Masthead

ଈଶ୍ୱରଙ୍କ ଅସ୍ଥିତ୍ୱ ପ୍ରମାଣିତ କଲେ ଭାରତୀୟ ବୈଜ୍ଞାନିକ

ନୂଆଦିଲ୍ଲୀ  (ବଡ଼ ଖବର ବ୍ୟୁରୋ) ଦୁନିଆରେ ଭଗବାନ ଅଛନ୍ତି କି ନାହିଁ? ଏ ପ୍ରଶ୍ନ ଏବଂ ଏହାର ଉତରରେ ସବୁବେଳେ ତର୍କ ବିତର୍କ ହୋଇଆସୁଛି । ବୈଜ୍ଞାନିକଙ୍କ ମତରେ ବିଜ୍ଞାନରୁ ସୃଷ୍‌ଟି ହୋଇଛି ଜୀବନ । ଈଶ୍ୱରଙ୍କୁ ବିଶ୍ୱାସ କରୁଥିବା ଲୋକେ ଏହା ବିରୋଧରେ ମ୍‌ତ ବାଢନ୍ତି ଯେ, ଈଶ୍ୱରଙ୍କ ଦ୍ୱାରା ହିଁ ଏ ସମସ୍ତ ସୃଷ୍ଟି ତିଷ୍ଠି ପାରିଛି । ବର୍ଷ ବର୍ଷ ଧରି ଏହି ଚାଲିଆସୁଛି ଏହି ତର୍କ ବିତର୍କ । ବୈଜ୍ଞାନିକମାନେ ବିଭିନ୍ନ ରିସର୍ଚ୍ଚ, ବିଭିନ୍ନ ଏକ୍ସପେରିମେଂଟ କରି ଏହି ଭିନ୍ନ ଭିନ୍ନ ସମୟରେ ବିଜ୍ଞାନକୁ ଗୁରୁତ୍ୱ ଦେଇଆସିଛନ୍ତି । ତେବେ ପ୍ରଥମ ଥର ପାଇଁ ଜଣେ ଭାରତୀୟ ବୈଜ୍ଞାନିକଙ୍କର ଏକ୍ସପେରିମେଂଟ ବର୍ତମାନ ଏହି ତର୍କ ବିତର୍କରେ ରୋଚକ ତଥ୍ୟ ସାମ୍ନାକୁ ଆଣିଛନ୍ତି । ସେ ପ୍ରମାଣିତ କରିଛନ୍ତି ଯେ, ଦୁନିଆରେ ଈଶ୍ୱର ଅଛନ୍ତି । ବିଜ୍ଞାନର ପୂଜାରୀ ହୋଇ ମଧ୍ୟ ଜ୍ଞାନ ସମକ୍ଷରେ ଆଣିଛନ୍ତି ଫଳ । କେରଳର ଜଣେ ଭାରତୀୟ ଗବେଷକ ପ୍ରଫେସର ମନୋଜ କୁମାର ପୀତାମ୍ବରନ ଜୀବନ ଉପରେ ଏପରି ଏକ ଉତର ଦେଇଛନ୍ତି । ଗତ ୨୨ ବର୍ଷ ଧରି ଜୀବନ ତଥା ଜୀବନର ଉତ୍ପତି ଓ ବିବର୍ତନ ଉପରେ ଗବେଷଣା କରି ଏହାର ଉତର ଖୋଜିଆସୁଛନ୍ତି । ତାଙ୍କ ଥିଓରୀ ଅନୁସାରେ ଜୀବନ ସ୍ୱାଭାବିକ ଭାବରେ ଜୀବନରୁ ହିଁ ଆସିଥାଏ । ଯାହା ବିଜ୍ଞାନ ଇତିହାସରେ ସବୁଠାରୁ ବଡ ବରିବର୍ତନର ଥିଓରୀ । ତାଙ୍କ ପ୍ରମାଣ ଆଧାରିତ ଏବଂ ପରୀକ୍ଷାମୂଳକ ଧାରଣା ନେଇ ସେ ଆବାୟୋଜେନସିସ ଧାରଣାକୁ ବାୟୋଜେନେସିସ୍ ସହିତ ବଦଳାଇଦେଇଥିଲେ । ତାଙ୍କ ବିଶ୍ୱାସ ଅନୁସାରେ ବାୟୋଜେନେସିସ୍ ବା ଜୀବନ ଜୀବନରୁ ହିଁ ଆସିଥାଏ । ପ୍ରଥମେ ୟୁନିଭର୍ସ, ମିଲ୍‌କୀ ୱେ, ସୋଲାର ସିଷ୍ଟମ, ପ୍ରୋକାରିଓଟ୍ସ, ୟୋକାରିଓଟ୍ସ, ପ୍ରୋଟୋଓଜା, ପ୍ଲାଂଟ, ସ୍ପଂଜ, ମାଛ, ଆମ୍ଫିବିଆନ୍‌ସ, ରେପଟାଇଲସ୍‌, ସରୀସୃପ, ପକ୍ଷୀ, ପ୍ରାଇମେଟ୍ସ ଓ ସର୍ବଶେଷରେ ମଣିଷ ଆସିଥାଏ । ତାଙ୍କ ରିସର୍ଚ୍ଚ ଲାଇଫ ସାଇନ୍ସ ବା ଜୀବ ବିଜ୍ଞାନ, ସ୍ପେଶ ସାଇନ୍ସ ପରି ବିଷୟରୁ ଅନୁପ୍ରାଣିତ ହୋଇଛି । ଯଦି ଏହି ସବୁ ଜୀବନ ୟୁନିଭର୍ସରୁ ହିଁ ଉଦ୍ଧୃତ ହୋଇଛି, ତେବେ ଏହା ଯେଉଁଠାରୁ ସୃଷ୍ଟି ହୋଇଛି ସେଥିରେ ମଧ୍ୟ ଜୀବନ ଥିବା ସେ ଦାବି କରିଛନ୍ତି । ଏହି ତର୍କରେ ସେ ଈଶ୍ୱର ତଥା ଭଗବାନର ଅସ୍ଥିତ୍ୱକୁ ପ୍ରମାଣିତ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ