Masthead

୩୩ ବର୍ଷରେ ନୟାପଲ୍ଲୀ ଦୁର୍ଗାପୂଜା: ଜାଣନ୍ତୁ କେମିତି ଚାଲିଛି ଚଳିତ ବର୍ଷ ପୂଜା

ଭୁବନେଶ୍ୱର, (ବଡ଼ ଖବର ବ୍ୟୁରୋ): ସାରା ବିଶ୍ୱକୁ କୋଭିଡ୍-୧୯ ଡରାଉଥିବା ବେଳେ ପାର୍ବଣର ଆଗମନରେ ମା’ଙ୍କ ଆବିର୍ଭାବ ଅତ୍ୟନ୍ତ ଶୁଭଙ୍କର। ସାରା ରାଜ୍ୟରେ ମା’ ଦୁର୍ଗାଙ୍କ ପୂଜାନୀତି କୋଭିଡ୍ କଟକଣା ମଧ୍ୟରେ ପାଳନ କରାଯାଉଛି। ଆଜି ହେଉଛି ମା’ଙ୍କ ମହାଷ୍ଟମୀ ପୂଜା। ଏହି ଅବସରରେ ‘ବଡ଼ ଖବର’ ଟିମ୍ ପହଞ୍ଚିଥିଲା ଭୁବନେଶ୍ୱର ନୟାପଲ୍ଲୀ ଦୁର୍ଗାପୂଜା ମଣ୍ଡପରେ। ପୀଠରୁ ଆରମ୍ଭ ହୋଇଥିବା ମା’ଙ୍କ ଏହି ଦୁର୍ଗାପୂଜା ଆଜି ମହାଷ୍ଟମୀ ସିନ୍ଧି ପୂଜା ପରେ ନବମୀ ପୂଜା ଅନୁଷ୍ଠିତ ହୋଇଛି। ଷଷ୍ଠୀ ପୂଜାରେ ବେଲଗଛ ବରଣ କରାଯିବା ପରେ ପୂଜାକାର୍ୟ୍ୟ ଆରମ୍ଭ ହୋଇଥିଲା। ମହାସପ୍ତମୀରେ ନବପତ୍ରିକା, ଦୁର୍ଗା କଳସ ପୂଜାର୍ଚ୍ଚନା କରାଯିବା ପରେ ମନ୍ଦିରକୁ ଆମନ୍ତ୍ରଣ କରାଯାଇଥାଏ। ପରେ ଚକ୍ଷୁଦାନ, ଚଣ୍ଡିପୂଜା କରାଯାଏ। ମହାଷ୍ଟମୀରେ ସୂର୍ୟ୍ୟପୂଜା, ଗୋପୂଜା, ଶାଳାହଡା ସହ ମା’ଙ୍କ ଷୋଡ଼ଶ ଉପଚାର ପୂଜା ନୀତି କରାଯାଇଥାଏ। ଆଜି ମହାଷ୍ଟମୀ ଥିବାରୁ ସକାଳୁ ସକାଳୁ ସିନ୍ଧି ପୂଜା କରାଯିବା ପରେ ନବମୀ ପୂଜା କରାଯାଇଥିବା ମଣ୍ଡପର ମୁଖ୍ୟ ପୂଜକ ଗଣେଶ୍ୱର ମିଶ୍ର କହିଛନ୍ତି। ସୂଚନା ଅନୁସାରେ, ପୀଠ ପୂଜାରୁ ପ୍ରଥମେ ୧୯୮୭ ମସିହାରେ ମା’ ଦୁର୍ଗାଙ୍କ ମୃଣ୍ମୟୀ ମୂର୍ତ୍ତି ପୂଜା କରାଯାଇଥିଲା। ୩୨ବର୍ଷ ଅତିକ୍ରାନ୍ତ କରିସାରିବା ପରେ ଚଳିତ ବର୍ଷ ୩୩ ବର୍ଷରେ ପାଦ ଥାପିଛି ମା’ଙ୍କ ଏହି ପୂଜା। ଜନ୍ମାଷ୍ଟମୀ ଦିନ କୁଆଖାଇ ନଦୀରୁ ମାଟି ଅନୁକୂଳ କରାଯିବା ପରେ ମୂର୍ତ୍ତି ତିଆରି କାର୍ୟ୍ୟ ଆରମ୍ଭ ହୋଇଥାଏ। ଚଳିତବର୍ଷ କରୋନା ମହାମାରୀ ପାଇଁ ମା’ଙ୍କ ମୂର୍ତ୍ତିକୁ ୪ଫୁଟ କରାଯାଇଛି। କୋଭିଡ୍ ଗାଇଡଲାଇନ ଅନୁସାରେ ବିନା ଭକ୍ତରେ ପୂଜା କରାଯାଉଛି ବୋଲି କମିଟି ସଭାପତି ପବିତ୍ର ମୋହନ ବେହେରା ଏବଂ ସମ୍ପାଦକ ମହେନ୍ଦ୍ର ବଳବନ୍ତରାୟ କହିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼