Masthead

ନିଅଣ୍ଟିଆ ବର୍ଷା: ୧୯ଜିଲ୍ଲାରେ ମରୁଡ଼ି

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଭୁଲ ପ୍ରମାଣିତ ହେଲା ପାଣିପାଗ ବିଭାଗର ପୂର୍ବାନୁମାନ । ଠିକ୍ ସମୟରେ ମୌସୁମୀ ଆସିଥିଲା। ପାଣିପାଗ ବିଭାଗର ପୂର୍ବାନୁମାନ କରିଥିଲେ ସ୍ବାଭାବିକ ବର୍ଷା ହେବ । କିନ୍ତୁ ଏହା ସମୂର୍ଣ୍ଣ ଭୁଲ ପ୍ରମାଣିତ ହେଲା । ୧୯ଟି ଜିଲ୍ଲାରେ ସ୍ଥିତି ଏବେ ସାଂଘାତିକ । ରାଜ୍ୟରେ ନିଅଣ୍ଟିଆ ବର୍ଷା ଯୋଗୁଁ ଚାଷୀଙ୍କ ମୁଣ୍ଡରେ ଚଡ଼କ ପଡିଛି । ଭଦ୍ରକ ଜିଲ୍ଲାରେ ୬୧% କମ୍‌ ବର୍ଷା ହୋଇଛି। । ଅଧା ଓଡ଼ିଶାରେ ମରୁଡ଼ି ପରିସ୍ଥିତି ସୃଷ୍ଟି ହୋଇଥିବାରୁ ଏ ବର୍ଷ ଧାନ ଅମଳ ପ୍ରଭାବିତ ହେବାର ସମ୍ଭାବନା ରହିଛି ।

କୃଷି ବିଭାଗର ସୂଚନା ଅନୁଯାୟୀ, ଗତ ୧୦ବର୍ଷରେ ଧାନ ଅମଳ ବହୁତ ବଢ଼ିଛି। ଅଧିକାଂଶ ବର୍ଷ ୮୦ଲକ୍ଷ ମେଟ୍ରିକ୍ ଟନ୍‌ରୁ ଅଧିକ ଧାନ ଅମଳ ହୋଇଛି। କିନ୍ତୁ ଚଳିତ ବର୍ଷ ନିଅଣ୍ଟିଆ ବର୍ଷା ସ୍ଥିତି ଜାରି ରହିଥିବାରୁ କେତେ ଧାନ ଅମଳ ହେବ ତାହା ଏବେ ଚିନ୍ତାର ବିଷୟ ପାଲଟିଛି। ଏହାକୁ ନଜରରେ ରଖି କୃଷି ବିଭାଗ ଓୟୁଏଟିର କୃଷି ସମ୍ପ୍ରସାରଣ ବିଭାଗ ସହାୟତାରେ ଶସ୍ୟ ଆପଦକାଳୀନ ଯୋଜନା ଜାରି କରାଯାଇଛି। ଚାଷୀ କେଉଁ ଭଳି ଧାନ, ଶସ୍ୟ ବୁଣିବେ, କେ‌ମିତି ଯତ୍ନ ନେବେ ତା’ର ସୂଚନା ଦିଆଯାଇଛି। ରାଜ୍ୟର ଅଧିକାଂଶ ସ୍ଥାନରେ ଜୁନ୍‌ ପହିଲାରୁ ଜୁଲାଇ ୨୫ମଧ୍ୟରେ ଧାନ ବୁଣା ଓ ରୁଆ କାମ ଶେଷ ହୋଇଥାଏ। ହେଲେ ଏଥର ନିଅଣ୍ଟିଆ ବର୍ଷା ଯୋଗୁଁ ବହୁ ସ୍ଥାନରେ ଗଜା ମରୁଡ଼ି ହୋଇଯାଇଥିବାବେଳେ ତଳି ଜଳିଯାଇଛି।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପ୍ରଧାନମନ୍ତ୍ରୀଙ୍କ ୪ ଦିନିଆ ମାଲଦ୍ୱୀପ ଏବଂ ୟୁକେ ଗସ୍ତ 🔴 ବଳଙ୍ଗା ପୀଡ଼ିତାଙ୍କୁ ଭେଟିଲେ ଉପ ମୁଖ୍ୟମନ୍ତ୍ରୀ 🔴 ଚାଇନା ନାଗରିକଙ୍କୁ ମିଳିବ ଭାରତର ପର୍ଯ୍ୟଟନ ଭିଜା 🔴 ସହଯୋଗର ହାତ ବଢ଼ାଇବ ଭାରତ 🔴 ଭିଜିଲାନ୍ସ ଜାଲରେ BMC କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ 🔴 ଜଗଦୀପ ଧନକରଙ୍କ ସୁସ୍ଥତା କାମନା କଲେ ପ୍ରଧାନମନ୍ତ୍ରୀ 🔴 ଓଡ଼ିଶା ବନ୍ଦ ଆନ୍ଦୋଳନ, କଂଗ୍ରେସ ଓ ବିଜେଡିକୁ ନୋଟିସ 🔴 ମାଲକାନଗିରି ନାବାଳିକାଙ୍କୁ ଦୁଷ୍କର୍ମ ମାମଲା, ଦୁଷ୍କର୍ମ ନୁହେଁ ଗଣଦୁଷ୍କର୍ମ 🔴 ଦିଲ୍ଲୀ ଗଲେ ମନମୋହନ, ମନ୍ତ୍ରିମଣ୍ଡଳ ଲିଷ୍ଟ ଫାଇନାଲ! 🔴 ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା, ତଦନ୍ତ ପାଇଁ ୩ ଜଣିଆ ଟିମ୍ ଗଠନ 🔴 ପ୍ରଧାନମନ୍ତ୍ରୀଙ୍କ ୪ ଦିନିଆ ମାଲଦ୍ୱୀପ ଏବଂ ୟୁକେ ଗସ୍ତ 🔴 ବଳଙ୍ଗା ପୀଡ଼ିତାଙ୍କୁ ଭେଟିଲେ ଉପ ମୁଖ୍ୟମନ୍ତ୍ରୀ 🔴 ଚାଇନା ନାଗରିକଙ୍କୁ ମିଳିବ ଭାରତର ପର୍ଯ୍ୟଟନ ଭିଜା 🔴 ସହଯୋଗର ହାତ ବଢ଼ାଇବ ଭାରତ 🔴 ଭିଜିଲାନ୍ସ ଜାଲରେ BMC କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ 🔴 ଜଗଦୀପ ଧନକରଙ୍କ ସୁସ୍ଥତା କାମନା କଲେ ପ୍ରଧାନମନ୍ତ୍ରୀ 🔴 ଓଡ଼ିଶା ବନ୍ଦ ଆନ୍ଦୋଳନ, କଂଗ୍ରେସ ଓ ବିଜେଡିକୁ ନୋଟିସ 🔴 ମାଲକାନଗିରି ନାବାଳିକାଙ୍କୁ ଦୁଷ୍କର୍ମ ମାମଲା, ଦୁଷ୍କର୍ମ ନୁହେଁ ଗଣଦୁଷ୍କର୍ମ 🔴 ଦିଲ୍ଲୀ ଗଲେ ମନମୋହନ, ମନ୍ତ୍ରିମଣ୍ଡଳ ଲିଷ୍ଟ ଫାଇନାଲ! 🔴 ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା, ତଦନ୍ତ ପାଇଁ ୩ ଜଣିଆ ଟିମ୍ ଗଠନ