଆସନରୁ ନିର୍ବାଚନ ଲଢିବ ବୋଲି ମଧ୍ୟ ସ୍ପଷ୍ଟ କରିଛନ୍ତି । ସେପଟେ ଗତବର୍ଷ ହିଁ କଂଗ୍ରେସ, ଆରଜେଡି ଓ ବାମଦଳ ମିଶି ମେଣ୍ଟ ଗଠନ କରିଥିଲେ । ମେଣ୍ଟ ଭାଙ୍ଗିବାର ମୁଖ୍ୟ କାରଣ ହେଉଛି ବିହାରର ଦୁଇଟି ବିଧାନସଭା ଆସନରେ ଉପ-ନିର୍ବାଚନ ଅନୁଷ୍ଠିତ ହେବା । ଯାହା ଫଳରେ କଂଗ୍ରେସ ଓ ଆରଜେଡି ମଧ୍ୟରେ ଖୋଲାଖୋଲି ଭାବରେ ବିବାଦ ଦେଖାଦେଉଛି ।

ଏହା ମଧ୍ୟରେ ମହାମେଣ୍ଟ ଭାଙ୍ଗିବା କଥା ବିହାର କଂଗ୍ରେସ ଦାୟିତ୍ୱରେ ଥିବା ଭକ୍ତ ଚରଣ ଦାସ ଘୋଷଣା କରିଛନ୍ତି । ତେବେ କଂଗ୍ରେସ ଆଉ ବିହାରରେ ମହାସଂଘର ଅଂଶ ନୁହେଁ । ଆସନ୍ତା ଲୋକସଭା ନିର୍ବାଚନରେ ବିହାରର ସମସ୍ତ ୪୦ଟି ଆସନରେ କଂଗ୍ରେସ ଏକାକୀ ପ୍ରତିନ୍ଦ୍ୱତିତା କରିବ । ପାଟନାରେ ପପୁ ଯାଦବ ଏବଂ ଭକ୍ତ ଚରଣ ଦାସଙ୍କ ସାକ୍ଷାତ ପରେ ଏହି କଥା ସାମ୍ନାକୁ ଆସୁଛି । ଏହା ଛଡ଼ା ଏଥର ପପୁ ଯାଦବ ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀଙ୍କୁ ସମର୍ଥନ କରୁଥିବା ଦେଖିବାକୁ ମିଳିବ ।

ଅନ୍ୟପଟେ ବିହାରର ତାରପୁର ଏବଂ କୁଶେଶ୍ପବରଷ୍ଟାନ ବିଧାନସଭା ଆସନରେ ଉପ-ନିର୍ବାଚନ ଅନୁଷ୍ଠିତ ହେଉଛି । ଏଭଳି ପରିସ୍ଥିତିରେ ଆରଜେଡି ଏହି ଆସନରେ ପ୍ରାର୍ଥୀ ଘୋଷଣା କରିଥିଲେ । ଏହା ପରେ କଂଗ୍ରେସ ଉଭୟ ଆସନରୁ ପ୍ରାର୍ଥୀ ଦେବାକୁ ଘୋଷଣା କରିଥିଲା । ବାସ ଏହା ପରେ ଆରମ୍ଭ ହୋଇଯାଇଥିଲା କଂଗ୍ରେସ ଓ ଆରଜେଡି ମଧ୍ୟରେ ତିକ୍ତତା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ