Masthead

ପାକିସ୍ତାନୀ ଆତଙ୍କୀ ଲଞ୍ଚପ୍ୟାଡ୍ ଧ୍ବଂସ କଲା ଭାରତ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):  ଭାରତୀୟ ସେନା ପ୍ରତିଶୋଧ ସ୍ୱରୂପ ଜମ୍ମୁ ନିକଟରେ ପାକିସ୍ତାନୀ ପୋଷ୍ଟ ଏବଂ ଆତଙ୍କବାଦୀ ଲଞ୍ଚ୍ ପ୍ୟାଡ୍ ଧ୍ୱଂସ କରିଛି ଭାରତୀୟ ସେନା। ପ୍ରତିରକ୍ଷା ସୂତ୍ର ଅନୁଯାୟୀ, ପାକିସ୍ତାନରେ ଥିବା ଅତି କମରେ ଚାରୋଟି ବାୟୁସେନା ଘାଟିକୁ  ଭାରତୀୟ ସେନା ଟାର୍ଗେଟ କରିଥିଲେ। ଏହି ସମୟରେ, ଶ୍ରୀନଗର ଏବଂ ଆଖପାଖ ଅଞ୍ଚଳରେ ପାକିସ୍ତାନ ପଟୁ ଆକ୍ରମଣ କରୁଥିବା ମଧ୍ୟ ସୂଚନା ମିଳିଛି। ପାକିସ୍ତାନ ରାତିସାରା ଗୁଳିବର୍ଷା ଜାରି ରଖିଛି। କୁପୱାଡ଼ାରେ ବ୍ଲାକ୍ଆଉଟ୍ ଲାଗୁ କରାଯାଇଥିଲା। ଏହି ଗୁଳିବର୍ଷାରେ ଜମ୍ମୁ ଏବଂ କାଶ୍ମୀରର ରାଜୌରୀରେ ଜଣେ ବରିଷ୍ଠ ଅଧିକାରୀଙ୍କ ଜୀବନ ଯାଇଥିବା ସ୍ପଷ୍ଟ କରିଛନ୍ତି  ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ।

ପାକିସ୍ତାନରେ ଶନିବାର ସକାଳେ ଅନେକ ଏୟାରବେସ୍ ରେ ଶକ୍ତିଶାଳୀ ବିସ୍ଫୋରଣର ଶବ୍ଦ ଶୁଣା ଯାଇଥିଲା। ରାୱଲପିଣ୍ଡିରେ ନୁରଝାନ୍ ଏୟାରବେସ୍, ଚକୱାଲରେ ମୁରିଦ୍ ଏୟାରବେସ୍ ଏବଂ ଝାଙ୍ଗରେ ରଫିକି ଏୟାରବେସ୍ ସମେତ ତିନୋଟି ବାୟୁସେନା ପ୍ରତିଷ୍ଠାନରେ ବିସ୍ଫୋରଣ ଘଟିଥିଲା ବୋଲି ପାକିସ୍ତାନର ସେନା ଦାବି କରିଛି। ନୁରଜାହାନ୍ ଏୟାରବେସ୍ ହେଉଛି ପାକିସ୍ତାନର ସବୁଠାରୁ ସମ୍ବେଦନଶୀଳ ସାମରିକ ପ୍ରତିଷ୍ଠାନ ମଧ୍ୟରୁ ଗୋଟିଏ ଯାହା ବାୟୁସେନା ଅପରେସନ୍ ଏବଂ ଭିଆଇପି ପରିବହନ ପାଇଁ ବ୍ୟବହୃତ ହୁଏ। ପୂର୍ବରୁ ଚକଲାଲା ବାୟୁ ଘାଟି ଭାବରେ ଜଣାଶୁଣା, ଏହା ପାକିସ୍ତାନର ସାମରିକ ମୁଖ୍ୟାଳୟ ନିକଟରେ ଅବସ୍ଥିତ। ଯାହାର ଦୂରତା  ଇସଲାମାବାଦରୁ 10 କିଲୋମିଟରରୁ ବି କମ୍ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ