Masthead

ସିରିୟାରୁ ୭୫ ଭାରତୀୟଙ୍କୁ ଏୟାରଲିଫ୍ଟ କଲା ଭାରତ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ସିରିୟା ସଂକଟ ଭିତରେ ସ୍ବଦେଶ ଫେରିଲେ ଭାରତୀୟ । ୭୫ଜଣ ପ୍ରବାସୀ ଭାରତ ଫେରିଥିବା ନେଇ ବିଦେଶ ମନ୍ତ୍ରାଳୟ ସୂଚନା ଦେଇଛି । ସେମାନଙ୍କୁ ଲେବାନନ ସୀମା ଦେଇ ଏୟାରଲିଫ୍ଟ କରାଯାଇଛି । ସିରିୟାରୁ ଭାରତ ଫେରୁଥିବା ୭୫ଜଣ ନାଗରିକଙ୍କ ମଧ୍ୟରେ ୪୪ ଜୈରିନ ସାମିଲ୍ ଅଛନ୍ତି । ଜାମ୍ମୁ-କଶ୍ମୀର ସମସ୍ତ ଜୈରିନ୍ ସିରିୟାର ସୈଦା ଜୈନାବରେ ଫଶି ରହିଥିଲେ । ସେମାନଙ୍କୁ ଭାରତୀୟ ବିଦେଶ ମନ୍ତ୍ରାଳୟ ଉଦ୍ଧାର କରିଛି ।  ସୂଚନା ଅନୁଯାୟୀ, ସମସ୍ତ ଭାରତୀୟଙ୍କୁ ସୁରକ୍ଷା ଭାବେ ପ୍ରଥମେ ଲେବାନନରେ ପହଞ୍ଚାଯାଇଥିଲା । ସେଠାରୁ ଭାରତରୁ ଏୟାରଲିଫ୍ଟ ପାଇଁ ବ୍ୟବସ୍ଥା କରାଯାଉଛି ।

ସିରିୟାରେ ଲାଗିରହିଥିବା ଗୃହଯୁଦ୍ଧ ଏବଂ ପ୍ରବାସୀଙ୍କ ଅନୁରୋଧ ପରେ ବିଦେଶମନ୍ତ୍ରାଳୟ ରେସକ୍ୟୁ ଅପରେସନ ପାଇଁ ନିଷ୍ପତ୍ତି ନେଇଛି । ଏପଟେ ସିରିୟାରେ ରହୁଥିବା ପ୍ରବାସୀମାନେ ଡମାସ୍‌କସରେ ଥିବା ଭାରତୀୟ ଦୂତାବାସ ସହିତ ସମ୍ପର୍କ କରିବାକୁ ଭାରତ ସରକାର ପରାମର୍ଶ ଦେଇଛନ୍ତି । ଅଶାନ୍ତ ସିରିଆ । ବିଦ୍ରୋହି ଗୋଷ୍ଠୀଙ୍କ କବଜାରେ ସିରିୟା। ଇସ୍ତଫା ପରେ ରାଷ୍ଟ୍ରପତି ବସର-ଅଲ-ଅସଦ ଦେଶ ଛାଡି ପରିବାର ସହ ଋଷରେ ନେଇଛନ୍ତି ଆଶ୍ରୟ। ହୈୟତ ତାହିର ଅଲ-ଶାମ୍ ବିଦ୍ରୋହୀ ଗୋଷ୍ଠୀ ସିରିୟା ରାଜଧାନୀ ଡମାସ୍‌କସକୁ କବଜା କରି ନେଇଛନ୍ତି । ଦୀର୍ଘ ୧୪ ବର୍ଷ ରାଷ୍ଟ୍ରପତି ଅସଦ ସରକାରର ଅନ୍ତ ଘଟିଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ