ଚାକିରି ଦେବା ନାଁରେ ଠକେଇ, ନଜରବନ୍ଦୀରୁ ମୁକ୍ତ ହେଲେ ୩୦ ଯୁବତୀ

ରାଉରକେଲା (ବଡ଼ ଖବର ବ୍ୟୁରୋ): ଚାକିରି ଦେବା ନାଁରେ ୩୦ ଯୁବତୀଙ୍କୁ ନଜରବନ୍ଦୀରେ ରଖାଯାଇଛି । ରାଉରକେଲାର ଦଣ୍ଡିଆ ପାଣି ଅଞ୍ଚଳରେ କିଛି ଯୁବକ ଏହି ଯୁବତୀମାନଙ୍କୁ ନଜରବନ୍ଦୀରେ ରଖିଥିଲେ । ଗ୍ଲେଜ୍ ଇଣ୍ଡିଆ ନାମକ ଏକ କମ୍ପାନୀ ଖୋଲି ଯୁବକ ମାନେ ବିଭିନ୍ନ ରାଜ୍ୟରୁ ଯୁବତୀମାନଙ୍କୁ ଆଣୁଥିଲେ । ସାକ୍ଷାତକାର ପରେ ଜଣକ ପିଛା ୧୦ରୁ ୧୫ ହଜାର ପର୍ଯ୍ୟନ୍ତ ଟଙ୍କା ନେଉଥିଲେ । ଯୁବତୀଙ୍କ ପରିବାର ସହ ସମ୍ପର୍କ ରଖିବାର ସୁଯୋଗ ମିଳୁନଥିଲା । ସ୍ପଞ୍ଜ ଆଇରନ କାରଖାନାରେ ଚାକିରି ବଦଳରେ ମାର୍କେଟିଙ୍ଗ କାମରେ ଲଗାଯାଉଥିଲା । କିଛି ଯୁବତୀ କୌଶଳ କ୍ରମେ ଖସି ଦଣ୍ଡିଆ ପାଲି ଅଞ୍ଚଳର ଜଣେ ବିଜେଡି କର୍ମୀଙ୍କ ସହାୟତା ନେଇଥିଲେ । ବିଜେଡି କର୍ମୀଙ୍କ ସହାୟତାରେ ନଜରବନ୍ଦୀ ଥିବା ସମସ୍ତ ଯୁବତୀଙ୍କୁ ଉଦ୍ଦାର କରାଯାଇ ସେମାନଙ୍କ ଘରକୁ ପଠାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ