Masthead

ପାକିସ୍ତାନୀ ଆତଙ୍କୀ ଲଞ୍ଚପ୍ୟାଡ୍ ଧ୍ବଂସ କଲା ଭାରତ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):  ଭାରତୀୟ ସେନା ପ୍ରତିଶୋଧ ସ୍ୱରୂପ ଜମ୍ମୁ ନିକଟରେ ପାକିସ୍ତାନୀ ପୋଷ୍ଟ ଏବଂ ଆତଙ୍କବାଦୀ ଲଞ୍ଚ୍ ପ୍ୟାଡ୍ ଧ୍ୱଂସ କରିଛି ଭାରତୀୟ ସେନା। ପ୍ରତିରକ୍ଷା ସୂତ୍ର ଅନୁଯାୟୀ, ପାକିସ୍ତାନରେ ଥିବା ଅତି କମରେ ଚାରୋଟି ବାୟୁସେନା ଘାଟିକୁ  ଭାରତୀୟ ସେନା ଟାର୍ଗେଟ କରିଥିଲେ। ଏହି ସମୟରେ, ଶ୍ରୀନଗର ଏବଂ ଆଖପାଖ ଅଞ୍ଚଳରେ ପାକିସ୍ତାନ ପଟୁ ଆକ୍ରମଣ କରୁଥିବା ମଧ୍ୟ ସୂଚନା ମିଳିଛି। ପାକିସ୍ତାନ ରାତିସାରା ଗୁଳିବର୍ଷା ଜାରି ରଖିଛି। କୁପୱାଡ଼ାରେ ବ୍ଲାକ୍ଆଉଟ୍ ଲାଗୁ କରାଯାଇଥିଲା। ଏହି ଗୁଳିବର୍ଷାରେ ଜମ୍ମୁ ଏବଂ କାଶ୍ମୀରର ରାଜୌରୀରେ ଜଣେ ବରିଷ୍ଠ ଅଧିକାରୀଙ୍କ ଜୀବନ ଯାଇଥିବା ସ୍ପଷ୍ଟ କରିଛନ୍ତି  ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ।

ପାକିସ୍ତାନରେ ଶନିବାର ସକାଳେ ଅନେକ ଏୟାରବେସ୍ ରେ ଶକ୍ତିଶାଳୀ ବିସ୍ଫୋରଣର ଶବ୍ଦ ଶୁଣା ଯାଇଥିଲା। ରାୱଲପିଣ୍ଡିରେ ନୁରଝାନ୍ ଏୟାରବେସ୍, ଚକୱାଲରେ ମୁରିଦ୍ ଏୟାରବେସ୍ ଏବଂ ଝାଙ୍ଗରେ ରଫିକି ଏୟାରବେସ୍ ସମେତ ତିନୋଟି ବାୟୁସେନା ପ୍ରତିଷ୍ଠାନରେ ବିସ୍ଫୋରଣ ଘଟିଥିଲା ବୋଲି ପାକିସ୍ତାନର ସେନା ଦାବି କରିଛି। ନୁରଜାହାନ୍ ଏୟାରବେସ୍ ହେଉଛି ପାକିସ୍ତାନର ସବୁଠାରୁ ସମ୍ବେଦନଶୀଳ ସାମରିକ ପ୍ରତିଷ୍ଠାନ ମଧ୍ୟରୁ ଗୋଟିଏ ଯାହା ବାୟୁସେନା ଅପରେସନ୍ ଏବଂ ଭିଆଇପି ପରିବହନ ପାଇଁ ବ୍ୟବହୃତ ହୁଏ। ପୂର୍ବରୁ ଚକଲାଲା ବାୟୁ ଘାଟି ଭାବରେ ଜଣାଶୁଣା, ଏହା ପାକିସ୍ତାନର ସାମରିକ ମୁଖ୍ୟାଳୟ ନିକଟରେ ଅବସ୍ଥିତ। ଯାହାର ଦୂରତା  ଇସଲାମାବାଦରୁ 10 କିଲୋମିଟରରୁ ବି କମ୍ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା