Before Header

ବସ୍ ଟର୍ମିନାଲ ଉଦଘାଟନକୁ ଯିବେନି ମହମ୍ମଦ ମୋକିମ

0 36

କଟକ(ବଡ଼ ଖବର ବ୍ୟୁରୋ): ବସ୍ ଟର୍ମିନାଲ ଉଦଘାଟନକୁ ଯିବେନି ବାରବାଟୀ ବିଧାୟକ ମହମ୍ମଦ ମୋକିମ । ଧାରଣାରେ ବସିଲେ କଂଗ୍ରେସ କର୍ପୋରେଟର । କାମ ନସରି ତରବରିଆ ଭାବେ ଉଦଘାଟନ କରାଯିବାକୁ ବିରୋଧ କରାଯାଇଛି କଟକ ସହରବାସୀଙ୍କ ସ୍ୱାର୍ଥକୁ ଉପେକ୍ଷା କରାଯାଇଛି । ଓଡ଼ିଆ ଠିକାଦାରଙ୍କ ବଦଳରେ ଅଣଓଡ଼ିଆ ଠିକାଦାରଙ୍କୁ କାମ ଦିଆଯାଇଛି । କିଛି କାମ ଏବେ ଯାଏଁ ଶେଷ ହୋଇନାହିଁ କେମିତି ଉଦଘାଟନ କରିବାକୁ ମୁଖ୍ୟମନ୍ତ୍ରୀ ଆସୁଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି । ଏହି କର୍ୟ୍ୟକ୍ରମକୁ ସେ ବର୍ଜନ କରିବେ ବୋଲି ମଧ୍ୟ କହିଛନ୍ତି ।

Leave A Reply

Your email address will not be published.