Masthead

ଜମ୍ମୁ-କାଶ୍ମୀର ପୋଲିସ ଡିଜି ଦାୟିତ୍ୱରେ ଓଡ଼ିଆ ପୁଅ ରଶ୍ମିରଞ୍ଜନ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଜମ୍ମୁ-କାଶ୍ମୀର ପୋଲିସ ଡିଜି ଦାୟିତ୍ୱରେ ଓଡ଼ିଆ ପୁଅ । ପୁଣି ରାଜ୍ୟ ପାଇଁ ଗର୍ବ ଆଣିଲେ ଆଉ ଜଣେ ଓଡ଼ିଆ । ରଶ୍ମିରଞ୍ଜନ ସ୍ୱାଇଁ ଏହି ଦାୟିତ୍ୱ ଗ୍ରହଣ କରିଛନ୍ତି । ୧୯୯୧ କ୍ୟାଡରର ଆଇପିଏସ୍ ଅଧିକାରୀ ରଶ୍ମିରଞ୍ଜନ ନଭେମ୍ବର ୧ ତାରିଖରୁ ଜମ୍ମୁ-କଶ୍ମୀର ପୁଲିସ ଡିଜି ଭାବ କାର୍ୟ୍ୟ କରିବେ । ସେ ଦିଲବାଗ ସିଂଙ୍କ ସ୍ଥାନ ନେବେ । ଦିଲବାଗ ୫ ବର୍ଷ ଧରି ଜମ୍ମୁ-କଶ୍ମୀରର ପୋଲିସ ମୁଖ୍ୟ ଦାୟିତ୍ୱରେ ଥିଲେ । ଆସନ୍ତା ୩୧ ତାରିଖରେ ତାଙ୍କର କାର୍ୟ୍ୟକାଳ ଶେଷ ହେବାକୁ ଯାଉଛି । ଜାତୀୟ ପୁଲିସ ଏକାଡେମୀରେ ପ୍ରଶିକ୍ଷଣ ନେବା ପରେ ସେ ଶ୍ରେଷ୍ଠ କ୍ୟାଡେଟ ପୋଲିସ ଅଧିକାରୀ ହେବାର ଗୌରବ ଅର୍ଜନ କରିଛନ୍ତି । ୨୦୦୧ରୁ ୨୦୦୩ ପର୍ୟ୍ୟନ୍ତ ଶ୍ରୀନଗରର ଏସଏସପି, ୨୦୦୩ରୁ ୨୦୦୪ ପର୍ୟ୍ୟନ୍ତ ଜମ୍ମୁର ଏସଏସପି ଭାବେ କାର୍ୟ୍ୟ କରିଥିଲେ । ସେ ଲେହ, ପୁଂଚ ଓ ରାମବାନର ମଧ୍ୟ ଏସଏସପି ଭାବେ କାର୍ୟ୍ୟ କରିଛନ୍ତି । ୨୦୦୪ରୁ ୨୦୦୬ ପର୍ୟ୍ୟନ୍ତ ସେ ଜମ୍ମ-କଶ୍ମୀରର ଭିଜିଲାନ୍ସ ଡିଆଇଜି ଦାୟିତ୍ୱ ତୁଲାଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା