Masthead

ପରକ୍ରୀୟା ପ୍ରୀତି ସନ୍ଦେହ, ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ

ସୁକିନ୍ଦା (ବଡ଼ ଖବର ବ୍ୟୁରୋ): ପରକ୍ରୀୟା ପ୍ରିତି ନେଲା ସ୍ତ୍ରୀର ଜୀବନ । ଭିଣୋଇ ସହ ବାଇକରେ ବସି ବାପା ଘର ଯିବା ହେଲା କାଳ । ସୁକିନ୍ଦା ଥାନା ବନ୍ଧଗାଁ ଗ୍ରାମପଞ୍ଚାୟତ ରାଙ୍କିଆ ବୁରୁ ସାହିରେ ପରକ୍ରୀୟା ପ୍ରିତି ସନ୍ଦେହରେ ସ୍ତ୍ରୀ ର ତଣ୍ଟିକୁ ଚିପି ଅତି ନୃଶଂସ ଭାବରେ ହତ୍ୟା କଲା ସ୍ୱାମୀ । ତେବେ ସ୍ତ୍ରୀକୁ ହତ୍ୟା କରିବା ପୂର୍ବରୁ ସ୍ତ୍ରୀର ବଡ଼ ଭଉଣୀକୁ ଫୋନ୍ କରି ଶୁଣାଉଥିଲା ସ୍ତ୍ରୀର ବିକଳ ଚିତ୍କାର । ଏଭଳ ବିଭତ୍ସ ହତ୍ୟା କାଣ୍ତ ପରେ ସ୍ୱାମୀକୁ ଗିରଫ କାଲ ସୁକିନ୍ଦା ପୋଲିସ୍ । ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ରାଙ୍କିଆ ବୁରୁ ସାହି ଗ୍ରାମ ରେ ଦେଖିବାକୁ ମିଳିଛି ଏଭଳି ବିଭତ୍ସ ହତ୍ୟା ।

ଗ୍ରାମର ବସନ୍ତ ବେହେରା ନିଜ ସ୍ତ୍ରୀ ପିଙ୍କି ବେହେରାଙ୍କ ଚରିତ୍ର କୁ ସନ୍ଦେହ କରି ତାଙ୍କ ତଣ୍ଟିକୁ ଚିପି ହତ୍ୟା କରିଥିବା ଜଣାପଡିଛି । ଖବର ପାଇ ଘଟଣା ସ୍ଥଳରେ ସୁକିନ୍ଦା ପୋଲସ୍ ପଂହଚି ଅଭିଯୁକ୍ତ ସ୍ୱାମୀ ବସନ୍ତକୁ ଗିରଫ କରିବା ସହ ସୁକିନ୍ଦା ଥାନା ରେ ଅଟକ ରଖି ଅଧିକ ପଚରା ଉଚରା ଜାରି ରଖିଛି । ସୂଚନା ଅନୁସାରେ ମଙ୍ଗଳବାର ସ୍ତ୍ରୀ ପିଙ୍କି ନିଜ ଭିଣେଇ ସହ କୁଆଡେ ବୁଲିବାକୁ ଯାଇଥିବା ଖବର ପାଇ ଭୁବନେଶ୍ବରରୁ ଉତ୍ତେଜିତ୍ ଅବସ୍ଥାରେ ରାତ୍ରୀ ୨ ଟା ସମୟରେ ଆସି ଘରେ ପଂହଚିଥିଲା ବସନ୍ତ ।

ପରେ ସ୍ତ୍ରୀ ପିଙ୍କିକୁ ମାଡ଼ ମାରି ସବୁ ପଚରା ଉପରା କରିବା ପରେ ସ୍ତ୍ରୀ ର ବଡ଼ ଭଉଣୀ ଙ୍କୁ ଫୋନ୍ କରି ସେ ନିଜ ସ୍ତ୍ରୀର ହତ୍ୟା କରୁଛି ବୋଲି କହିଥିଲା । ଅଧିକ ତଦନ୍ତ ପାଇଁ କେନ୍ଦ୍ରାପଡାରୁ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପଂହଚି ତଦନ୍ତ କରିଥିବା ବେଳେ ସ୍ବାମୀ ବସନ୍ତ ବେହେରା ଙ୍କ ସହ ବସନ୍ତ ଙ୍କ ବଡ଼ ଭାଇ ଓ ଭାଉଜ ଙ୍କୁ ମଧ୍ୟ ଅଟକ ରଖି ପଚରା ଉଚରା କରୁଛି ସୁକିନ୍ଦା ପୋଲସ୍ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼