Masthead

ପୁଣି ପ୍ରେମୀ ଯୁଗଳଙ୍କ ବେକରେ ଜୁଆଳି

ଲକ୍ଷ୍ମୀପୁର (ବଡ଼ ଖବର ବ୍ୟୁରୋ): ଲକ୍ଷ୍ମୀପୁରରେ କଙ୍ଗାରୁ କୋର୍ଟ । ପୁଣି ପ୍ରେମୀ ଯୁଗଳଙ୍କ ବେକରେ ଜୁଆଳି । ସମ୍ପର୍କୀୟ ଭାଇ ଭଉଣୀ ବାହା ହେଲେ ବୋଲି ବେକରେ ଜୁଅଳେି ପକାଇ ହଳ କରାଇଲେ ଗାଁ ଲୋକେ । କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକରୁ ଆସିଛି ଏମିତି ଏକ ଅଭାବନୀୟ ଦୃଶ୍ୟ । ଦୁଇ ଯୁବକ ଯୁବତୀ ସମ୍ପର୍କରେ ଭାଇ ଭଉଣୀ । ସମ୍ପର୍କୀୟ ଭାଇ ଓ ଭଉଣୀ ହୋଇଥିବାରୁ ଶୁଦ୍ଧି ପାଇଁ ଗାଁ ଦାଣ୍ଡରେ ହଳ କରେଇଲେ ଗ୍ରାମବାସୀ । ହେଲେ ଏଠି ଦୃଶ୍ୟ ଟିକେ ଅଲଗା କାରଣ ପୂର୍ବ ଚିତ୍ରରେ କାନ୍ଧରେ ଯୁଆଡ଼ି ପକାଇ ହଳ କରାଯାଇଥିଲା ଆଉ ଏବେ ସ୍ବାମୀ ଆଗେ ଆଗେ ଗଲା ବେଳକୁ ସ୍ତ୍ରୀ ପଛେ ପଛେ ଯାଇ ହଳ କରୁଛି ।

ହଳ କରିବା କାରଣ ହେଲା ମାଟି ମାଆ କୁ କ୍ଷମା ମାଗିବା, ନିଜକୁ ଶୁଦ୍ଧି କରିବା । ସେମାନେ ବାହା ହେବାରୁ ପରମ୍ପରା ନାଁରେ ନିର୍ଯାତନା ଦିଆଯାଇଛି । ପ୍ରେମ ସମ୍ପର୍କ ପରେ ଉଭୟ ପରସ୍ପରକୁ ବିବାହ କରିଥିଲେ । ତେବେ ଏହା ପରମ୍ପରା ବିରୋଧୀ ହୋଇଥିବାରୁ ପ୍ରେମୀ ଯୁଗଳଙ୍କୁ ଏମିତି କଡ଼ା ଶାସ୍ତି ଦିଆଯାଇଛି ।  ଗତ ମାସରେ ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁରରୁ ଏଭଳି ଏକ ଖବର ଆସିଥିଲା। ଦୁଇଜଣ ସମ୍ପର୍କରେ ଦାଦା ଝିଆରୀ ହୋଇଥିବା ବେଳେ ତାଙ୍କ ମଧ୍ୟରେ ଥିବା ପ୍ରେମ ସମ୍ପର୍କ ପଦାକୁ ଆସିଥିଲା । ଯାହାକୁ ନେଇ ଦାଦା ଓ ଝିଆରୀଙ୍କ କାନ୍ଧରେ ଜୁଆଳି ପକାଇ ହଳ ବୁଲାଇଥିଲେ ଗାଁ ଲୋକେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା