Masthead

ବିସ୍ଫୋରକ ବ୍ୟାଟିଂ ସତ୍ତ୍ୱେ ପଞ୍ଜାବକୁ ଜିତାଇ ପାରିଲେନି ଲିଭିଙ୍ଗଷ୍ଟୋନ, ୧୫ ରନରେ ଦିଲ୍ଲୀ ବିଜୟୀ

ଧର୍ମଶାଳା(ବଡ଼ ଖବର ବ୍ୟୁରୋ): ଆଇପିଏଲର ୬୪ତମ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ୧୫ ରନ୍‌ରେ ବିଜୟୀ ହୋଇଛି । ବିସ୍ଫୋରକ ବ୍ୟାଟିଂ ସତ୍ତ୍ୱେ ପଞ୍ଜାବକୁ ଜିତାଇ ପାରିଲେନି ଲିଭିଙ୍ଗଷ୍ଟୋନ । ୧୫ ରନରେ ବିଜୟ ହାସଲ କଲା ଦିଲ୍ଲୀ । ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ କ୍ୟାପିଟାଲ୍ସ ୨୧୩ ରନର ବିଶାଳ ସ୍କୋର କରିଥିଲା । ଜବାବରେ ପଞ୍ଜାବ କିଙ୍ଗସ ପକ୍ଷରୁ ବିସ୍ଫୋରକ ବ୍ୟାଟିଂ କରି ଦଳକୁ ୧୯୮ ରନ ପର୍ଯ୍ୟନ୍ତ ହିଁ ପହଞ୍ଚାଇ ପାରିଥିଲେ ଲିଆମ ଲିଭିଙ୍ଗଷ୍ଟୋନ । ଫଳରେ ଏହି ମ୍ୟାଚ ହାରିବା ସହ ପଞ୍ଜାବର ପ୍ଲେ ଅଫ ଆଶା ଫିକା ପଡ଼ିଛି। ପଞ୍ଜାବ ୧୩ ମ୍ୟାଚରୁ ୧୨ ପଏଣ୍ଟ ପାଇ ଟେବୁଲର ୮ ନମ୍ବର ସ୍ଥାନରେ ରହିଛି।

୨୧୪ ରନ୍‌ର ପିଛା କରି ପଞ୍ଜାବ ଆରମ୍ଭରୁ ଧୀମା ଖେଳିଥିଲା। ପ୍ରଥମ ଓଭର ମେଡେନ୍‌ ରହିଥିବା ବେଳେ ଦ୍ୱିତୀୟ ଓଭରରେ ଖାତା ଖୋଲିବା ପୂର୍ବରୁ ଶିଖର ଧାୱନ ଆଉଟ୍‌ ହୋଇଯାଇଥିଲେ। ପ୍ରଭସିମରନ୍‌ ୨୨ ରନ୍‌ କରିଥିବା ବେଳେ ଅଥର୍ବ ତାଇଡେ ୫୫ ରନ୍‌ କରିଥିଲେ। ଏପରିକି ଲିଆମ୍‌ ଲିଭିଙ୍ଗଷ୍ଟୋନ୍‌ ୪୮ ବଲ ଖେଳି ୫ ଚୌକା ଓ ୯ ଛକା ସହାୟତାରେ ୯୪ ରନ୍‌ କରିଥିଲେ। ହେଲେ ମ୍ୟାଚ୍‌ ଜିତାଇ ପାରିନଥିଲେ। ତେବେ ଗୋଟିଏ ପଟେ ସାମ କରନ ୫ ବଲରୁ ୧୧ ରନ କରିଥିବା ବେଳେ ଅନ୍ୟପଟେ ଅବିଶ୍ୱସନୀୟ ପାଳି ଖେଳିଥିଲେ ଲିଭିଙ୍ଗଷ୍ଟୋନ ।

ସେ ହଠାତ ଦିଲ୍ଲୀ ବୋଲରଙ୍କୁ ଆକ୍ରମଣ କରିବା ଆରମ୍ଭ କରିଥିଲେ । ୪୮ ବଲରୁ ୫ ଚୌକା ଓ ୯ ଛକା ବଳରେ ୯୪ କରିଥିବା ଲିଭିଙ୍ଗଷ୍ଟୋନ ଯଦିଓ ଦଳକୁ ୧୯୮ ଯାଏଁ ପହଞ୍ଚାଇଥିଲେ, ହେଲେ ଦଳକୁ ବିଜୟୀ କରିବାରେ ଅସମର୍ଥ ରହିଥିଲେ । ସେପଟେ ଦିଲ୍ଲୀ ପକ୍ଷରୁ ଅନରିଚ ନୋର୍କିଆ ୪ ଓଭରରେ ୩୬ ରନ ବ୍ୟୟରେ ୨ଟି ୱିକେଟ ହାସଲ କରିଥିବା ବେଳେ ଈଶାନ୍ତ ଶର୍ମା ୩ ଓଭରରେ ୩୬ ରନ ଖର୍ଚ୍ଚ କରି ୨ଟି ୱିକେଟ ଅକ୍ତିଆର କରିଥିଲେ । ସେହିଭଳି ଖଲିଲ ଅହମ୍ମଦ ଓ ଅକ୍ଷର ପଟେଲଙ୍କୁ ଗୋଟିଏ ଲେଖାଏଁ ସଫଳତା ମିଳିଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ