Masthead

ଭାରତ-ୱେଷ୍ଟଇଣ୍ଡିଜ୍ ଦିନିକିଆ: ୧୧୪ ରନରେ ଅଲଆଉଟ୍ ହେଲା ୱେଷ୍ଟଇଣ୍ଡିଜ୍

ବାର୍ବାଡସ୍‌ (ବଡ଼ ଖବର ବ୍ୟୁରୋ):ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଦିନିକିଆ ସିରିଜ ଆରମ୍ଭ ହୋଇଛି । ପ୍ରଥମ ଦିନିକିଆରେ ୱେଷ୍ଟଇଣ୍ଡିଜକୁ ୫ ୱିକେଟରେ ପରାସ୍ତ କରିଛି ଭାରତ । କୁଲଦୀପ ଯାଦବ ଓ ରବିନ୍ଦ୍ର ଜାଡେଜାଙ୍କ ଘାତକ ବୋଲିଂରେ ଘାଇଲା ହୋଇଥିଲା ଘରୋଇ ଦଳ । ୧୧୫ ରନ୍‌ ଲକ୍ଷ୍ୟରେ ଖେଳିଥିବା ଭାରତ ପାଇଁ ଶୀର୍ଷକ୍ରମରେ ରୋହିତ ଶର୍ମା ଏବଂ ବିରାଟ କୋହଲି ବ୍ୟାଟିଂ ପାଇ ଆସିନଥିଲେ। ଫଳରେ ଭାରତ ୧୦୦ ରନ୍‌ ଭିତରେ ୫ ୱିକେଟ୍‌ ହରାଇ ଦେଇଥିଲା। ତଥାପି ଈଶାନ କିଶନଙ୍କ ଅର୍ଦ୍ଧଶତକ ଭାରତକୁ ସହଜ ବିଜୟ ଦେଇଥିଲା। ଏଥି ସହ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଏହି ୩ ମ୍ୟାଚ୍ ଶୃଙ୍ଖଳାରେ ଭାରତ ୧-୦ରେ ଆଗୁଆ ହୋଇଛି। ବ୍ରିଜଟାଉନରେ ଖେଳାଯାଉଥିବା ପ୍ରଥମ ଦିନିକିଆରେ ଭାରତର ଅଧିନାୟକ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା ଓ ମୁକେଶ କୁମାର ଦଳର ବୋଲିଂ କମାଣ ସମ୍ଭାଳିଥିଲେ।

ମ୍ୟାଚ୍‌ର ତୃତୀୟ ଓଭରରରେ ପାଣ୍ତ୍ୟା ବିସ୍ଫୋରକ କାୟେଲ ମେୟର୍ସଙ୍କୁ ଆଉଟ କରି ଭାରତକୁ ପ୍ରଥମ ସଫଳତା ଦେଇଥିଲେ। ଈଶାନଙ୍କ ସହ ସୂର୍ୟ୍ୟକୁମାର ଯାଦବ ଦ୍ବିତୀୟ ୱିକେଟ୍‌ରେ ୩୬ ରନ୍‌ ଯୋଡ଼ି ପାଳି ସମ୍ଭାଳିଥିଲେ।  ସୂର୍ୟ୍ୟକୁମାର ଭୁଲ୍‌ ସଟ୍‌ ଚୟନ କରି ଗୁଡ଼କେଶ ମୋତିଙ୍କ ବଲ୍‌ରେ ଏଲ୍‌ବିଡବ୍ଲୁ ହୋଇଯାଇଥିଲେ। ଈଶାନ କିଶନ ଆକର୍ଷଣୀୟ ଅର୍ଦ୍ଧଶତକ ହାସଲ କରିଥିଲେ ମଧ୍ୟ ଆଗକୁ ବଢ଼ି ପାରିନଥିଲେ। ଗୁଡ଼କେଶ‌ ମୋତିଙ୍କ ଦ୍ବିତୀୟ ଶିକାର ହୋଇଥିଲେ। ହାର୍ଦିକ୍ ପାଣ୍ଡ୍ୟାଙ୍କ ରନ୍ ଆଉଟ୍ ଏବଂ ଶାର୍ଦୁଳ ଠାକୁରଙ୍କ ସଅଳ ବିଦାୟ କାରଣରୁ ଭାରତ ୧୦୦ ରନ୍‌ ଭିତରେ ୫ ୱିକେଟ୍ ହରାଇ ଦେଇଥିଲା। ପଞ୍ଚମ ୱିକେଟ୍‌ର ପତନ ପରେ ରୋହିତ ବ୍ୟାଟିଂ କରିବାକୁ ଆସିଥିଲେ। ୱେଷ୍ଟଇଣ୍ଡିଜ ୨୩ ଓଭରରେ ୧୧୪ ରନ୍‌ କରିଥିବା ବେଳେ ଭାରତ ମଧ୍ୟ ୨୩ତମ ଓଭରରେ ୫ ୱିକେଟ୍‌ରେ ବିଜୟୀ ହୋଇଥିଲା।

 

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ