Masthead

ବିଜେଡି ଓ ବବିଙ୍କ ଫ୍ୟାମିଲିକୁ ଗଣତନ୍ତ୍ରରେ ନାହିଁ ବିଶ୍ୱାସ!

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): କହୁକହୁ ସତ କଥା କହିଦେଲେ ବିଜେଡିର ପୂର୍ବ ସାଙ୍ଗଠାନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓରଫ ବବି । ଖୋଲିଦେଲେ ବିଜେଡିର ଗୁମର । ଭିତିରି କଥା କହି ଏବେ ଚର୍ଚ୍ଚାରେ ବବି । ଯାହା ବେଶ ଏବେ ରାଜ୍ୟ ରାଜନୀତିରେ ଉଷ୍ମତା ଆଣିଦେଇଛି । ଦିନେ କ୍ରୀତଦାସ ସାଜିବେ ବୋଲି କହି ଖୁବ ଟ୍ରୋଲ ହୋଇଥିଲେ । ଏବେ ପୁଣି ବିଜୁ ଜନତା ଦଳ କି ମୋ ପରିବାର ଗଣତନ୍ତ୍ରରେ ବିଶ୍ୱାସ ରଖେନାହିଁ କହିବା ତାଙ୍କୁ ପଡିଛି ଭାରି । ୨୦ ନଭେମ୍ବର୨୦୨୪ତାରିଖ ରାତି ସମୟରେ ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ଘଟଣାରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବାକୁ ଯାଇ ବବି ଏଭଳି କହିଛନ୍ତି । ଯାହା ଏବେ ତାଙ୍କୁ ପୁଣି ବିବାଦକୁ ଟାଣିଛି ।

ଖାଲି ଟାଣି ନି ନୁହେଁ ଏବେ ବିରୋଧୀ ବି କହିବାକୁ ଲାଗିଲେଣି କି ଆମେ ଯାହା କହୁଥିଲୁ ଏବେ ବିଜେଡିର ଆଗଧାଡିର ନେତା ବି ନିଜ ମୁହଁରେ ସେୟା ସ୍ୱାକାର କରୁଛନ୍ତି । ବିଜେଡି କେବେ ବି ଗଣତନ୍ତ୍ରରେ ବିଶ୍ୱାସ ରଖିନଥିଲା କି ଆଜି ବି ରଖିନାହିଁ । ସେ ସବୁବେଳେ ଅଗଣତାନ୍ତ୍ରିକରେ ଥିଲା ରହିଛି ମଧ୍ୟ । ଆଲୋଚନା ଏହାବି ହେଉଛି କି ଯିଏ ନିଜକୁ ଦିନେ କ୍ରୀତଦାସ ସଜାଇବାକୁ ପଛାଇନଥିଲା ସେ ଆଜି ଯାହା ହେଉ ତା ମୁହଁରେ ସତ୍ୟକୁ ସ୍ୱିକାର କରିନେଇଛି । ହୁଏତ ଦଳ ସତ୍ତାରୁ ଚାଲିଯିବା ପରେ ଏଭଳି ସତ୍ୟ କହିବାକୁ ପସନ୍ଦ କଲେଣି ନେତା । ଏଠି ପ୍ରଶ୍ନ କାହିଁକି ଏମିତି କହିବାକୁ ପଛଘୁଞ୍ଚା ଦେଲେ ନାହିଁ ବବି? ନା ଏହା ପଛର କଣ ରହିଛି ତାଙ୍କର ଉଦେ୍ଦଶ୍ୟ? ଯାଜପୁର ସହରର ପରିସ୍ଥିତି ଠିକ୍ ନଥିବା ବେଳେ ତାଙ୍କର ଏହି ମନ୍ତବ୍ୟ ବେଶ ଆଲୋଡନା ସୃଷ୍ଟି କରିଛି ।

ଜଣେ ବ୍ୟକ୍ତି ରାଜନୀତି ଓ ଜନତାଙ୍କୁ ନିକଟରୁ ଦେଖିବା ସହ ତାଙ୍କର ଲୋକପ୍ରତିନିଧି ଦୀର୍ଘ ସମୟ ରହିଆସୁଥିବା ବେଳେ କ’ଣ ତାଙ୍କ ମୁହଁରୁ ଏ କଥା ସୋଭା ପାଉଛି କି? ଯାହା ଏବେ ବିଜେଡିର ଶାସନ ସମୟକୁ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଖାଲି ସେତିକି ନୁହେଁ ଯାଜପୁର ଜିଲ୍ଲାରେ ପ୍ରଣବଙ୍କ ପରିବାରର ଦୀର୍ଘଦିନ ଧରି ନିଜର ରାଜନୈତିକ ଯାତ୍ରା କରିଛନ୍ତି ତେବେ କଣ ତାଙ୍କ ଲୋକ ପ୍ରତିନିଧି ବନିବା ସମୟରେ ବି ଅଗଣତାନ୍ତ୍ରି କ ଭାବେ କାର୍ଯ୍ୟ କରୁଥିଲେ କି? ଯଦି ତାହା ନୁହେଁ ତେବେ ତାଙ୍କ ବୟାନ ଦେବାକୁ ଏହାରି ଭିତରେ ଅନେକ ସମୟ ବିତିଯାଇଥିଲେ ସୁଦ୍ଧା କାହିଁକି ବବି ନିରବ? ତାହା ଏବେ ସମସ୍ତଙ୍କ ମନରେ ପ୍ରଶ୍ନ?

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା