Masthead

କୋହଲିଙ୍କ ମନୋଭାବ ଅଷ୍ଟ୍ରେଲିଆ କ୍ରିକେଟରଙ୍କ ପରି: ଗ୍ରେଗ୍ ଚାପେଲ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଭାରତୀୟ କ୍ରିକେଟ ଦଳର ଅଧିନାୟକ ତଥା କିମ୍ବଦନ୍ତି ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କୁ ପ୍ରଶଂସା କରିଛନ୍ତି ଭାରତୀୟ ଦଳର ପୂର୍ବତ୍ତନ ପ୍ରଶିକ୍ଷକ ଗ୍ରେଗ୍ ଚାପେଲ । ବିରାଟଙ୍କ ଟେଷ୍ଟ କ୍ରିକେଟ ଖେଳିବାର ଶୈଳୀକୁ ପ୍ରଶଂସା କରିଛନ୍ତି ଚାପେଲ । କୋହଲିଙ୍କ ମନୋଭାବ ଅଷ୍ଟ୍ରେଲିଆ କ୍ରିକେଟରଙ୍କ ପରି ବୋଲି ସେ କହିଛନ୍ତି । ଚାପେଲ ପୂର୍ବତନ ଭାରତୀୟ କ୍ରିକେଟରଙ୍କୁ ମହାତ୍ମା ଗାନ୍ଧୀଙ୍କ ଆଚରଣ ସହ ତୁଳନା କରିଛନ୍ତି । କିନ୍ତୁ ବିରାଟ କୋହଲିଙ୍କ ଆକ୍ରୋଶ ହେତୁ ଭାରତୀୟ କ୍ରିକେଟରଙ୍କ ମନୋଭାବରେ ଅନେକ ପରିବର୍ତ୍ତନ ଆସିଛି ବୋଲି ସେ କହିଛନ୍ତି । ଚାପେଲ ‘ସିଡନୀ ମର୍ନିଂ ହେରାଲ୍ଡ’ରେ ଲେଖିଛନ୍ତି ଯେ ପୂର୍ବରୁ ଅନେକ ଭାରତୀୟ କ୍ରିକେଟର ମହାତ୍ମା ଗାନ୍ଧିଜୀଙ୍କ ନୀତି ଅନୁଯାୟୀ ବିରୋଧୀଙ୍କ ବିରୋଧରେ ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରି ନଥିଲେ । ଏହି ଦୃଷ୍ଟିକୋଣକୁ ପରିବର୍ତ୍ତନ କରିବାକୁ ଚେଷ୍ଟା କରିଥିଲେ ସୌରଭ ଗାଙ୍ଗୁଲି । ସେ ଭାରତର ପ୍ରଥମ ଅଧିନାୟକ ଥିଲେ ।

ଏହା ଦ୍ୱାରା ଭାରତରେ କିଛି ସଫଳତା ମିଳିଥିଲା । କିନ୍ତୁ ଏହା ବିଦେଶ ମାଟିରେ ପ୍ରଭାବଶାଳୀ ନ ଥିଲା । ବର୍ତ୍ତମାନ ବିରାଟଙ୍କ ମନୋଭାବ ଦ୍ୱାରା ବିଦେଶ ମାଟିରେ ମଧ୍ୟ ସୁଫଳ ମିଳିଛି । ଚାପେଲ କହିଛନ୍ତି କି ବିରାଟ କୋହଲି ଶାନ୍ତିପୂର୍ଣ୍ଣ ଉତ୍ତର ଦେବାକୁ ବିଶ୍ୱାସ କରନ୍ତି ନାହିଁ । ସେ ଆକ୍ରମଣାତ୍ମକ ଶୈଳୀର ଜଣେ ବ୍ୟାଟ୍ସମ୍ୟାନ ଅଟନ୍ତି । ଚାପେଲ କହିଛନ୍ତି ଅଣ ଅଷ୍ଟ୍ରେଲିଆ କ୍ରିକେଟରଙ୍କ ମଧ୍ୟରେ କୋହଲି ସର୍ବାଧିକ ଅଷ୍ଟ୍ରେଲୀୟ । ସେ ହେଉଛନ୍ତି ନୂଆ ଭାରତର ପ୍ରତୀକ । କ୍ରିକେଟରେ ଶକ୍ତିଶାଳୀ ଦେଶର ଅଧିନାୟକ ଭାବରେ ସେ ଏହି ଖେଳକୁ ପୋତ୍ସାହିତ କରିବାର ଦାୟିତ୍ୱକୁ ଭଲ ଭାବରେ ବୁଝନ୍ତି । ଚାପେଲ ଆହୁରି ମଧ୍ୟ କହିଛନ୍ତି କି ବିଶ୍ୱ କ୍ରିକେଟରେ କୋହଲି ସବୁ ସମୟରେ ସବୁଠାରୁ ଶକ୍ତି।।ଳୀ କ୍ରିକେଟର ଅଟନ୍ତି । ବିରାଟଙ୍କ ସହ ଷ୍ଟିଭ ସ୍ମିଥ ଏବଂ କେନ୍ ୱିଲିୟମସନ ବର୍ତ୍ତମାନର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନଙ୍କ ରେସରେ ରହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓସ୍ତପୁର-କୋଟପଲ୍ଲା ବଜାରରେ ପୁଣି ୧୬୩ 🔴 ଆରଆଇ ପରୀକ୍ଷାରେ ବଡ଼ ବିଭ୍ରାଟ 🔴 ନୂଆପଡ଼ାରେ ହାଇଭୋଲଟେଜ ପ୍ରଚାର 🔴 ଭୋଟ ଦେଉଛି ବିହାର 🔴 ଆଜିଠୁ ଜମିବ ଐତିହାସିକ ବାଲିଯାତ୍ରା 🔴 ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ଭୋରରୁ ବୋଇତ ବନ୍ଦାଣ କଲେ ଶ୍ରଦ୍ଧାଳୁ 🔴 ନବୀନ ପଟ୍ଟନାୟକଙ୍କ ବିମାନ ଯାଞ୍ଚ 🔴 ‘ବିଶ୍ବାସଘାତକତାର ଜବାବ ଦେବାକୁ ପ୍ରସ୍ତୁତ ହେଉଛନ୍ତି ନୂଆପଡ଼ାବାସୀ’ 🔴 ବାପାଙ୍କୁ ଦେଖିବାକୁ ଆସିନଥିଲେ ଆଉ ଏବେ ଭୋଟ ପାଇଁ… 🔴 ଆଜି ମହାପ୍ରଭୁଙ୍କ ଲକ୍ଷ୍ମୀ-ନୃସିଂହ ବେଶ 🔴 ଓସ୍ତପୁର-କୋଟପଲ୍ଲା ବଜାରରେ ପୁଣି ୧୬୩ 🔴 ଆରଆଇ ପରୀକ୍ଷାରେ ବଡ଼ ବିଭ୍ରାଟ 🔴 ନୂଆପଡ଼ାରେ ହାଇଭୋଲଟେଜ ପ୍ରଚାର 🔴 ଭୋଟ ଦେଉଛି ବିହାର 🔴 ଆଜିଠୁ ଜମିବ ଐତିହାସିକ ବାଲିଯାତ୍ରା 🔴 ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ଭୋରରୁ ବୋଇତ ବନ୍ଦାଣ କଲେ ଶ୍ରଦ୍ଧାଳୁ 🔴 ନବୀନ ପଟ୍ଟନାୟକଙ୍କ ବିମାନ ଯାଞ୍ଚ 🔴 ‘ବିଶ୍ବାସଘାତକତାର ଜବାବ ଦେବାକୁ ପ୍ରସ୍ତୁତ ହେଉଛନ୍ତି ନୂଆପଡ଼ାବାସୀ’ 🔴 ବାପାଙ୍କୁ ଦେଖିବାକୁ ଆସିନଥିଲେ ଆଉ ଏବେ ଭୋଟ ପାଇଁ… 🔴 ଆଜି ମହାପ୍ରଭୁଙ୍କ ଲକ୍ଷ୍ମୀ-ନୃସିଂହ ବେଶ