ଭୋଟ ଦେବାକୁ ନେଇ ବିଧାୟକ ଭୋଟର ପିଟାପିଟା

ଆନ୍ଧ୍ରପ୍ରଦେଶ (ବଡ଼ ଖବର ବ୍ୟୁରୋ): ଭୋଟ ଦେବା ବେଳେ ମତଦାନ କେନ୍ଦ୍ରରେ ପିଟାପିଟି । ଯାହାସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଆଜି ଦେଶରେ ଲୋକସଭା ନିର୍ବାଚନ ପାଇଁ ଚତୁର୍ଥ ପର୍ୟ୍ୟାୟ ଭୋଟିଂ ଜାରି ରହିଛି । ୧୦ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୯୬ଟି ଲୋକସଭା ଆସନରେ ଚାଲିଛି ଭୋଟ୍‌ ଗ୍ରହଣ । ଏଥିସହ ଆନ୍ଧ୍ରପ୍ରଦେଶର ୧୭୫, ଓଡ଼ିଶାର ୨୮ ବିଧାନସଭା ଆସନ ପାଇଁ ବି ହେଉଛି ଭୋଟିଂ । ଭୋଟ୍‌ ଗ୍ରହଣ ମଧ୍ୟରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ଆନ୍ଧ୍ରପ୍ରଦେଶର ଏକ ମତଦାନ କେନ୍ଦ୍ରରେ ଜଣେ ବିଧାୟକ ଓ ଭୋଟରଙ୍କ ମଧ୍ୟରେ ମାରପିଟ୍‌ ହୋଇଛି ।

ଏଭଳି ଦୃଶ୍ୟ ଆନ୍ଧ୍ରପ୍ରଦେଶ ଗୁଣ୍ଟୁରର ତେନାଲିର ଏକ ବୁଥରେ ଦେଖିବାକୁ ମିଳିଛି । ତେନାଲିର ଏକ ବୁଥରେ ଭୋଟ୍ ଦେବା ପାଇଁ ଧାଡିରେ ଠିଆ ହୋଇଥିଲେ। ଏହି ସମୟରେ, ୱାଇଏସଆରସିପି ପାର୍ଟି ବିଧାୟକ ଶିବକୁମାର ମଧ୍ୟ ଭୋଟ୍ ଦେବାକୁ ଆସିଥିଲେ। କିନ୍ତୁ ସେ ଧାଡ଼ିରେ ଠିଆ ହେବା ଉଚିତ୍ ମନେ କଲେ ନାହିଁ। ଏହା ପରେ ଧାଡିରେ ଠିଆ ହୋଇଥିବା ଜଣେ ଭୋଟର ବିଧାୟକଙ୍କୁ ଅଟକାଇଥିଲେ ଏବଂ ଏହାପରେ ବିଧାୟକ ରାଗିଯାଇଥିଲେ ।

ବିଧାୟକ ଶିବକୁମାର ଭୋଟରଙ୍କୁ ପାଟି କରିବା ସହ ତାଙ୍କୁ ଚାପୁଡ଼ା ମାରିଛନ୍ତି। ତେବେ ଭୋଟର ମଧ୍ୟ ଚୁପ୍ ରହିନଥିଲେ । ଏହାର ପ୍ରତିବଦଳରେ ସେ ମଧ୍ୟ ବିଧାୟକଙ୍କୁ ଏକ ଚାପୁଡ଼ା ମାରିଥିଲେ । ଏହି ସମୟରେ ଦୁହିଁଙ୍କ ମଧ୍ୟରେ ଝଗଡ଼ା ଆରମ୍ଭ ହୋଇଥିଲା । ବିଧାୟକଙ୍କ ଲଢ଼େଇ ଦେଖି ଦଳର କର୍ମକର୍ତ୍ତାମାନେ ମଧ୍ୟ ଭୋଟରଙ୍କୁ ମାଡ଼ ମାରିଥିଲେ । ସ୍ଥିତି ଏମିତି ହୋଇଥିଲା ଯେ, ଘଣ୍ଟାଏ ଯାଏ ମତଦାନ ବନ୍ଦ ରହିଥିଲା । ପରେ ସୁରକ୍ଷାକର୍ମୀ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଥି

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ