Masthead

୪୭ ହଜାର ଟଙ୍କା ଲାଞ୍ଚ ନେଉଥିଲେ ପିଅନ

କୋରାପୁଟ(ବଡ଼ ଖବର ବ୍ୟୁରୋ): ଭିଜିଲାନ୍ସ ଜାଲରେ ଟ୍ରେଜେରି ଅଫିସର ପିଅନ। ୪୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଜୟପୁର ଭିଜିଲାନ୍ସ ଟିମ୍ ହାତରେ ଧରାପଡିଛନ୍ତି। ପିଅନ ଜଣକ ହେଉଛନ୍ତି ହରିଶ୍ଚନ୍ଦ୍ର ମହାପାତ୍ର । ସରକାରୀ ବାବୁ ଜଣକ ଭରତ ନାୟକ ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ୪୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡି ବସିଲା ଜୟପୁର ଭିଜିଲାନ୍ସ ଟିମ୍ । ଭରତ ନାୟକଙ୍କ ଶ୍ବଶୁର ସେଟେଲମେଣ୍ଟ ଅଫିସରେ କାମ କରୁଥିଲେ ।

ତାଙ୍କ ପେନସନ୍ ବାବଦକୁ ଏରିୟର ବିଲ୍ କରାଇ ଦେବାକୁ ଟ୍ରେଜେରି କର୍ମଚାରୀ ହରିଶ୍ଚନ୍ଦ୍ର ମହାପାତ୍ର ତାଙ୍କୁ ୮୭ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ପୂର୍ବରୁ ୪୦ ହଜାର ଟଙ୍କା ଭରତ ନାୟକ ଦେଇଥିବା ବେଳେ ଆଜି ବଳକା ୪୭ ହଜାର ଟଙ୍କା ଦେଇଥିଲେ। ପୂର୍ବ ଯୋଜନା ଅନୁଯାୟୀ ଭିଜିଲାନ୍ସ ଟିମ ହରିଶ୍ଚନ୍ଦ୍ର ମହାପାତ୍ରଙ୍କୁ କାବୁ କରିଥିଲା। ଅଭିଯୁକ୍ତଙ୍କ ଆୟ ବହିର୍ଭୁତ ସମ୍ପତ୍ତିକୁ ନେଇ ଅଧିକ ଖୋଳତାଡ କରୁଛି ଭିଜିଲାନ୍ସ। ଏଥି ସହିତ ତାଙ୍କ ଜୟପୁର ସ୍ଥିତ ଘର ସହ ଅନ୍ୟାନ୍ୟ ସ୍ଥାନରେ ଭିଜିଲାନ୍ସର ଏକ କାଳିନ ଚଢ଼ାଉ ଜାରି ରହିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ