Masthead

ପ୍ରକୃତିର କରାଳ ରୂପ ବାତ୍ୟା

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ବାତ୍ୟା ନାଁ ଶୁଣିଲେ ମନରେ ଛନକା ପଶିଯାଏ । ଆଖି ଆଗରେ ଭାସିଉଠେ ପ୍ରକୃତିର କରାଳ ରୂପ । କାନରେ ପ୍ରତିଧ୍ୱନି ସୃଷ୍ଟିକରେ କରୁଣ ଚିକ୍ରାର । ୩୫ବର୍ଷ ତଳେ ଖରାଦିନେ ଓଡ଼ିଶାରେ ଅନୁଭୂତ ହୋଇଥିଲା ବାତ୍ୟା । ଖରାଦିନିଆ ବାତ୍ୟା କେତେ ଭୟଙ୍କର ସେଦିନ ଦେଖିଥିଲା ଓଡ଼ିଶା । ସେପ୍ଟେମ୍ବର କିମ୍ବା ଅକ୍ଟୋବରରେ ଓଡ଼ିଶାରେ ହେଉଥିବା ବାତ୍ୟାଠାରୁ କୌଣସି ଗୁଣରେ କମ୍ ନଥିଲା ଖରାଦିନିଆ ବାତ୍ୟାର ପ୍ରକୋପ । ପାଣିପାଗରେ ପରିବର୍ତ୍ତନ ହେଉ କିମ୍ବା ଅନ୍ୟ କୌଣସି ପ୍ରାକୃତିକ କାରଣ ହେଉ ସେପ୍ଟେମ୍ବର କିମ୍ବା ଅକ୍ଟୋବରରେ ବାତ୍ୟା ହେବା ସହ ଖରାଦିନେ ମଧ୍ୟ ବାତ୍ୟା ଅନୁଭରତ ହେଉଛି । ବିଶେଷ କରି ମେ’ ମାସରେ ହିଁ ବାତ୍ୟା ସଂଗଠିତ ହେଉଛି । ୨୦୧୯ ମେ’ ୩ରେ ଆସିଥିଲା ବାତ୍ୟା ଫନୀ । ଏହାର ପ୍ରକୋପ କାହାକୁ ଅଛପା ନାହିଁ ।

୨୦୨୦ର ଅମ୍ପନ ଓ ୨୦୨୧ ମେ’୨୬ର ୟାସ ପ୍ରକୋପ ଓଡ଼ିଶାବାସୀ ଭୁଲିପାରିବେ ନାହିଁ । ବିଶେେ କରି ବାତ୍ୟାରେ ପକୂଳ ଓଡ଼ିଶା ଅଧିକ କ୍ଷତିଗ୍ରସ୍ତ ହେଉଛି । ପ୍ରତି ବର୍ଷ ବାତ୍ୟାରେ ଅନ୍ତସାରଶୂନ୍ୟ ହୋଇଯାଉଛି ଓଡ଼ିଶା ଉପକୂଳ ଅଞ୍ଚଳ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ