Before Header

ଏନକାଉଣ୍ଟରେ ୩ ହାର୍ଡକୋର ମାଓବାଦୀ ନିହତ

0 944

ମାଲକାନଗିରି (ବଡ଼ ଖବର ବ୍ୟୁରୋ): ପୁଣି ପୋଲିସକୁ ବଡ଼ ସଫଳତା । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ । କରିଗୁଟା ଜଙ୍ଗଲରେ ପୋଲିସ ଏନକାଉଣ୍ଟରରେ ତିନି ହାର୍ଡ କୋର ମାଓବାଦୀ ନିହତ । ଘଟଣା ସ୍ଥଳରୁ ଗୋଟିଏ LMG, ଗୋଟିଏ AK47 ବନ୍ଧୁକ ସହ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରିଛି ପୋଲିସ ।

ଏନେଇ ବିଜାପୁର ଜିଲ୍ଲା ଏସ୍‌ପି ଜିତେନ୍ଦ୍ର ଯାଦବ ସୂଚନା ଦେଇଛନ୍ତି। ଏସପି ଯାଦବଙ୍କ ସୂଚନା ଅନୁସାରେ, ଆଜି ବିଜାପୁର କରିଗୁଟା ଜଙ୍ଗଲରେ ସୁରକ୍ଷାକର୍ମୀମାନେ ସର୍ଚ୍ଚ ଅପରେସନ କରୁଥିରେ। ଏହି ସମୟରେ ମାଓବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳିମାଡ଼ କରିଥିଲେ। ସୁରକ୍ଷାକର୍ମୀଙ୍କ ପାଲଟା ଆକ୍ରମଣରେ ୩ ମାଓବାଦୀ ନିପାତ ହୋଇଛନ୍ତି।

Leave A Reply

Your email address will not be published.