Masthead

ପଣବନ୍ଦୀଙ୍କୁ ମୁକ୍ତ କରିବା ପାଇଁ ପ୍ରତିଶ୍ରୁତି ଦେଇଛି ହମାସ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଆଉ କେଇଟା ଦିନ ପରେ ଇସ୍ରାଏଲ ହସାମ ଯୁଦ୍ଧକୁ ପୂରିବ ମାସେ । ଘନ ଘନ ଆକ୍ରମଣ କରୁଛି ଇସ୍ରାଏଲ । ହମାସକୁ ମୂଳପୋଛ କରିବା ପାଇଁ ପ୍ରତିଜ୍ଞା ନେଇଛି ଇସ୍ରାଏଲ । ଇସ୍ରାଏଲ ସେନାର ବଡ଼ ଧରଣ ଆକ୍ରମଣ ପରେ ହମାସ ବୁଝାବଣା ପାଇଁ ପ୍ରସ୍ତାବ ଦେଇଛି । ହମାସ କବଳରେ ଥିବା ପଣବନ୍ଦଙ୍କୁ ମୁକ୍ତି କରିବାକୁ ପ୍ରତିଶ୍ରୁତି ଦେଇଛି ହମାସ । ଏହା ବଦଳରେ ସମସ୍ତ ଇସ୍ରାଏଲ ଜେଲରେ ଥିବା ପାଲେଷ୍ଟାଇନଙ୍କୁ ଯିବାକୁ ଦେବାକୁ କହିଛି ହମାସ । ଏହା ଭିତରେ ଚାଞ୍ଚଲ୍ୟକର ଖୁଲ୍ଲାସା କରିଛି ଆଇଡିଏଫ । ଗାଜାର ସବୁଠୁ ବଡ ହସ୍ପିଟାଲରେ ତଳେ ରହିଛି ହମାସ ଅଣ୍ଡରଗ୍ରାଉଣ୍ଡ ଆଡ୍ଡା । ଯାହା ଅସ୍ତ୍ରଶସ୍ତ୍ରରେ ଭରପୂର ରହିଛି । ଏନେଇ ଏକ ପ୍ରତିକାତ୍ମକ ଭିଡିଓ ଜାରି କର ସୂଚନା ଦେଇଛି ଇସ୍ରାଏଲ ସେନା । ଆଇଡିଏଫ କହିଛି ଏହା ହମାସା ମୁଖ୍ୟାଳୟ ଓ ଏଠାରୁ ହିଁ ହମାସର ସବୁ ଅପରେସନ ପରିଚାଳିତ କରୁଛି ।

ଅଲ-ଶିଫା ହେଉଛି ଗାଜାର ସବୁଠୁ ବଡ ହସପିଟାଲ । ସାଧାରଣ ନାଗରିକଙ୍କୁ ଢାଲ କରିଛି ହମାସ । ସେପଟେ ଗତକାଲି ପୁଣିଥରେ ପଶ୍ଚିମ ଗାଜା ଉପରେ ଏୟାରଷ୍ଟ୍ରାଇକ୍ କରିଥିଲା ଇସ୍ରାଏଲ । ଫଳରେ ଶତାଧିକ ଲୋକଙ୍କ ମୃତ୍ୟୁ ହୋଇଛି । ଏହାସହ ଗାଜାରେ ମୋବାଇଲ ସେବା ଠପ୍ ହୋଇଯାଇଥିବା ଜଣାପଡିଛି । ଗାଜା ସିଟିର ଅଲ-ଜାୟତୁନ ଅଞ୍ଚଳରେ ଏକ ଚାରି ମହଲା ଘର ଉପରେ ହୋଇଥିବା ଆକ୍ରମଣରେ ଅତି କମରେ ୧୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ କେନ୍ଦ୍ରୀୟ ଗାଜାର ନୁସିରାଟ ଶରଣାର୍ଥୀ ଶିବିର ଉପରେ ହୋଇଥିବା ବିମାନ ଆକ୍ରମଣରେ ଅନ୍ୟ ୮ ଜଣଙ୍କ ମୃତ୍ୟୁ ଘଟିଛି ବୋଲି ୱାଫା କହିଛି। ଇସ୍ରାଏଲ-ହମାସ ଯୁଦ୍ଧରେ ୯ ହଜାର ଟପିଲା ମୃତ୍ୟୁ ସଂଖ୍ୟା । ଗାଜାରେ ୭୭୦୩ ଓ ଇସ୍ରାଏଲରେ ୧୪୦୦ ଜଣଙ୍କ ମୃତ୍ୟୁ ।  ଗାଜାରେ ୧୯ ହଜାରରୁ ଅଧିକ ଲୋକ ଆହତ ହୋଇଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ