Masthead

ଆଜି ଭାରତ-ପାକିସ୍ତାନ ଫାଇନାଲ ଆଲୋଚନା

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଆଜି ଭାରତ-ପାକିସ୍ତାନ ଫାଇନାଲ ଆଲୋଚନା । ଅସ୍ତ୍ରବିରତି ପରେ ଭାରତ-ପାକିସ୍ତାନ ମଧ୍ୟରେ ଆଲୋଚନା ।   ଭାରତ ଏବଂ ପାକିସ୍ତାନ ମଧ୍ୟରେ ଆଜି ଦିନ ୧୨ଟାରେ ହେବ DGMO (Director General Military operation)ସ୍ତରୀୟ ଆଲୋଚନା। ଅସ୍ତ୍ରବିରତି ପରେ ଦୁଇ ଦେଶ ମଧ୍ୟରେ ଏହି ଆଲୋଚନା ହେଉଛି। ଯୁଦ୍ଧ ସ୍ଥିତି ଏବଂ ସିଜ୍ ଫାୟାର ପ୍ରସଙ୍ଗରେ ଆଲୋଚନା ହେବାର ସମ୍ଭାବନା ରହିଛି। ଡିରେକ୍ଟର ଜେନେରାଲ ଅଫ ମିଲିଟାରୀ ଅପରେସନ୍ ରାଜୀବ ଘାଇ ପାକିସ୍ତାନ ପ୍ରତିପକ୍ଷ କାସିଫ ଅବଦୁଲ୍ଲାଙ୍କ ସହିତ ଆଲୋଚନା କରିବେ।

ମେ’ ୧୦ର ଉଭୟ ଦେଶ ଅସ୍ତ୍ରବିରତି ସହମତି ଦେଇଥିଲେ । ଅସ୍ତ୍ରବିରତି ପରଠାରୁ ସୀମାରେ ରହିଛି ଶାନ୍ତି ପରିବେଶ । ସୂଚନା ଅନୁସାରେ, ହଟଲାଇନରେ ହିଁ ଏହି ଆଲୋଚନା ହେବ। ଉଭୟ କୌଣସି ପ୍ରତ୍ୟକ୍ଷ ଆଲୋଚନା କରିବେ ନାହିଁ। ଏହି ଆଲୋଚନା ପୂର୍ବରୁ ଭାରତ ତାର ଆଭିମୁଖ୍ୟ ସ୍ପଷ୍ଟ କରିଦେଇଛି। ପ୍ରଥମରେ ଅସ୍ତ୍ରବିରତି, ଆତଙ୍କବାଦ ଏବଂ ପିଓକେ ବାବଦରେ ହିଁ ଆଲୋଚନା ହେବ। ଦ୍ଵିତୀୟରେ ଆତଙ୍କବାଦୀଙ୍କୁ ପ୍ରତ୍ୟର୍ପଣ ବାବଦରେ ଆଲୋଚନା ହେବ।

ତୃତୀୟରେ ଏସବୁ ବାଦ ଅନ୍ୟ କିଛି ପ୍ରସଙ୍ଗରେ ଆଲୋଚନା ହେବ ନାହିଁ। ଅର୍ଥାତ ସିନ୍ଧୁଚୁକ୍ତି ବାତିଲ ବଳବତ୍ତର ରହିବ। ‘ଅପରେସନ ସିନ୍ଦୂର’ରେ ସବୁ ଟାର୍ଗେଟ ହାସଲ କରିଛି ଭାରତ । ପାକିସ୍ତାନ ଏବଂ ପାକ୍‌ ଅଧିକୃତ କାଶ୍ମୀର (ପିଓକେ)ରେ ଥିବା ଆତଙ୍କବାଦୀଙ୍କ ଆଡ୍ଡା ମାଟିରେ ମିଶିଛି । ଶତ୍ରୁପକ୍ଷରୁ ବେଶ୍‌ କ୍ଷତି ସହିବାକୁ ପଡ଼ିଛି । ମେ’ ୭ରେ ସୀମାପାର୍‌ ସେନା କାର୍ଯ୍ୟାନୁଷ୍ଠାନରେ ୯ ଆତଙ୍କୀ ଆଡ୍ଡାରେ ୧୦୦ ଆତଙ୍କବାଦୀଙ୍କୁ ନିପାତ କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ