Masthead

ନିଅଣ୍ଟିଆ ବର୍ଷା: ୧୯ଜିଲ୍ଲାରେ ମରୁଡ଼ି

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଭୁଲ ପ୍ରମାଣିତ ହେଲା ପାଣିପାଗ ବିଭାଗର ପୂର୍ବାନୁମାନ । ଠିକ୍ ସମୟରେ ମୌସୁମୀ ଆସିଥିଲା। ପାଣିପାଗ ବିଭାଗର ପୂର୍ବାନୁମାନ କରିଥିଲେ ସ୍ବାଭାବିକ ବର୍ଷା ହେବ । କିନ୍ତୁ ଏହା ସମୂର୍ଣ୍ଣ ଭୁଲ ପ୍ରମାଣିତ ହେଲା । ୧୯ଟି ଜିଲ୍ଲାରେ ସ୍ଥିତି ଏବେ ସାଂଘାତିକ । ରାଜ୍ୟରେ ନିଅଣ୍ଟିଆ ବର୍ଷା ଯୋଗୁଁ ଚାଷୀଙ୍କ ମୁଣ୍ଡରେ ଚଡ଼କ ପଡିଛି । ଭଦ୍ରକ ଜିଲ୍ଲାରେ ୬୧% କମ୍‌ ବର୍ଷା ହୋଇଛି। । ଅଧା ଓଡ଼ିଶାରେ ମରୁଡ଼ି ପରିସ୍ଥିତି ସୃଷ୍ଟି ହୋଇଥିବାରୁ ଏ ବର୍ଷ ଧାନ ଅମଳ ପ୍ରଭାବିତ ହେବାର ସମ୍ଭାବନା ରହିଛି ।

କୃଷି ବିଭାଗର ସୂଚନା ଅନୁଯାୟୀ, ଗତ ୧୦ବର୍ଷରେ ଧାନ ଅମଳ ବହୁତ ବଢ଼ିଛି। ଅଧିକାଂଶ ବର୍ଷ ୮୦ଲକ୍ଷ ମେଟ୍ରିକ୍ ଟନ୍‌ରୁ ଅଧିକ ଧାନ ଅମଳ ହୋଇଛି। କିନ୍ତୁ ଚଳିତ ବର୍ଷ ନିଅଣ୍ଟିଆ ବର୍ଷା ସ୍ଥିତି ଜାରି ରହିଥିବାରୁ କେତେ ଧାନ ଅମଳ ହେବ ତାହା ଏବେ ଚିନ୍ତାର ବିଷୟ ପାଲଟିଛି। ଏହାକୁ ନଜରରେ ରଖି କୃଷି ବିଭାଗ ଓୟୁଏଟିର କୃଷି ସମ୍ପ୍ରସାରଣ ବିଭାଗ ସହାୟତାରେ ଶସ୍ୟ ଆପଦକାଳୀନ ଯୋଜନା ଜାରି କରାଯାଇଛି। ଚାଷୀ କେଉଁ ଭଳି ଧାନ, ଶସ୍ୟ ବୁଣିବେ, କେ‌ମିତି ଯତ୍ନ ନେବେ ତା’ର ସୂଚନା ଦିଆଯାଇଛି। ରାଜ୍ୟର ଅଧିକାଂଶ ସ୍ଥାନରେ ଜୁନ୍‌ ପହିଲାରୁ ଜୁଲାଇ ୨୫ମଧ୍ୟରେ ଧାନ ବୁଣା ଓ ରୁଆ କାମ ଶେଷ ହୋଇଥାଏ। ହେଲେ ଏଥର ନିଅଣ୍ଟିଆ ବର୍ଷା ଯୋଗୁଁ ବହୁ ସ୍ଥାନରେ ଗଜା ମରୁଡ଼ି ହୋଇଯାଇଥିବାବେଳେ ତଳି ଜଳିଯାଇଛି।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା