Masthead

ଭାରତ ଓ ଚୀନ୍ ସେନା ମୁହାଁମୁହିଁ

(ବଡ଼ ଖବର ବ୍ୟୁରୋ): ଭାରତ ଓ ଚୀନ ମଧ୍ୟରେ ଲାଗିରହିଥିବା ବିବାଦର ଅନ୍ତ ନାହିଁ । ଉଭୟ ଦେଶର ଭୁଖଣ୍ଡ ସୀମାକୁ ନେଇ ବିଭିନ୍ନ ସମୟରେ ସେମାନଙ୍କ ସମ୍ପର୍କ ଦ୍ୱିପାକ୍ଷିକ ପ୍ରତିନ୍ଦ୍ୱନ୍ଦିତାମୂଳକ ପରିସ୍ଥିତି ଦେଇ ଗତି କରୁଛି । ତେବେ ଆଜି ପୁଣି ଅରୁଣାଞ୍ଚଳ ପ୍ରଦେଶରେ ଭାରତ ଓ ଚୀନ ସେନା ମୁହାଁମୁହିଁ ହୋଇଛନ୍ତି । ଗତ ସପ୍ତାହରେ ପାଟ୍ରୋଲିଂ ବେଳେ ଦୁଇ ଦେଶର ସୈନ୍ୟ ମୁହାଁମୁହିଁ ହୋଇଥିଲେ । କିନ୍ତୁ ଏହାର ମୁହଁତୋଡ ଜବାବ ଦେଇଛନ୍ତି ଭାରତୀୟ ସେନା । ଚୀନ୍ ସୈନ୍ୟଙ୍କୁ ଭାରତୀୟ ସେନା ଘଉଡାଇ ଦେଇଥିବା ଜଣପଡିଛି ।

ଅରୁଣାଞ୍ଚଳ ପ୍ରଦେଶରେ ବାସ୍ତବିକ ନିୟନ୍ତ୍ରଣ ରେଖା ନିକଟରେ ପାଟ୍ରେଲିଂ ବେଳେ ଉଭୟ ଦେଶର ସୈନ୍ୟ ମୁହାଁମୁହିଁ ହୋଇଛନ୍ତି । ଚୀନ ସୈନ୍ୟ ଭାରତୀୟ ସୀମାରେଖା ଅତିକ୍ରମ କରି ଭାରତକୁ ପଶିବାକୁ ଉଦ୍ୟମ କରୁଥିଲା । ଏହି ସମୟରେ ଚୀନର ୨୦୦ ସୈନ୍ୟଙ୍କୁ ଭାରତୀୟ ସେନା କାବୁ କରିନେଇଥିଲେ । ପରେ ସ୍ଥାନୀୟ କମାଣ୍ଡର ସ୍ତରୀୟ ଆଲୋଚନାରେ ସମସ୍ୟାର ସମାଧାନ ହେବା ପରେ ଭାତୀୟ ସେନା ସେମାନଙ୍କୁ ଛାଡି ଦେଇଥିଲେ । ଏଥିରେ କେହି ମୃତାହତ କିମ୍ବା କୌଣସି କ୍ଷୟକ୍ଷତି ହୋଇନାହାଁନ୍ତି ।

ତେବେ ସୈନ୍ୟ ପ୍ରତ୍ୟାହାର ପାଇଁ ଉଭୟ ଦେଶ ମଧ୍ୟରେ ଏଯାବତ୍ ୧୨ ଥର ଆଲୋଚନା ହୋଇଛି । ପରେ ଆସନ୍ତା ସପ୍ତାହରେ ପରବର୍ତ୍ତୀ ପର୍ଯ୍ୟୟ ଆଲୋଚନା ପାଇଁ ସ୍ଥିର କରାଯାଇଛି । ଦୁଇ ଦେଶ ମଧ୍ୟରେ ଦେଖାଦେଇଥିବା ମତଭେଦକୁ ଦୂର କରିବାକୁ ଚେଷ୍ଟା କରାଯାଉଛି । ସେପଟେ କିନ୍ତୁ ଇଷ୍ଟର୍ଣ୍ଣ ଲଦାଖ ଓ ଅନର୍ଥର୍ଣ୍ଣ ଫ୍ରଣ୍ଟରେ LAC ଅପରପାଶ୍ୱର୍ରେ ଚୀନର ଅଧିକ ସଂଖ୍ୟାରେ ସୈନ୍ୟ ମୂତାୟନ ଓ ଭିତ୍ତିଭୂମି ନିର୍ମାଣକୁ ନେଇ ଭାରତ ଉଦବେଗ ପ୍ରକାଶ କରିଛି ।

ସେପଟେ ଗତକାଲି ବିଦେଶ ମନ୍ତ୍ରାଳୟ ପ୍ରବକ୍ତା ଅରିନ୍ଦମ ବାଗଚୀ କହିଥିଲେ , ଚୀନର ଏକତରଫା ଓ ଉସୁକାଇବା ପରି ଆଚରଣ ରହିଛି । ଚୀନ ଏପରି ବ୍ୟବହାର ଯୋଗୁ LACରେ ଶାନ୍ତି ଗମ୍ଭୀର ରୂପେ ବାଧାପ୍ରାପ୍ତ ହେଉଛି । ତେଣୁ ଚୀନ ଦ୍ୱିପାକ୍ଷିକ ବୁଝାମଣା ଓ ପ୍ରୋଟକଲକୁ ସମ୍ପୂର୍ଣ୍ଣ ଭାବେ ମାନିବା ଉଚିତ ବୋଲି ବଗାଚୀ କହିଛନ୍ତି । ଏହା ସହ ପୂର୍ବ ଲଦାଖରେ କୁ ନେଇ ବିଭିନ୍ନ ପ୍ରସଙ୍ଗର ସମାଧାନ ଆଲେଚନା ମାଧ୍ୟମରେ ଖୁବ ଶୀଘ୍ର କରାଯିବାକୁ କୁହାଯାଇଛି ।

ସୂଚନା ଅନୁଯାୟୀ, ପୂର୍ବ ବର୍ଷ ଲଦାଖରେ ଭାରତ ଓ ଚୀନ ସୈନ୍ୟଙ୍କ ମଧ୍ୟରେ ମୁହାଁ ମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ସୀମା ଗତିରୋଧ ଆରମ୍ଭ ହୋଇଥିଲା । ଏହାପରେ ସୀମାରେ ଉଭୟ ପକ୍ଷ ବହୁ ମାତ୍ରାରେ ସୈନ୍ୟ ମୁତୟନ କରିଥିଲେ । ଏପରି ସ୍ତିତିକୁ ସାମାନ୍ୟ କରିବା ପାଇଁ ଉଭୟ ଦେଶ ପକ୍ଷରୁ ରାଜନୈତିକ ଓ ପ୍ରତିରକ୍ଷା ସ୍ତରରେ ବହୁବାର ଆଲେଚନା ସରିଲାଣି । କିନ୍ତୁ ଏଥିରେ କୌଣସି ସଫଳତା ମିଳିପାରୁନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା