Masthead

ନୂଆଁଖାଇ ପାଇଁ ଚଳଚଞ୍ଚଳ ପଦ୍ମପୁର ସହର

ପଦ୍ମପୁର (ବଡ଼ ଖବର ବ୍ୟୁରୋ): ଆଉ ଦିନ କେଇଟା ପରେ ପାଳିତ ହେବ ପଶ୍ଚିମ ଓଡ଼ିଶାର ମହାନ ଗଣପର୍ବ ନୂଆଁଖାଇ । ନୂଆଁଖାଇ ପର୍ବ ପାଳନକୁ ନେଇ ଚଳଚଂଚଳ ହୋଇ ଉଠିଛି ସମଗ୍ର ପଶ୍ଚିମ ଓଡ଼ିଶା । ୧୧ ତାରିଖ ଦିନ ପଶ୍ଚିମ ଓଡ଼ିଶାର ମହାନ ଗଣପର୍ବ ନୂଆଁଖାଇ ପାଇଁ ଲୋକଙ୍କ ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟରେ ପହଂଚିଛି । କରୋନା ସଂକ୍ରମଣ ପାଇଁ ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି । ରାଜାରାଜୁଡା ସମୟରୁ ଚାଲି ଆସିଥିବା ନୂଆଁଖାଇ ପର୍ବକୁ କଟକଣା ମାନି ପାଳନ କରିବା ସହ ପରମ୍ପରାକୁ ବଜାୟ ରଖିବାକୁ ପଡିବ ବୋଲି କହିଛନ୍ତି ପଶ୍ଚିମ ଓଡ଼ିଶାବାସୀ ।

ଆସନ୍ତା ଶନିବାର ଦିନ ପୂର୍ବ ନିର୍ଦ୍ଧାରିତ ଲଗ୍ନ ଅନୁଯାୟୀ ମାଆ ସମଲେଶ୍ୱରୀ ଓ ନୃସିଂହ ମହାପ୍ରଭୁଙ୍କ ନିକଟରେ ନବାହ୍ନ ଲାଗି ହେବା ପରେ ଜନସାଧାରଣ ନବାନ୍ନ ଗ୍ରହଣ କରିଥାନ୍ତି। ପଶ୍ଚିମ ଓଡ଼ିଶାବାସୀ ନିଜ ନିଜ ଘରେ ପୂଜାର୍ଚ୍ଚନା କରିବା ସହ ନୂଆଁଖାଇ ପର୍ବ ପାଳନ କରିବେ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟରେ ପହଂଚିଥିବା ବେଳେ ନୂଆଁଖାଇ ପର୍ବର ସେହି ଶୁଭ ମୁହୁର୍ତ୍ତକୁ ଲୋକେ ଅନାଇ ରହିଛନ୍ତି । ଏହି ସବୁ ମଧ୍ୟରେ ଚଳିତ ବର୍ଷ କୋରୋନା କଟକଣା ପାଇଁ ଠପ ହୋଇ ପଡିଛି ସାଧାରଣ ଲୋକଙ୍କ ରୋଜଗାର।

ବରଗଡ ଜିଲ୍ଲା ପଦ୍ମପୁର ସହରରେ ଫିକା ପଡ଼ିଛି କପଡ଼ା ଦୋକାନ।ଲୋକେ ନୂଆଁଖାଇରେ ନୂଆ ସମ୍ବଲପୁରୀ ଶାଢୀ, କପଡ଼ା କିଣି ଥାନ୍ତି ଓ ସପରିବାର ନୂଆଖାଇରେ ନୂଆ କପଡ଼ା ପିନ୍ଧିଥାନ୍ତି । ହେଲେ ଚଳିତ ବର୍ଷ କୋରୋନା କଟକଣା ପାଇଁ କପଡ଼ା ଦୋକାନ ଫିକା ପଡିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ