Masthead

ବ୍ୟାଙ୍କ ଠକେଇର ଶିକାର ହେଲେ ଶ୍ୟାମ ସୁନ୍ଦର

ଯାଜପୁର(ବଡ଼ ଖବର ବ୍ୟୁରୋ): ବଢ଼ୁଛି ବ୍ୟାଙ୍କ ଠକେଇ । ଦିନକୁ ଦିନ ବଢ଼ୁଛି ଅଭିଯୋଗ। ଏହିଭଳି ଏକ ଅଭିଯୋଗ ଆସିଛି ଯାଜପୁର ଜିଲ୍ଲା ବାରବାଟି ୟୁକୋ ବ୍ୟାଙ୍କ ଶାଖାରୁ। ଏହି ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ଠକେଇର ଶିକାର ହେଇଥିବା ଅଭିଯୋଗ କରିଛନ୍ତି ଚକ ଗୋପାଳପୁର ଗ୍ରାମର ରବୀନ୍ଦ୍ର ଗୁଇଁଙ୍କ ପୁଅ ଶ୍ୟାମ ସୁନ୍ଦର ।

ସେ ଅଭିଯୋଗ କରିଛନ୍ତି କି ୨୦୧୭ମସିହାରୁ ଏହି ବ୍ୟାଙ୍କରୁ ଏକ ସି ସି ଲୋନ ୧୨ ଲକ୍ଷ ଟଙ୍କାର ନେଇଥିଲେ। ତେବେ ଦୁଇ କିସ୍ତିରେ ତାଙ୍କର ୧୬ ଲକ୍ଷ ଟଙ୍କାକୁ ବ୍ୟାଙ୍କ କର୍ତ୍ତୃପକ୍ଷ ଜାଲିଆତି କରି ଉଠାଇ ନେଇଥିବା ବେଳେ ତାଙ୍କ ନାମରେ ଲାଗିଛି ଲୋନ୍ ସୁଝିବାକୁ ନୋଟିସ। ବାରମ୍ବାର ବ୍ୟାଙ୍କକୁ ଦୌଡ଼ି ଦୌଡ଼ି ହତାସ ହେବା ପରେ କୌଣସି ଉତ୍ତର ନ ପାଇ ମାମଲା ଏବେ ଖାଉଟି ଅଦାଲତରେ ପହଞ୍ଚିଛି। ୮ହଜାର ଚେକକୁ ଟ୍ୟାମ୍ପରିଂ କରି ୮ଲକ୍ଷ ଉଠି ଯାଇଛି।

ସେହିପରି ଜାଲ ଭାଉଚର କରି ଆଉ ୮ଲକ୍ଷ ମଧ୍ୟ ହଡ଼ପ ହୋଇଛି। ୧୨ଲକ୍ଷ ଲିମିଟ ଥିବା ବେଳେ କେମିତି ଉଠିଲା ୧୬ଲକ୍ଷରୁ ଅଧିକ ଟଙ୍କା, ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଶ୍ୟାମ ସୁନ୍ଦର । ଜୋନାଲ ଅଫିସଙ୍କ ଷ୍ଟେଟମେଣ୍ଟ ପରେ ସାମ୍ନାକୁ ଆସିଛି ଏହି ଜାଲିଆତି। ତେବେ ଏ ଅଭିଯୋଗ ବିଷୟରେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଛନ୍ତି ବ୍ୟାଙ୍କ କର୍ତ୍ତୁପକ୍ଷ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା