Before Header

ପାକିସ୍ତାନ ଯିବାକୁ ଅମ୍ରିତପାଲ ସିଂଙ୍କୁ ପରାମର୍ଶ

0 34

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ପଳାତକ ଅମ୍ରିତପାଲ ସିଂଙ୍କୁ ପାକିସ୍ତାନ ଯିବାକୁ ପରାମର୍ଶ । ଏଭଳି କହିଛନ୍ତି ଶିରୋମଣି ଅକାଳି ଦଳର ଲୋକ ସଭା ଏମ୍‌ପି ସିମରଞ୍ଜିତ ସିଂ ମାନ । ଏକ ସାକ୍ଷାତକାରରେ ସେ କହିଛନ୍ତି, ଅମ୍ରିତପାଲ ଆତ୍ମସମର୍ପଣ କରିବା ଉଚିତ୍‌ ନୁହେଁ। ସେ ରବି ନଦୀ ପାର ହୋଇ ପାକିସ୍ତାନ ପଳାଇଯିବା ଉଚିତ୍‌। ନେପାଳ ଯିବା ପାଇଁ ଅମ୍ରିତପାଲଙ୍କ ଆବଶ୍ୟକତା କ’ଣ ବୋଲି କହିଥିଲେ। ସେ ପଡ଼ୋଶୀ ଦେଶକୁ ପଳାନ୍ତୁ। ତାଙ୍କ ଜୀବନ ବିପଦରେ। ଯଦି ସରକାର ଅତ୍ୟାଚାର କରୁଛନ୍ତି ତେବେ ଶିଖ ଇତିହାସ ଅନୁଯାୟୀ ଏହା ଯଥାର୍ଥ ଅଟେ। ମାର୍ଚ୍ଚ ୧୮ରେ ଅମ୍ରିତପାଲ ଏବଂ ତାଙ୍କ ସହଯୋଗୀଙ୍କ ବିରୋଧରେ ପଞ୍ଜାବ ପୋଲିସ ଏକ ବଡ଼ ଅପରେସନ ଆରମ୍ଭ କରିଥିଲା।

Leave A Reply

Your email address will not be published.