Masthead

କୈଳାଶ ମାହତୋଙ୍କୁ ଗୁଳି କରି ହତ୍ୟା

ବିହାର(ବଡ଼ ଖବର ବ୍ୟୁରୋ): ଜେଡିୟୁ ନେତାଙ୍କୁ ଗୁଳି କରି ହତ୍ୟା । ଜେଡିୟୁ ନେତା କୈଳାଶ ମାହତୋଙ୍କର ଗୁଳିମାଡ଼ରେ ମୃତ୍ୟୁ ଘଟିଛି । କିଛି ଦୁର୍ବୃତ୍ତ କୈଳାଶ ଙ୍କୁ ଗୁଳିକରି ହତ୍ୟା କରିଛନ୍ତି । କୈଳାଶଙ୍କ ଉପରକୁ ୪-୫ ରାଉଣ୍ଡ ଗୁଳି ଚଳାଯାଇଥିବା କୁହାଯାଉଛି । ବିହାରର କାଥିହାର ସ୍ଥିତ ବରାରି ଥାନା ଅଞ୍ଚଳରେ ଏହି ଘଟଣା ଘଟିଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଖୁବଶୀଘ୍ର ଦୋଷୀଙ୍କୁ ଗିରଫ କରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।

ବରାରି ଥାନା ଅଞ୍ଚଳ କୃଷି ଫାର୍ମ ନିକଟରେ ଦୁଇଜଣ ବ୍ୟକ୍ତି ମୋଟରସାଇକେଲରେ ଆସି କୈଳାଶଙ୍କ ଉପରକୁ ଗୁଳି ଚଳାଇଥିଲେ । ନିତୀଶ କୁମାରଙ୍କ ସରକାରରେ ନିଜ ନେତାଙ୍କୁ ସୁରକ୍ଷା ମିଳୁନଥିବା ନେଇ ବିରୋଧୀଦଳର ନେତାମାନେ ନିତୀଶ କୁମାରଙ୍କ ଉପରକୁ ପ୍ରଶ୍ନ ଉଠାଇଛନ୍ତି । ପ୍ରାଥମିକ ତଦନ୍ତରୁ ଏହା ରାଜନୈତିକ ହତ୍ୟା ନୁହେଁ ବୋଲି କୁହାଯାଉଥିବା ବେଳେ ହତ୍ୟାକାରୀ କିନ୍ତୁ ପଫେସନାଲ କିଲର ଭଳି ଗୁଳି କରିଥିବା କଥା କୁହାଯାଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା