Masthead

ଆଳୁକୁ ସଙ୍କଟ: ଗୁମାସ୍ତାଙ୍କ କଥାରେ ଆଳୁ ବନ୍ଦ କରିବାକୁ ମମତାଙ୍କୁ ଫୋନ କଲ୍

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଓଡ଼ିଶାରେ ଏବେ ହାହାକାର । ଆଳୁକୁ ନେଇ ସଙ୍କଟରେ ରାଜ୍ୟ । ମମତା ଅଟକାଇଲେ ଆଳୁ ବୋଝେଇ ଗାଡି । ଆଉ ଓଡ଼ିଶାକୁ ପଶ୍ଚିମବଙ୍ଗ ସରକାର ଯୋଗାଇବେନି ଆଳୁ । ଦୀର୍ଘ ବର୍ଷବର୍ଷ ଧରି ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗର ଟିଏମସି ସରକାର ରାଜ୍ୟକୁ ଆଳୁ ଯୋଗାଇ ଆସୁଥିଲା । କିନ୍ତୁ ହଠାତ ଏବେ ଆଳୁ ଯୋଗଣରେ ରୋକ୍ ଲଗାଇଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଯାହା ପାଇଁ ଓଡ଼ିଶାରେ ପଡିଛି ଭାଳେଣୀ । ଖାଦ୍ୟ ରାନ୍ଧିବା ଆରମ୍ଭ ହେଲା ମାତ୍ର ଆଳୁର ରହିଛି ନିତ୍ୟନ୍ତ ଜରୁରୀ । କିନ୍ତୁ ଗତକାଲି ଠାରୁ ହାଣ୍ଡିଶାଳରେ ପ୍ରଭାବ ପଡିଛି । ଆଳୁର ଦେଖାଦେଇଛି ଅଭାବ । ଯାହା ବି ବଜାରରେ ମହଜୁଦ ରହିଛି ତାର ଦର ଶୁଣିଲେ ଏବେ ହୋସ ଉଡିଯାଉଛି । ୫୦ରୁ ୧୦୦ ପାଖାପାଖି ଛିଇଁଲାଣି ଆଳୁର ଦର୍ । ଯାହା ପାଇଁ ଚିନ୍ତାରେ ଲୋକେ । କୁହାଯାଉଛି ଏହା ସରକାର ପରିବର୍ତ୍ତନର ପ୍ରଭାବ । ରାଜ୍ୟରୁ ଯାଇଛି ବିଜେଡି ସରକାର ଆସିଛି ବିଜେପି ସରକାର । ଯାହା ପାଇଁ କୁଆଡେ ମମତା ସରକାର ଏ ପଦେକ୍ଷପ ନେଇଛନ୍ତି । କୁହାଯାଉଛି କି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ପରାଜୟର ନେଉଛନ୍ତି ରାଜ୍ୟବାସୀଙ୍କ ଠାରୁ ପ୍ରତିଶୋଧ । ନବୀନଙ୍କୁ କୁଆଡେ ଏ ପ୍ଲାନ ତାଙ୍କ ଅଣ ଓଡ଼ିଆ ଗୁମାସ୍ତା ବାବୁ ପାଣ୍ଡିଆନ ଦେଇଛନ୍ତି ।

ଯାହା ପାଇଁ କୁଆଡେ ନବୀନ ବାବୁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀଙ୍କୁ କଲ୍ କରି ରାଜ୍ୟକୁ ଆଳୁ ନଦେବାକୁ କହିଥିବା ଏବେ ଚାରିଆଡେ ଚର୍ଚ୍ଚା । ଆଉ ନବୀନ ବାବୁଙ୍କ ଫୋନ୍ କଲ କୁଆଡେ ମମତା ପାଉ ପାଉ ରାଜ୍ୟକୁ ଆଳୁ ଯୋଗାଣ ବନ୍ଦ କରିଦେଇଛନ୍ତି । ଯାହା ପାଇଁ ରାଜ୍ୟରେ ଏ ସ୍ଥିତି ଉପୁଜିଥିବା ଚାରିଆଡେ କୁହାକୁହି ହେଲେଣି । ଯେହେତୁ ନବୀନ ବାବୁ ଓ ମମତା ଦିଦିଙ୍କର ରହିଛି ଭାଇ ଭଉଣୀର ସର୍ମ୍ପକ ଯାହା ପାଇଁ ଭାଇର କଲ୍ ପାଇଁ ଏ ନିସ୍ପତ୍ତି ନେଇଛନ୍ତି । ଆଉ ଏପଟେ ଦେଖାଇ ହେବା ପାଇଁ ମମତାଙ୍କୁ ଚିଠି ନବୀନ ଲେଖିବାକୁ ନେଇ ସମସ୍ତେ ବାହାନା ବୋଲି ଚା ଖଟିରେ ଚର୍ଚ୍ଚା ହେବାରେ ଲାଗିଲାଣି । ସେପଟେ ଏ ସଂଙ୍କଟରୁ ରାଜ୍ୟକୁ ବାହାର କରିବା ପାଇଁ ଉଦ୍ୟମ ଆରମ୍ଭ କରିଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମମତା ସରକାରଙ୍କ ସହ ଆଲୋଚନା କରିବା ସହ ବି ଉତ୍ତରପ୍ରଦେଶ ସରକାରଙ୍କୁ ବି ଓଡ଼ିଶାକୁ ଆଳୁ ଯୋଗାଣ କରିବାକୁ ନେଇ ଚାଲିଛି ଆଲୋଚନା । କୁହାଯାଉଛି ଖୁବଶୀଘ୍ର ବି ରାଜ୍ୟକୁ ଆଳୁ ଯୋଗାଣ କରିବ ଉତ୍ତରପ୍ରଦେଶ ତଥା ଯୋଗୀ ସରକାର କରିବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି