Masthead

ଭାରତ-ପାକିସ୍ତାନ ତିକ୍ତତା, ଯୁବପିଢି ବନିବେ ସୈନିକ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଭାରତ-ପାକିସ୍ତାନ ମଧ୍ୟରେ ମୁଣ୍ଡ ଟେକିଛି ବିବାଦ । ଘମାସଟ୍ ଲଢେଇ ଭିତରେ କିଛି ଦିନର ଲାଗିଛି ବ୍ରେକ୍ । ଭାରତ ନିଜର ଦେଖାଇଛି ଦମ୍ । ସୁରକ୍ଷା ବାହୀନିକୁ ଆହୁରି ସଶକ୍ତ କରିବା ପାଇଁ ସରକାର ଭିଡିଛନ୍ତି ଅଣ୍ଟା । ସୀମାରେ ଜଗିଛନ୍ତି ଆମର ବୀର ଯବାନ । ଦେଶବାସୀଙ୍କୁ ସୁରକ୍ଷା ଦେବା ପାଇଁ ଖରା, ବର୍ଷା, ଶୀତ ଓ କାକରକୁ ବି ଭୁକ୍ଷେପ ନକରି ଦେଉଛନ୍ତି ପହରା । ଆଉ ଆଜିର ସମୟରେ ନିଜ ପରିବାରକୁ ଭୁଲି ଭାରତ ମାର ସୁରକ୍ଷା ପାଇଁ ବଟବୃକ୍ଷ ପରି ସେମତି ରହିଛନ୍ତି ଠିଆ । ଯାହାଙ୍କ ମନୋବଳ ସାଙ୍ଗକୁ ତାଙ୍କୁ ଆହୁରି ମାନବ ବଳ ଯୋଗାଇ ଦେବାକୁ ପଦକ୍ଷେପ ଆପଣାଇଲେ ଓଡିÿଶା ସରକାର ।

ସିଭିଲ ଡ୍ରିଫେନ ସଙ୍ଗଠନ ନୂଆ ରାଜ୍ୟରେ ସୃଷ୍ଟି କରିବା ପାଇଁ ବିଭାଗକୁ ନିଦେ୍ର୍ଦଶ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ଯୁବ ପିଢିଙ୍କୁ ବେସାମରିକ ସୁରକ୍ଷା ବଳରେ ସାମିଲ ହେବାକୁ ଦେଲେ ଆହ୍ୱାନ । ଦେଶର ସାଧାରଣ ଲୋକଙ୍କ ଜନ ଜୀବନର ସୁରକ୍ଷା ଆମ ସମସ୍ତଙ୍କର କର୍ତ୍ତବ୍ୟ । ସୁରକ୍ଷା ଓ ସେବା ଆମର ସର୍ବୋଚ୍ଚ କର୍ତ୍ତବ୍ୟ । ଏଥିପାଇଁ ଜାତୀୟତାର ମନୋଭାବ ରଖି ବେସାମରିକ ସୁରକ୍ଷା ବା ସିଭିଲ ଡ୍ରିଫେନ୍ସ ସଙ୍ଗଠନରେ ସ୍ୱେଚ୍ଚାସେବୀ ଭାବେ ଯୋଗ ଦେବାପାଇଁ ମୁଁ ଜନ ସାଧାରଣଙ୍କୁ, ବିଶେଷକରି ଯୁବ ସମାଜକୁ ଆହ୍ୱାନ କରୁଛି । ଯୁବ ସମାଜ ହିଁ ଆମ ଆଶା, ଭରଷା ଓ ଶକ୍ତିର ପ୍ରତୀକ । ଇଚ୍ଛୁକ ସ୍ୱେଚ୍ଛାସେବୀମାନେ ଜିଲ୍ଲାସ୍ତରରେ ଜିଲ୍ଲାପାଳଙ୍କୁ ଆବେଦନ କରିପାରିବେ । ଜିଲ୍ଲାପାଳ ହେଉଛନ୍ତି ଜିଲ୍ଲା ବେସାମରିକ ସୁରକ୍ଷାର ନିୟନ୍ତ୍ରକ । ଏହି ସ୍ୱେଚ୍ଛାସେବୀ ମାନଙ୍କୁ ପ୍ରଶିକ୍ଷିତ କରାଯିବ । ଆବଶ୍ୟକ ହେଲେ, ସେବା ଓ ଜାତୀୟତାର ମନୋଭାବ ରଖି ସେମାନେ ଜନସାଧାରଣଙ୍କୁ ସେବା ଯୋଗାଇଦେବେ । ଆମ ରାଜ୍ୟର ୧୨ଟି ସ୍ଥାନରେ ସିଭିଲ ଡିଫେନ୍ସ ସଙ୍ଗଠନ କାର୍ଯ୍ୟ କରୁଛି ।

ଆବଶ୍ୟକତା ଅନୁଯାୟୀ ଅନ୍ୟ ସ୍ଥାନମାନଙ୍କରେ ନୂଆ ସଙ୍ଗଠନ ଗଢିବାକୁ ମୁଁ ନିଦେ୍ର୍ଦଶ ଦେଇଛି । ମୋର ଆଶା ଓ ବିଶ୍ୱାସ, ସେବା ଓ ଜାତୀୟତାର ମନୋଭାବ ରଖି ଅନେକ ବ୍ୟକ୍ତି ବିଶେଷ, ବିଶେଷକରି ଯୁବ ବର୍ଗ ଏଥିପାଇଁ ଆଗେଇ ଆସିବାର ରହିଛି ବୋଲି ସିଏମ ମତ ପ୍ରକାଶ କରିଥିବା ବେଳେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ ସାହୁ କହିଛନ୍ତି ଭାରତ ବର୍ଷରେ ପିଲା ପାଠ ପଢିଲା ବେଳେ ସମସ୍ତଙ୍କୁ ଦିଆଯାଉ ମିଲିଟାରୀ ପ୍ରଶିକ୍ଷଣ । ଆମ ଦେଶର ସମସ୍ତ ପୁଅ ଏବଂ ଝିଅ ଟ୍ରେନି ପାଇଥିବେ ତାହାଲେ ସବୁ ଶତ୍ରୁ ପଡୋଶୀ ଦେଶ କେହି ଆମକୁ ଆଖି ଉଠେଇକି ଚାହିଁବେ ନାହିଁ । ଭାରତ ବର୍ଷରେ ପାଠ ପଢିଲା ବେଳେ ସମସ୍ତଙ୍କୁ ମିଲିଟାରୀ ଟ୍ରେନିଂ ଦିଆଯିବାର ଆବଶ୍ୟକ ରହିଛି । ସରକାର ଆହ୍ୱାନ ଦେଲେ ଦେଶ ସୁରକ୍ଷା ପାଇଁ ଲକ୍ଷ ଲକ୍ଷ ଯୁବପିଢି ବାହାରି ଆସିବେ । ଯେକୈାଣଷି ସ୍ଥିତିକୁ ମୁକାବିଲା କରିବା ପାଇଁ ଆମ ରାଜ୍ୟର ଲକ୍ଷଲକ୍ଷ ଯୁବପିଢି ସେନାରେ ଜଣେ ଜଣେ ଯୋଦ୍ଧା ବନି ସାରିଥିବେ । ସେତେବେଳକୁ ଆମ ପାଇଁ ଗର୍ବ ଲାଗିବ ଓ ଦେଶକୁ ସେମାନେ ସୁରକ୍ଷା ଦେଉଥିବେ । ଆମେ ତାଙ୍କ ପାଇଁ ଗର୍ବିତ ଅନୁଭବ କରୁଥିବା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ED ଡେପୁଟି ଡାଇରେକ୍ଟର ଚିନ୍ତନ ରଘୁବଂଶୀ ଗିରଫ 🔴 ଭିଜିଲାନ୍ସ ଜାଲରେ ଗ୍ରାମୀଣ ଉନ୍ନୟନ ବିଭାଗ ମୁଖ୍ୟଯନ୍ତ୍ରୀ 🔴 ଚୀନ ସିସିଟିଭିକୁ ଭାରତରେ ନା 🔴 ଖୁବଶୀଘ୍ର ପିଓକେ ଆମର ହେବ 🔴 ଶୀତଳଷଷ୍ଠୀ କୁ ୫୦ଲକ୍ଷ ଅନୁଦାନ 🔴 ୪୦ ବର୍ଷ ପରେ ମାଓ ମୁକ୍ତ ହେଲା ବସ୍ତର 🔴 ନିଶାସକ୍ତ ପୁଅର ନୃଶଂସକାଣ୍ଡ, କୋଦାଳରେ ହାଣି ମା’କୁ କଲା ହତ୍ୟା 🔴 କେନାଲ ବନ୍ଧ ସହ ମାଟି ତାଡିନେଲେ ମାଟି ମାଫିଆ 🔴 ଟ୍ରମ୍ପ୍ ଓ ଏଲନ୍ ମସ୍କଙ୍କ ସମ୍ପର୍କରେ ଫାଟ 🔴 ଅବପାତରେ ପରିଣତ ହେଲା ଲଘୁଚାପ 🔴 ED ଡେପୁଟି ଡାଇରେକ୍ଟର ଚିନ୍ତନ ରଘୁବଂଶୀ ଗିରଫ 🔴 ଭିଜିଲାନ୍ସ ଜାଲରେ ଗ୍ରାମୀଣ ଉନ୍ନୟନ ବିଭାଗ ମୁଖ୍ୟଯନ୍ତ୍ରୀ 🔴 ଚୀନ ସିସିଟିଭିକୁ ଭାରତରେ ନା 🔴 ଖୁବଶୀଘ୍ର ପିଓକେ ଆମର ହେବ 🔴 ଶୀତଳଷଷ୍ଠୀ କୁ ୫୦ଲକ୍ଷ ଅନୁଦାନ 🔴 ୪୦ ବର୍ଷ ପରେ ମାଓ ମୁକ୍ତ ହେଲା ବସ୍ତର 🔴 ନିଶାସକ୍ତ ପୁଅର ନୃଶଂସକାଣ୍ଡ, କୋଦାଳରେ ହାଣି ମା’କୁ କଲା ହତ୍ୟା 🔴 କେନାଲ ବନ୍ଧ ସହ ମାଟି ତାଡିନେଲେ ମାଟି ମାଫିଆ 🔴 ଟ୍ରମ୍ପ୍ ଓ ଏଲନ୍ ମସ୍କଙ୍କ ସମ୍ପର୍କରେ ଫାଟ 🔴 ଅବପାତରେ ପରିଣତ ହେଲା ଲଘୁଚାପ