Masthead

ସ୍ୱାସ୍ଥ୍ୟ ବିଭାଗର ସମୀକ୍ଷା କଲେ ଶିଳ୍ପ ମନ୍ତ୍ରୀ

ପାରାଦୀପ (ବଡ଼ ଖବର ବ୍ୟୁରୋ): ଜଗତସିଂହପୁର ଜିଲ୍ଲାରେ ୫୦% ଡାକ୍ତର ପଦବୀ ଖାଲି ପଡିଛି । ଯେଉଥିପାଇଁ ସ୍ୱାସ୍ଥ୍ୟ ସେବାରେ ସମସ୍ୟା ହେଉଥିବା ସ୍ୱୀକାର କରିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ। ପାରାଦୀପ ନିର୍ବାଚନମଣ୍ଡଳିର ବିଭିନ୍ନ ସ୍ୱାସ୍ଥ୍ୟକେନ୍ଦ୍ରର ସମୀକ୍ଷା ବୈଠକରେ ଯୋଗ ଦେବା ଅବସରରେ ସେ ଏହାକୁ ସ୍ୱୀକାର କରିବା ସହିତ ଯେଉଁ ଏମବିବିଏସ ଡାକ୍ତର ନିଯୁକ୍ତି ପାଉଛନ୍ତି, ସେମାନେ ପିଜି ପାଇଁ ଯାଉଥିବାରୁ ସମସ୍ୟା ହେଉଛି। କିଛି ଡାକ୍ତର ପୋଷ୍ଟିଂ ସ୍ଥାନରେ ରହୁନଥିବା କଥାକୁ ମଧ୍ୟ ସ୍ୱୀକାର କରିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ। ଏଥିପାଇଁ ୩ ଜଣ ଡାକ୍ତରଙ୍କ ଦରମା ମଧ୍ୟ ବନ୍ଦ କରାଯାଇଛି ବୋଲି ପ୍ରକାଶ କରିଛନ୍ତି ।

ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ବାଇଁ କୁଜଙ୍ଗ, ମଣିଜଙ୍ଗା, ଅଠରବାଙ୍କି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତରମାନଙ୍କ ସହିତ ଆଲୋଚନା କରିଛନ୍ତି । ବିଶେଷ କରି କୁଜଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଲାଗିରହିଥିବା ଡାକ୍ତର ସମସ୍ୟାର ସମାଧାନ କିପରି ହବ ସିଡିଏମଓକୁ ନିର୍ଦେଶ ଦେଇଥିଲେ । ଏହା ଯେଉଁ ଡାକ୍ତରମାନେ ରୋଗୀମାନଙ୍କୁ ଠିକ୍ ଚିକିତ୍ସା ନେଇନାହାନ୍ତି ତାଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଡାକ୍ତରଖାନାରେ ସଠିକ ଚିକିତ୍ସା , ଟେଷ୍ଟ ପାଇଁ ଆବଶକୀୟ ଇକ୍ୟୁବମେଣ୍ଟ ଆଇଓସିଏଲ ଯୋଗାଇଦେବ ବୋଲି ପାରାଦୀପ ବିଧାୟକ ତଥା ଶିଳ୍ପ ମନ୍ତ୍ରୀ ପ୍ରକାଶ କରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା