Masthead

କଳାହାଣ୍ଡିରୁ ସାଂସଦ ପ୍ରାର୍ଥୀ ଭାବେ ଲଢିବେ ବାବା ନେହାଲ

କଳାହାଣ୍ଡି (ବଡ଼ ଖବର ବ୍ୟୁରୋ): କଳାହାଣ୍ଡି ସ୍ଵାଧୀନ ପ୍ରାର୍ଥୀ ସାଂସଦ ଭାବେ ଲଢ଼ିବେ ବାବା ନେହାଲ ଖେତ୍ରି । ଚଳିତ ସାଧାରଣ ନିର୍ବାଚନ ୨୦୨୪ ଦିନକୁ ଦିନ ଯେତେ ପାଖେଇ ଆସୁଛି ସେତିକି ରାଜନୀତି ସରଗରମ ହୋଇ ଆସୁଛି । କଳାହାଣ୍ଡି ଲୋକସଭା ସଦସ୍ୟ ପ୍ରାର୍ଥୀ ଭାବେ ବିଜେପିରୁ ମାଳବିକା ଦେଓ ପ୍ରାର୍ଥୀ ହୋଇଥିବା ବେଳେ ବିଜେଡିରୁ ଲମ୍ବୋଦର ନିଆଲ୍ ଏବଂ କଂଗ୍ରେସରୁ ଜଣେ ଆଦିବାସୀ ମହିଳା ନେତ୍ରୀ ଦ୍ରୌପଦୀ ମାଝୀ ପ୍ରାର୍ଥୀ ହୋଇ ପ୍ରଚାର ଆରମ୍ଭ କଲେଣି ।

ସେପଟେ ସ୍ୱାଧୀନ ପ୍ରାର୍ଥୀ ଭାବେ କଳାହାଣ୍ଡି ସାଲେଭଟା ଗାଁରୁ ଜଣେ ବାବା ଯୋଗୀ ନେହାଲ୍ ଖେତ୍ରୀ ନିର୍ବାଚନ ରଣାଙ୍ଗନରେ ଓହ୍ଲାଇଛନ୍ତି । କରୋନା ସମୟରେ ପ୍ରବାସୀ ଓଡ଼ିଆମାନଙ୍କୁ ସାହଯ୍ୟର ହାତ ବଢାଇ ବେଶ୍ ଚର୍ଚ୍ଚାରେ ରହିଥିଲେ ବାବା ଯୋଗୀ ନେହାଲ୍ ଖେତ୍ରୀ । ତେବେ କଳାହାଣ୍ଡି ବର୍ତମାନ ବି ବିକାଶର ବହୁ ଦୂରରେ ରହିଛି ଲୋକେ ସୁଯୋଗ ଦେଲେ କଳାହାଣ୍ଡି ଲୋକଙ୍କ ବିକାଶ ପାଇଁ ସବୁବେଳେ ମୋର ସେବା ଜାରି ରହିବ ବୋଲି କହିଛନ୍ତି । ଏନେଇ ଭବାନୀ ପାଟନା ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ