Masthead

ଇଡିର ସମନ ପରେ ବି ଆସୁନାହାନ୍ତି ଜ୍ୟାକଲିନ୍

ମୁମ୍ବାଇ(ବଡ଼ ଖବର ବ୍ୟୁରୋ):   ବଢୁଛି ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜଙ୍କ ଅଡୁଆ । ଇଡିର ସମନ ପରେ ସମନ ଜାରି ହେବା ପରେ ବି ଜ୍ୟାକଲିନ ହାଜର ହେଉନାହାନ୍ତି । ୨୦୦ କୋଟି ଟଙ୍କାର ମନି ଲଣ୍ଡ୍ରିଂ ମାମଲାରେ ଚତୁର୍ଥ ଥର ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତରଫରୁ ତାଙ୍କୁ ସମନ ହୋଇଥିଲା । ଆଜି ତାଙ୍କୁ ଇଡି କାର୍ଯ୍ୟାଳୟରେ ହାଜର ହେବାକୁ ଥିଲା କିନ୍ତୁ ସେ ଆଜି ବି ଇଡିର ସମନକୁ ଏଡାଇ ଦେଇଛନ୍ତି ।

ଖବର ଅନୁସାରେ ଜ୍ୟାକଲିନ ଥରେ କି ୨ ଥର ନୁହେଁ ୪ ଥର ଇଡିର ସମନକୁ ଏଡାଇ ଦେଇଛନ୍ତି । ଜ୍ୟାକଲିନ ବ୍ୟକ୍ତିଗତ କାରଣ ଦର୍ଶାଇ ତଦନ୍ତରେ ସାମିଲ ହୋଇପାରୁନାହାନ୍ତି ବୋଲି କହିଛନ୍ତି । ସେ ଆସନ୍ତା ନଭେମ୍ବର ଯାଏଁ ସମୟ ଦେବାକୁ ଅନୁରୋଧ କରିଛନ୍ତି । ଇଡି ନଜରରେ ଅଛନ୍ତି ଏହି ଅଭିନେତ୍ରୀ । ଜ୍ୟକଲିନଙ୍କ ଆର୍ଥିକ କାରବାର ଉପରେ ଇଡି ନଜର ରଖିଛି । ତାଙ୍କ କହିବା ଅନୁସାରେ, ଜ୍ୟାକଲିନଙ୍କ ଆର୍ଥିକ ହେରଫେର ମାମଲାରେ ଧରାପଡିଥିବା କନମାନ ସୁକେଶ ଚନ୍ଦ୍ରଶେଖରଙ୍କ ସହ ସମ୍ପର୍କ ରହିଛି ।

ଏହି ମାମଲାରେ ତଦନ୍ତକାରୀ ସଂସ୍ଥା ଜ୍ୟାକଲିନଙ୍କ ସହ ଯଥାଶୀଘ୍ର ପଚରାଉଚରା କରିବାକୁ ଚାହୁଁଛି । ତେବେ ଜ୍ୟାକଲିନ ଏବଂ ସୁକେଶଙ୍କ ମଧ୍ୟରେ କୌଣସି କାରବାର ହୋଇଛି କି ନାହିଁ ତାହା ଜାଣିବାକୁ ଏବେ ଇଡି ଚେଷ୍ଟା କରୁଛି । ସୂଚନା ଥାଉକି ୨୦୦ କୋଟି ଟଙ୍କା ଠକେଇ ମାମଲାରେ କନମାନ ସୁକେଶ ଚନ୍ଦ୍ରଶେଖର ଏବଂ ତାଙ୍କ ପତ୍ନୀ ଲୀଲା ପାଲ ଇଡି ହେପାଜତରେ ଅଛନ୍ତି । ଜ୍ୟାକଲିନଙ୍କ ପୂର୍ବରୁ ଇଡି ନୋରା ଫତେହିଙ୍କୁ ମଧ୍ୟ ଗତ ସପ୍ତାହରେ ଗୁରୁବାର ଦିନି ପଚରାଉଚରା କରିଥିଲା ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ