Masthead

ନୂଆ ସ୍ଥଳସେନା ମୁଖ୍ୟ ହେଲେ ଲେଫ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଲେଫ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ହେଲେ ନୂଆ ସ୍ଥଳସେନା ମୁଖ୍ୟ। ସ୍ଥଳସେନାର ଉପମୁଖ୍ୟ ଥିବା ଉପେନ୍ଦ୍ର ଦ୍ୱିବେଦୀଙ୍କୁ ସରକାର ନୂଆ ସ୍ଥଳସେନା ମୁଖ୍ୟ ଭାବେ ନିଯୁକ୍ତି ଦେଇଛନ୍ତି।ଲେଫ୍ଟନାଣ୍ଟ ଜେନେରାଲ ଦ୍ୱିବେଦୀ ବର୍ତ୍ତମାନ ସେନାର ଉପାଧ୍ୟକ୍ଷ ଅଛନ୍ତି। ଏବେ ସ୍ଥଳସେନା ମୁଖ୍ୟ ଭାବେ କାର୍ୟ୍ୟ କରୁଥିବା ଜେନରାଲ ମନୋଜ ପାଣ୍ଡେଙ୍କ କାର୍ୟ୍ୟକାଳ ଆସନ୍ତା ୩୦ ତାରିଖରେ ଶେଷ ହେବ। ସେହିଦିନ ଅର୍ଥାତ ଜୁନ୍ ୩୦ରେ ନୂଆ ସ୍ଥଳସେନା ମୁଖ୍ୟ ଦାୟିତ୍ୱ ନେବେ ଲେଫ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ। ୧୯୮୪ରେ ଜାମ୍ମୁ ଓ କାଶ୍ମୀର ରାଇଫଲ୍ସ ଜରିଆରେ ସେ ସେନାରେ ପ୍ରବେଶ କରିଥିଲେ।

ଦୀର୍ଘ ୪୦ ବର୍ଷ ଲମ୍ବା କ୍ୟାରିୟର ଭିତରେ ସେ ସେନାବାହୀନିର ବହୁ ଗୁରୁତ୍ୱପୂର୍ଣ୍ଣ ପଦପଦୀବରେ କାର୍ୟ୍ୟ କରିଛନ୍ତି। ସ୍ଥଳ ସେନା ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ ସେ ୨୦୨୨ରୁ ୨୦୨୪ ପର୍ୟ୍ୟନ୍ତ ଉଧମପୁରରେ ଅବସ୍ଥିତ ଉତ୍ତର କମାଣ୍ଡର ଜେନେରାଲ ଅଫିସର କମାଣ୍ଡିଂ-ଇନ୍-ଚିଫ୍ ଥିଲେ। ତାଙ୍କର ୪୦ ବର୍ଷର ଚାକିରି କାଳରେ ସେ ବିଭିନ୍ନ ଭୂମିକାରେ ଅଭିନୟ କରିଛନ୍ତି। କମାଣ୍ଡ ଅଫ୍ ରେଜିମେଣ୍ଟ (୧୮ ଜମ୍ମୁ-କଶ୍ମୀର ରାଇଫଲ୍ସ), ବ୍ରିଗେଡ୍ (୨୬ ସେକ୍ଟର ଆସାମ ରାଇଫଲ୍ସ), ଆସାମ ରାଇଫଲ୍ସ (ପୂର୍ବ) ଡିଆଇଜି ମଧ୍ୟ ଥିଲେ। ଲେଫ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ସେନାରେ ସାହସିକ ଏବଂ ଉତ୍କୃଷ୍ଟ କାର୍ୟ୍ୟ ଲାଗି ପରମ ବିଶିଷ୍ଟ ସେବା ମେଡାଲ ଓ ଅତି ବିଶିଷ୍ଟ ସେବା ମେଡାଲ ପାଇଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା