Masthead

ବାଇଡେନ-ଜିନପିଙ୍ଗଙ୍କ ଆଲୋଚନା….

(ବଡ଼ ଖବର ବ୍ୟୁରୋ): ୭ ମାସ ମଧ୍ୟରେ ଆଜି ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ପ୍ରଥମ କରି ଫୋନରେ ଚୀନର ରାଷ୍ଟ୍ରପତିଙ୍କ ସହ ଆଲୋଚନା କରିଛନ୍ତି । ଆଲୋଚନା କରି ରହିଲେ ଯେ, ଆମେରିକା-ଚୀନ୍‌ ପ୍ରତିଯୋଗିତା ‘ସଂଘର୍ଷ’କୁ ଆମନ୍ତ୍ରଣ କରିବା ଅନୁଚିତ।
ସୂଚନା ଅନୁସାରେ, ହ୍ୱାଇଟ ହାଉସର ଜଣେ ଅଧିକାରୀଙ୍କ କହିବାନୁସାରେ, ଉଭୟ ଦେଶ ବିକାଶ ଓ ସମୃଦ୍ଧିରେ ସହଭାଗିତା ହେବା ପାଇଁ ଆଲୋଚନା କରିଛନ୍ତି ।

ଭବିଷ୍ୟତରେ ଏପରି କୌଣସି ପରିସ୍ଥିତି ନ ଉପୁଜେ ଯାହା ଯୁଦ୍ଧର ରୂପ ନେବ । ଏହି ଆଲୋଚନା ସେତେବେଳେ ହୋଇଛି ଯେତେବେଳେ ଚୀନ ଦ୍ୱାରା କରାଯାଉଥିବା ସାଇବର ଚୁକ୍ତିର ଉଲ୍ଲଙ୍ଘନ, କରୋନା ମହାମାରୀ ବିରୋଧରେ ଖାମଖିଆଲ ମନୋଭାବ ପାଇଁ ଆମେରିକା ଅସନ୍ତୁଷ୍ଟ ଅଛି ।

ନିକଟରେ ଆମେରିକା ଚୀନର ବାଣିଜ୍ୟ ନିୟମକୁ ଜବରଦସ୍ତି ଓ ଅନୁଚିତ କହିଥିଲା । ମୁଖ୍ୟତଃ ଶାନ୍ତି ପ୍ରତିଷ୍ଠା ଓ ଉତ୍ତେଜନା ପ୍ରଶମିତ ଦିଗରେ ଏହି ଆଲୋଚନା ହୋଇଥିଲା । ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଶାନ୍ତି, ସ୍ଥିରତା ଏବଂ ସମୃଦ୍ଧି ନିମନ୍ତେ ଯୁକ୍ତରାଷ୍ଟ୍ର ଆମେରିକା ଆଗ୍ରହୀ ବୋଲି ରାଷ୍ଟ୍ରପତି ବାଇଡେନ୍‌ ଗୁରୁତ୍ବାରୋପ କରିଛନ୍ତି । ଦୁଇ ଦେଶ ମଧ୍ୟରେ ଚାଲିଥିବା ପ୍ରତିଯୋଗିତା ଯେମିତି ସଂଘର୍ଷର ମୋଡ଼ ନ ନିଏ ସେଥିପ୍ରତି ସମଗ୍ର ବିଶ୍ବ ଏବଂ ଦୁଇ ନେତା ଦାୟିତ୍ବବାନ ହେବା ଉଚିତ ବୋଲି ସେମାନେ ଆଲୋଚନା କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ