Masthead

ଲୋକଙ୍କର ପ୍ରଚଣ୍ଡ ରେସପନ୍ସ ଦେଖିବାକୁ ମିଳୁଛି: ସମୀର ଦାସ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ବିଜେଡ଼ିର ପଦଯାତ୍ରା ପ୍ରସଙ୍ଗରେ ନିମାପଡ଼ା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସମୀର ଦାସ ଦେଇଛନ୍ତି ପ୍ରତିକ୍ରିୟା । ଗୋପ ଅଞ୍ଚଳ ନାଗପୁର ପାଖରେ ସମାବେଶ ଥିଲା । ଯେଉଁଥିରେ ୨୦୦୦ରୁ ଉର୍ଦ୍ଧ୍ବ ଯୁବକଙ୍କର ବିଶାଳ ମୋଟରସାଇକେଲ ଶୋଭାଯାତ୍ରା ୧୫ କିମି ଯାଏଁ ହେଲା । ୫ ହଜାରରୁ ଉର୍ଦ୍ଧ୍ବ କାର୍ଯ୍ୟକର୍ତ୍ତା ଏବଂ ମାଆ ମାନେ ଏଥିରେ ସାମିଲ ହୋଇଥିଲେ । ଲୋକଙ୍କର ପ୍ରଚଣ୍ଡ ରେସପନସ୍ ଦେଖିବାକୁ ମିଳୁଛି । ନବୀନ ପଟ୍ଟନାୟକଙ୍କୁ ଷଷ୍ଠ ଥର ପାଇଁ ଜିତାଇବା ପାଇଁ ଲୋକ ମାନସିକ ଭାବେ ପ୍ରସ୍ତୁତ ଅଛନ୍ତି । ସେପଟେ ଲକ୍ଷ୍ମୀ ଯୋଜନାରେ ଦଳୀୟ ଲୋଗୋ ବ୍ୟବହାରକୁ ନେଇ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି, ବିଜେଡି ବିଧାୟକ ସମୀର ଦାସ । କହିଛନ୍ତି,ଶଙ୍ଖ ଆମ ଦୈନନ୍ଦିନ ଜୀବନର ଅଂଶ ବିଶେଷ । ଯେକୌଣସି କାର୍ଯ୍ୟକ୍ରମର ଆରମ୍ଭ ଶଙ୍ଖ ନାଦରୁ ହିଁ ହୁଏ । ଶଙ୍ଖ ବଜାଇବା କଣ ଭୁଲ । ଭଲ କାର୍ୟ୍ୟରେ ଶଙ୍ଖ ବଜାଯାଏ । ଏହା କେବଳ ଓଡ଼ିଶା ଭିତରେ ସୀମାବଦ୍ଧ ନୁହେଁ । ଭାରତୀୟ ସଂସ୍କୃତିରେ ଶଙ୍ଖର ବିଶେଷ ଭୂମିକା ଅଛି । ଲୋକଙ୍କ ଭିତରେ ଏକ ଆଧ୍ୟାତ୍ମିକ ଭାବକୁ ନେଇ ଶଙ୍ଖ ଅଛି । ତେଣୁ ଶଙ୍ଖକୁ କେବଳ ଏକ ରାଜନୈତିକ ଚିହ୍ନ ଭାବେ ବିରୋଧୀ ମାନେ ଚିତ୍ରିତ କରିବା ଉଚିତ୍ ନୁହେଁ । ଲକ୍ଷ୍ମୀ ଯୋଜନା ଉଦଘାଟନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଯାଇଛନ୍ତି । ତେଣୁ ବିଜ୍ଞାପନରେ ଶଙ୍ଖ ବଜାଇବାର ଫଟୋ ଆସିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ