Masthead

ଯାଜପୁରରେ ଅଣାୟତ୍ତ ଝାଡ଼ାବାନ୍ତି, ଦୁଇ ସପ୍ତାହ ବନ୍ଦ ହୋଟେଲ, ଓ ଢ଼ାବା

ବରୀ (ବଡ଼ ଖବର ବ୍ୟୁରୋ): ଯାଜପୁର ଜିଲ୍ଲାରେ ଦିନ କୁ ଦିନ ଡାଇରିଆ/ହଇଜା ବ୍ୟାପୁଥିବାରୁ ସ୍ଥିତି ଥମିବା ନା ଧରୁନି। ଯାହାକୁ ନେଇ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଯାଜପୁରରେ ପହଞ୍ଚି ସ୍ଥିତି ପରଖିବା ସହ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ସମୀକ୍ଷା କରିଛନ୍ତି। ବରୀ ଅଞ୍ଚଳରେ ପ୍ରଶାସନିକ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ବରୀ ବିଧାୟକ ବିଶ୍ବରଂଜନ ମଲ୍ଲିକ। ଯଦିଓ ବରୀରେ ସ୍ଥିତି ନିୟନ୍ତ୍ରଣରେ ରହିଛି ତଥାପି କେତେକ ଗାଁରେ ଲୋକେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହୋଇ ଫେରିଛନ୍ତି ବୋଲି ବରୀ ବଜାର ସ୍ଥିତ ଡାକ ବଙ୍ଗଳାରେ ବରୀ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି।

ବ୍ଲକ ପ୍ରଶାସନ, ତହସିଲ ପ୍ରଶାସନ, ପୋଲିସ ପ୍ରଶାସନ ଓ ସ୍ଵାସ୍ଥ୍ୟ ବିଭାଗକୁ ନେଇ ହୋଇଥିବା ସମୀକ୍ଷା ବୈଠକରେ ବରୀର ଜନ ସାଧାରଣ କିପରି ସୁରକ୍ଷିତ ରହିବେ ସେ ନେଇ ଗୁରୁତ୍ଵ ଦେଇଛନ୍ତି ବିଧାୟକ। ପ୍ରାଥମିକ ପଦକ୍ଷେପ ଭାବେ ନଳକୂପ, କୂଅ, ଓ ପାନୀୟ ଜଳ ଯୋଗାଣ ହେଉଥିବା ଓଭର୍ ହେଡ ଟାଙ୍କି ଗୁଡ଼ିକୁ ବିଶୋଧନ କରିବାକୁ ବ୍ଲିଚିଂ ପାଉଡର ଶନିବାର ଠାରୁ ପକାଯାଇଛି। ବରୀର ବିଭିନ୍ନ ବଜାର ଓ ଛକରେ ଥିବା ଉଠା ଦୋକାନରେ ବିକ୍ରି ହେଉଥିବା ଗୁପଚୁପ, ଦହିବରା, ଫାଷ୍ଟଫୁଡ଼, ହୋଟେଲ, ଓ ଢ଼ାବାକୁ ଦୁଇ ସପ୍ତାହ ବନ୍ଦ ରଖିବାକୁ ତହସିଲ ପକ୍ଷରୁ ନୋଟିସ ଜାରି କରାଯାଇଛି।

ଅସ୍ୱାସ୍ଥ୍ୟକର ପରିବେଶରେ ଚାଲୁଥିବା ହୋଟେଲ ଓ ଜଳଖିଆ ଦୋକାନ ଯାଞ୍ଚ କରିବା ସହ ସିଲ କରିବାକୁ ବିଧାୟକ ପରାମର୍ଶ ଦେଇଛନ୍ତି। ସେପଟେ ସଂକ୍ରମଣ ଅଞ୍ଚଳ ଦେଇ ବିରୂପା, ବ୍ରାହ୍ମଣୀ ଖରସ୍ରୋତା ନଦୀର ପାଣି ବରୀ ଅଞ୍ଚଳରେ ପ୍ରଭାବିତ ହେଉଥିବାରୁ ନଦୀ କୂଳିଆବାସୀଙ୍କୁ ସଚେତନ କରିବାକୁ ବିଧାୟକ ଶ୍ରୀଯୁକ୍ତ ମଲ୍ଲିକ ପରାମର୍ଶ ଦେଇଛନ୍ତି। ପ୍ରଶାସନ ଚାପଗସ୍ତ ନହୋଇ ବରୀ ର ଜନ ସାଧାରଣ ଙ୍କ ସୁରକ୍ଷା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ବିଧାୟକ ଶ୍ରୀଯୁକ୍ତ ମଲ୍ଲିକ ୪ ବିଭାଗର ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି। ଏହି ବୈଠକରେ ବରୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀଙ୍କ ସହ ବିଡ଼ିଓ ଅସିତ୍ କୁମାର ମହାନ୍ତି, ତହସିଲଦାର ଦିପ୍ତିମୟୀ ବେହେରା, ପୋଲିସ ଅଧିକାରୀ, ବ୍ଲକର କର୍ମଚାରୀ, ଓ ୫ ଟି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ର ଅଧିକାରୀ ଉପସ୍ଥିତ ଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ରାହୁରେଖାଲାଗି ନୀତି, ୪ ଘଣ୍ଟା ଦର୍ଶନ ବନ୍ଦ 🔴 ଆଜି ବସିବ ରାଜ୍ୟ କ୍ୟାବିନେଟ 🔴 ଶ୍ରୀମନ୍ଦିର ଉଡ଼େଇଦେବାକୁ ଧମକ! 🔴 ୟୁଥ୍‌ ଫର୍ ସୋସିଆଲ୍‌ ଡେଭଲପମେଣ୍ଟ ପକ୍ଷରୁ ଆନ୍ତର୍ଜାତୀୟ ଯୁବ ଦିବସ ପାଳିତ 🔴 ସବୁ ଅଫିସ୍‌ରେ ଲାଗିବ AI କ୍ୟାମେରା 🔴 ଆମେରିକା ପାଇଁ ‘ଭସ୍ମାସୁର’ ଟ୍ରମ୍ପ! 🔴 ଆମେରିକା ବଳରେ ବଳିଆନ୍ ପାକିସ୍ତାନ, ଭାରତକୁ ଯୁଦ୍ଧ ଧମକ 🔴 ଝିଆରୀର ସର୍ବନାଶ କଲା ପାପି ପିଉସା 🔴 ବରଗଡ଼ ଛାତ୍ରୀ ମୃତ୍ୟୁ ଘଟଣା, ୨ ଜଣଙ୍କୁ ପଚରାଉଚରା କରୁଛି ପୋଲିସ 🔴 ପ୍ରବଳ ବର୍ଷା ସମ୍ଭାବନା 🔴 ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ରାହୁରେଖାଲାଗି ନୀତି, ୪ ଘଣ୍ଟା ଦର୍ଶନ ବନ୍ଦ 🔴 ଆଜି ବସିବ ରାଜ୍ୟ କ୍ୟାବିନେଟ 🔴 ଶ୍ରୀମନ୍ଦିର ଉଡ଼େଇଦେବାକୁ ଧମକ! 🔴 ୟୁଥ୍‌ ଫର୍ ସୋସିଆଲ୍‌ ଡେଭଲପମେଣ୍ଟ ପକ୍ଷରୁ ଆନ୍ତର୍ଜାତୀୟ ଯୁବ ଦିବସ ପାଳିତ 🔴 ସବୁ ଅଫିସ୍‌ରେ ଲାଗିବ AI କ୍ୟାମେରା 🔴 ଆମେରିକା ପାଇଁ ‘ଭସ୍ମାସୁର’ ଟ୍ରମ୍ପ! 🔴 ଆମେରିକା ବଳରେ ବଳିଆନ୍ ପାକିସ୍ତାନ, ଭାରତକୁ ଯୁଦ୍ଧ ଧମକ 🔴 ଝିଆରୀର ସର୍ବନାଶ କଲା ପାପି ପିଉସା 🔴 ବରଗଡ଼ ଛାତ୍ରୀ ମୃତ୍ୟୁ ଘଟଣା, ୨ ଜଣଙ୍କୁ ପଚରାଉଚରା କରୁଛି ପୋଲିସ 🔴 ପ୍ରବଳ ବର୍ଷା ସମ୍ଭାବନା