ମଧୁସୁଦନ ସେତୁ ତଳୁ ମହିଳା ଉଦ୍ଧାର ଘଟଣା: ଡେଇଁ ପଡ଼ିଲେ ନାଁ ଠେଲି ଦିଆଗଲା

ଟାଙ୍ଗୀ-ଚୌଦ୍ୱାର (ବଡ଼ ଖବର ବ୍ୟୁରୋ): ରବିବାର ଅପରାହ୍ନରେ କଟକ ମଧୁସୁଦନ ସେତୁ ତଳୁ ଜଣେ ମହିଳାଙ୍କୁ ଉଦ୍ଧାର କରିଛନ୍ତି ସ୍ଥାନୀୟ ଲୋକେ । ମହିଳା ଜଣକ ଆତ୍ମହତ୍ୟା କରୁଥିଲେ ନାଁ ତାଙ୍କୁ ଠେଲି ଦିଆଯାଇଥିଲା ତାହା ଏବେ ସନ୍ଦେହ ଘେରରେ ରହିଛି । ସଦ୍ୟ ସୂଚନା ମୁତାବକ ଉଦ୍ଧାର ହୋଇଥିବା ମହିଳା ଜଣକ ଓଲିଉଡର ଜଣେ ଜଣାଶୁଣା ଯୁବ ଅଭିନେତାଙ୍କ ସ୍ତ୍ରୀ ବୋଲି ଜଣାପଡ଼ିଛି ।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ମୁତାବକ, ମହିଳା ଏବଂ ତାଙ୍କ ଅଭିନେତା ସ୍ୱାମୀ ଏକ ସ୍କର୍ପିଓ ଗାଡ଼ିରେ ଆସି ପୋଲ ଉପରେ ପ୍ରାୟ ୧୫ ମିନିଟ୍ ଠିଆ ହୋଇଥିଲେ । ପରେ ଉଭୟ ପୋଲର ପାଦଚଲା ରାସ୍ତାକୁ ଯାଇଥିଲେ । କିଛି ସମୟ ପରେ ମହିଳା ଜଣକ ବ୍ରିଜରୁ ତଳକୁ ଖସି ପଡ଼ିଥିଲେ । ତେବେ ସେ ନିଜେ ଡେଇଁ ପଡ଼ିଥିଲେ ନାଁ ତାଙ୍କୁ ଠେଲି ଦିଆଯାଇଥିଲା ତାହା ସ୍ପଷ୍ଠ ହୋଇନାହିଁ । ସୂଚନାଯୋଗ୍ୟ, ସମ୍ପୃକ୍ତ ଯୁବ ଅଭିନେତାଙ୍କ ବାପା ମଧ୍ୟ ଓଲିଉଡର ଜଣେ ଭେଟେରାନ ଅଭିନେତା । କିଛିବର୍ଷ ପୂର୍ବେ ଭେଟେରାନ ଅଭିନେତାଙ୍କ ସ୍ତ୍ରୀଙ୍କ ମୃତ୍ୟୁକୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ