Masthead

ସେପ୍ଟେମ୍ବର ସୁଦ୍ଧା ଭାରତକୁ ମିଳିପାରେ ଆଉ ଏକ ଟିକା

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ମହାମାରୀ କୋରୋନା ବିରୋଧରେ ଜାରି ଲଢେଇରେ ଭାରତକୁ ଖୁବ ଶୀଘ୍ର ମିଳିପାରେ ଆଉ ଏକ ଅସ୍ତ୍ର । ନୋଭାଭ୍ୟାକ୍ସର କୋଭୋଭ୍ୟାକ୍ସ ସେପ୍ଟେମ୍ବର ସୁଦ୍ଧା ଭାରତରେ ଲଞ୍ଚ ହେବା ନେଇ ଆଶା ବ୍ୟକ୍ତ କରିଛନ୍ତି ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ସିଇଓ ଅଦାର ପୁନାୱାଲା । ବର୍ତ୍ତମାନ ଦେଶରେ କୋଭିସିଲ୍ଡ, ଭାରତ ବାୟୋଟେକର କୋଭାକ୍ସିନ ଓ ଋଷ ଟିକା ସ୍ପୁଟନିକ ଭିର ବ୍ୟବହାର ଜାରି ରହିଛି । କୋଭୋଭ୍ୟାକ୍ସର ଟ୍ରାଏଲ ଶୀଘ୍ର ପୁରା ହେବ ବୋଲି କହିଛନ୍ତି ପୁନାୱାଲା । ଅଦାର କହିଛନ୍ତି, ଯଦି ନିୟାମକ ଅନୁମୋଦନ ଦିଆଯାଏ, ତେବେ କୋଭୋଭ୍ୟାକ୍ସ ସେପ୍ଟେମ୍ବର ସୁଦ୍ଧା ଭାରତରେ ଲଞ୍ଚ ହେବାକୁ ପ୍ରସ୍ତୁତ ହେବ ଜ୍ଝ ସେ କହିଛନ୍ତି ଯେ ନଭେମ୍ବର ସୁଦ୍ଧା ଭାରତରେ ନୋଭାଭାକ୍ସର ଟିକା ଟ୍ରାଏଲ ଶେଷ ହୋଇପାରିବ।

ସେପ୍ଟେମ୍ବର ୨୦୨୦ ରେ, ନୋଭାଭ୍ୟାକ୍ସ ଏହାର ଟିକା ଏନଭିଏକ୍ସ-ସିଓଭି୨୩୭୩ ପାଇଁ ସେରମ୍ ଇନଷ୍ଟିଚ୍ୟୁଟ୍ ସହିତ ଏକ ଉତ୍ପାଦନ ଚୁକ୍ତି ଘୋଷଣା କରିଥିଲା ଜ୍ଝସେରମର ସିଇଓ ସୂଚନା ଦେଇଛନ୍ତି ଯେ ଦେଶରେ ପରୀକ୍ଷା ପର୍ୟ୍ୟାୟ ଶେଷ ହେବା ପୂର୍ବରୁ ମଧ୍ୟ କମ୍ପାନୀ ବିଶ୍ବ ତଥ୍ୟ ଉପରେ ଆଧାର କରି ଲାଇସେନ୍ସ ପାଇଁ ଆବେଦନ କରିପାରିବ। ଜୁନ ୧୪ରେ ଜାରି କରାଯାଇଥିବା ଏକ ବିବୃତ୍ତିରେ କମ୍ପାନୀ କହିଛି ଯେ କୋଭିଡ ସଂକ୍ରମଣର ମଧ୍ୟମ ତଥା ଗୁରୁତର କ୍ଷେତ୍ରରେ ଏନଭିଏକ୍ସ-ସିଓଭି୨୩୭୩ ଟିକା ୧୦୦% ସୁରକ୍ଷିତ। ସେପଟେ ଜୁଲାଇ ସୁଦ୍ଧା ଟିକା ଶିଶୁଙ୍କ ଉପରେ ଟ୍ରାଏଲ କରିବ ବୋଲି ଜଣାପଡିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ