Masthead

ଥରହର କାବୁଲ, ୧୦୦ ମୃତ

(ବଡ଼ ଖବର ବ୍ୟୁରୋ): ବିସ୍ଫୋରଣରେ ଥରିଲା ଆଫଗାନିସ୍ତାନ । ଗତକାଲି କାବୁଲରେ ବିସ୍ଫୋରଣ ହୋଇଛି। ଏଥିରେ ଅତି କମରେ ୧୦୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ୧୪୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ପ୍ରାଣ ହରାଇଥିବା ଲୋକମାନଙ୍କ ମଧ୍ୟରେ ଅଧିକାଂଶ ଆମେରିକାର ସୈନିକ ଏବଂ ଡାକ୍ତରୀ କର୍ମଚାରୀ ଥିବା ଜଣାପଡ଼ିଛି। ଏହି ବିସ୍ଫୋରଣ ପାଇଁ ଦୁର୍ଦାନ୍ତ ଆତଙ୍କବାଦୀ ସଂଗଠନ ଆଇଏସ୍‌ ନିଜକୁ ଦାୟୀ କରିଛି।

ଏପରି ଆହୁରି ଅନେକ ଆତ୍ମଘାତୀ ଆକ୍ରମଣ କରିବ ‌ବୋଲି ସଂଗଠନ ଧମକ ଦେଇଛି। ଏହି ଆକ୍ରମଣକୁ ଭାରତ ଏବଂ ଆମେରିକା ସମେତ ଅନେକ ଦେଶ ନିନ୍ଦା କରିଛନ୍ତି। ତାଲିବାନ ମଧ୍ୟ ଏହାର ନିନ୍ଦା କରିଛି। ଭାରତ ପକ୍ଷରୁ କୁହାଯାଇଛି, ଆତଙ୍କବାଦୀ ସଂଗଠନ ଏବଂ ସେମାନଙ୍କୁ ଆଶ୍ରୟ ଦେଉଥିବା ଦେଶ ବିରୋଧରେ ଏକାଠି ହେବାର ସମୟ ଆସିଛି। କାବୁଲ ବିମାନବନ୍ଦର ଆବେ ଗେଟ୍ ନିକଟରେ ପ୍ରଥମ ବିସ୍ଫୋରଣ ହୋଇଥିବା ବେଳେ ପରେ ପରେ ଗୁଳି ଶବ୍ଦ ଶୁଭିଥିଲା।

ପରେ ପରେ ବ୍ୟାରନ ହୋଟେଲ ନିକଟରେ ହୋଇଥିଲା ଆଉ ଏକ ବିସ୍ଫୋରଣ। ଆମେରିକାରୁ ଏୟାରଲିଫ୍ଟ ପାଇଁ ଅପେକ୍ଷାରେ ଥିବା କିଛି ଆମେରିକୀୟ ନାଗରିକ ଏହି ହୋଟେଲରେ ଏକାଠି ହୋଇଥିଲେ। ଏଣୁ ଏହି ବିସ୍ଫୋରଣରେ ଜଣେ ଆମେରିକୀୟ ନାଗରିକଙ୍କ ମୃତ୍ୟୁ ହୋଇଥିବା ପେଣ୍ଟାଗନ୍ ସ୍ପଷ୍ଟ କରିଛି। ଏହାକୁ ନେଇ ଜୋ ବାଇଡେନ ତୀବ୍ର ପ୍ରତିକ୍ରିୟା ରଖିଛନ୍ତି । ଆତଙ୍କବାଦୀଙ୍କୁ ଛାଡିବୁ ନାହିଁ ବୋଲି ଚେତାବନୀ ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା