Masthead

ଆଜି ଲୋକସଭାରେ ଆଗତ ହେବ ‘ୱାନ୍ ନେସନ୍ ୱାନ୍ ଇଲେକ୍ସନ୍’ ବିଲ୍

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଆଜି ସଂସଦକୁ ଆସିପାରେ ୱାନ୍ ନେସନ୍ ୱାନ୍ ଇଲେକ୍ସନ୍ ବିଲ୍। ଲୋକସଭାରେ ଆଗତ ହୋଇପାରେ ଏକକ ନିର୍ବାଚନ ବିଧେୟକ। ପ୍ରାୟ ମଧ୍ୟାହ୍ନ ବେଳକୁ ଏହା ଉପସ୍ଥାପିତ ହୋଇପାରେ ବୋଲି ଖବର ସରବରାହ ସଂସ୍ଥା ଇଘଓ ପକ୍ଷରୁ ସୂଚନା ଦିଆଯାଇଛି । ଆଇନ ମନ୍ତ୍ରୀ ଅର୍ଜୁନ ମେଘୱାଲଏହି ବିଲ୍ ଉପସ୍ଥାପନ କରିବେ। ବିଜେପି ମଧ୍ୟ ତା’ର ସାଂସଦମାନଙ୍କ ପାଇଁ ହ୍ଵିପ ଜାରି କରିଛି । ସେପଟେ ସରକାରଙ୍କ ଏହି ବିଲକୁ ଏନଡିଏ ସମର୍ଥନ କରିଥିବା ବେଳେ ଏହାକୁ ବିରୋଧ କରିବାକୁ ବିରୋଧିମାନେ ରଣନୀତି ପ୍ରସ୍ତୁତ କରିଛନ୍ତି । କିଛି ଦିନ ତଳେ ୱାନ୍ ନେସନ, ୱାନ୍ ଇଲେକ୍ସନ ବିଲ୍‌କୁ ମଞ୍ଜୁରୀ ପ୍ରଦାନ କରିଛି କେନ୍ଦ୍ର କ୍ୟାବିନେଟ । ୨୦୨୪ ଲୋକସଭା ନିର୍ବାଚନରେ ବିଜେପି ଇସ୍ତାହାରରେ ଏହାକୁ ସାମିଲ କରିଥିଲା ।

ୱାନ୍ ନେସନ୍, ୱାନ୍ ଇଲେକସନକୁ ନେଇ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି କେନ୍ଦ୍ର ସରକାର। କମିଟିର ରିପୋର୍ଟକୁ କ୍ୟାବିନେଟ୍ ମଂଜୁରୀ ମଧ୍ୟ ମିଳିଛି। ତେବେ ଏକକ ନିର୍ବାତନ ଢାଞ୍ଝା କାର୍ୟ୍ୟକାରୀ କରିବାକୁ ବ୍ୟାପକ ସାମ୍ବିଧାନିକ ସଂଶୋଧନ ଆବଶ୍ୟକ ରହିଛି। କେନ୍ଦ୍ର ସରକାରଙ୍କ ନେତୃତ୍ବାଧୀନ କେନ୍ଦ୍ର କ୍ୟାବିନେଟ୍ ଗତ ସପ୍ତାହରେ ଲୋକସଭା ଓ ବିଧାନସଭା ନିର୍ବାଚନ ଏକାସାଙ୍ଗରେ କରିବାକୁ ନିଷ୍ପତ୍ତି ନେଇଥିଲେ ହେଁ ସ୍ଥାନୀୟ ନିର୍ବାଚନ କିପରି ହେବ ସେ ନେଇ ଏପର୍ୟ୍ୟନ୍ତ କୌଣସି ନିଷ୍ପତ୍ତି ନିଆଯାଇନାହିଁ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ