Masthead

ଘାରିଲା ମହାଜନଙ୍କ ବାକି ସୁଝିବା ଚିନ୍ତା

ପୁରୀ (ବଡ଼ ଖବର ବ୍ୟୁରୋ): ୩୬ଘଣ୍ଟାର ନିରବଚ୍ଛିନ୍ନ ଅକ୍ଲାନ୍ତ ପରିଶ୍ରମ ପରେ ପୁରୀ ସମ୍ରାଟ ମାର୍କେଟ କମ୍ପ୍ଲେକ୍ସରେ ଲାଗିଥିବା ଭୟାବହ ନିଆଁ ଲିଭିଛି । ଆରମ୍ଭ ହୋଇଛି ଜୀବନ ଜୀବିକାର କଥା । ପାଉଁଶ ତଳୁ ବ୍ୟବସାୟୀମାନେ ଖୋଜୁଛନ୍ତି ବଂଚିବାର ରାହା । ଶ୍ରୀଜଗନ୍ନାଥଙ୍କ ଆଗରେ ଲାଗିଲା ନିଆଁ । ଚାଟିଦେଲା ୪୪ ଦୋକାନୀଙ୍କ ସୁଖ ସପନ । ନିଆଁ ଲିଭିଛି ସତ, କିନ୍ତୁ ବଢିଛି ଦୁଃଖ । ବୋଲ ମାନୁନି ଲୁହ । ଆଖିରୁ ବୋହି ଚାଲିଛି । ପାଉଁଶ ତଳୁ ବ୍ୟବସାୟୀମାନେ ଖୋଜୁଛନ୍ତି ବଂଚିବାର ରାହା । ଛାତି ବାଡେଇ ଲୋଡୁଛନ୍ତି ସରକାରୀ ସହାୟତା ।

ସଂସାର ଚଳିବ କେମିତି? ଭାତହାଣ୍ଡି ଚାଲିଗଲା । ଚଳିବା ପାଇଁ ଆଉ କିଛି ନାହିଁ । ଆମ ଗୁହାରୀ ସରକାର ଶୁଣନ୍ତୁ । ନହେଲେ ଆମେ ଭାସିଯିବୁ ବୋଲି ବିପନ୍ନ ଦୋକାନୀ ମନୋଜ ସାହୁ କହିଛନ୍ତି । ଖାଲି ମନୋଜ ନୁହଁନ୍ତି, ବିଶ୍ୱନାଥ ଶର୍ମାଙ୍କ ଭଳି ସବୁ ଦୋକାନୀଙ୍କ ସମାନ ଅବସ୍ଥା । ବଡଦାଣ୍ଡରେ ଜଳିଗଲା କୋଟି କୋଟି ଟଙ୍କାର ସମ୍ପତ୍ତି । ମହାପ୍ରଭୁଙ୍କ ଆଗରେ ଉଜୁଡିଗଲା ବ୍ୟବସାୟୀଙ୍କ ହସଖୁସିର ସଂସାର । ସବୁଜଳି ପୋଡି ପାଉଁଶ ହୋଇ ଯାଇଛି। କମ୍ପ୍ଲେକ୍ସ ଭିତରେ ଥିବା ୪୫ଟି ଦୋକାନ ନିଆଁର ଆଁରେ ପାଉଁଶ ହୋଇ ଯାଇଛି।

ପ୍ରଥମ ମହଲାରେ ଥିବା ଇଣ୍ଡିଆନ୍ ଓଭରସିଜ ବ୍ୟାଙ୍କ ମଧ୍ୟ ନିଆଁର କବଳରୁ ବର୍ତ୍ତି ପାରିନାହିଁ। ବ୍ୟାଙ୍କର ବହୁ ଗୁରୁତ୍ୱପୁର୍ଣ୍ଣ କାଗଜପତ୍ର ଓ କମ୍ପ୍ୟୁଟର ସମ୍ପୂର୍ଣ୍ଣ ଜଳି ପୋଡ଼ି ପାଉଁଶ ହୋଇଯାଇଛି। ତେବେ ଲକ୍ଷ ଲକ୍ଷ ଟଙ୍କା ବ୍ୟାଙ୍କରୁ ଋଣ ଆଣି ବ୍ୟବସାୟ କରୁଥିବା ବ୍ୟବସାୟୀମାନେ ଏବେ କିଭଳି ଋଣ ଶୁଝିବେ ସେ ନେଇ ବ୍ୟସ୍ତ ବିବ୍ରତ ହୋଇ ପଡିଛନ୍ତି। ଫାୟାର ସେପ୍ଟି ସାର୍ଟିଫିକେଟ୍ ନଥାଇ ପିକେଡିଏ ସମ୍ରାଟ ମାର୍କେଟ କମ୍ପ୍ଲେକ୍ସ ଖୋଲିବା ପାଇଁ ଅନୁମତି ଦେଲେ କିପରି? କମ୍ପ୍ଲେକ୍ସ ମାଲିକ ଫେରାର ଥିବା ବେଳେ ବିପନ୍ନ ବ୍ୟବସାୟୀଙ୍କ କରୁଣ ବିଳାପ ସାଧାରଣରେ ଭାବାନ୍ତର ସୃଷ୍ଟି କରୁଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା