କମ୍ପିବ କଳିଙ୍ଗ ଷ୍ଟାଡିୟମ୍, ଆଜି ବିଶ୍ୱ ଦୌଡକୁଦ ଲଢ଼େଇ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):  ଭାରତରେ ପ୍ରଥମଥର ହେବାକୁ ଯାଉଛି ୱାର୍ଲ୍ଡ ଆଥଲେଟିକ୍ସ କଣ୍ଟିନେଣ୍ଟାଲ୍ ଟୁର ସିଲଭର ମିଟ୍ । କଳିଙ୍ଗ ଷ୍ଟାଡିୟମ୍ ରେ ଆୟୋଜିତ ହେବ ଦୌଡକୁଦ ଲଢ଼େଇ । ଆଉ କିଛି ଘଣ୍ଟାର ଅପେକ୍ଷା । ବିଶ୍ୱ ଦୌଡକୁଦ ଲଢ଼େଇର ଶୁଭାରମ୍ଭ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆଜି ଅପରାହ୍ଣ ୪ଟାରେ ମହିଳା ଡିସ୍କସ ଥ୍ରୋରୁ ପ୍ରତିଯୋଗିତା ଆରମ୍ଭ ହେବ । ଷ୍ଟାଡିୟମ୍ ରେ ଏହି ପ୍ରତିଯୋଗିତା ଦେଖିବା ପାଇଁ ଦର୍ଶକଙ୍କ ପ୍ରବେଶକୁ ମାଗଣା କରାଯାଇଛି ।

ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ, ଆଥ୍‌ଲେଟିକ୍ସ ଫେଡେରେସନ୍ ଅଫ୍ ଇଣ୍ଡିଆ (ଏଏଫ୍ଆଇ) ଏବଂ ବିଶ୍ୱ ଆଥ୍‌ଲେଟିକ୍ସର ମିଳିତ ସହଯୋଗରେ ଏହି ଏକ ଦିବସୀୟ ଦୌଡକୁଦ ପ୍ରତିଯୋଗିତାର ପ୍ରସ୍ତୁତି ଶେଷ ହୋଇଛି । କେବଳ ପ୍ରତିଯୋଗିତାକୁ ଅପେକ୍ଷା ରହିଛି । ଭାରତ ସହିତ ୧୨ ଏସିୟ ଦେଶ, ମୋଟ ୨୩ ଦେଶରୁ ୧୮୭ ଖେଳାଳି ଏହି ମହାଦେଶୀୟ ଲଢେଇରେ ଅବତୀର୍ଣ୍ଣ ହୋବାକୁ ଯାଉଛନ୍ତି ।

ପୁରୁଷ ଓ ମହିଳା ବର୍ଗରେ ସମାନ ୯ ଲେଖାଏଁ ମୋଟ ୧୮ ଇଭେଣ୍ଟ୍ ରେ ଏହାର ପ୍ରତିଦ୍ୱନ୍ଦିତା ହେବ । ଭାରତରୁ ୮୮ ଜଣ ଅଂଶଗ୍ରହଣ କରୁଥିବା ବେଳେ ଓଡ଼ିଶାରୁ ଅଛନ୍ତି ୬ଜଣ । ଏସୀୟ କ୍ରୀଡା ପୂର୍ବରୁ ପ୍ରସ୍ତୁତି ପଥରେ ଥିବା ଅନିମେଷ କୁଜୁରଙ୍କ ବ୍ୟତୀତ ବାପି ହାଁସଦା (ପୁରୁଷ ୮୦୦ ମିଟର), ସ୍ୱାଧୀନ କୁମାର ମାଝୀ(ପୁରୁଷ ୮୦୦ ମିଟର), କିଶୋର କୁମାର ଜେନା ( ପୁରୁଷ ଜାଭଲିନ), ଶ୍ରାବଣୀ ନନ୍ଦ (ମହିଳା ୧୦୦ ମିଟର) ଓ ପ୍ରଜ୍ଞାପ୍ରଶାନ୍ତି ସାହୁ (ମହିଳା ୧୦୦ ମିଟର ହର୍ଡଲ୍ସ)ଙ୍କ ଉପରେ ରହିବ ଦର୍ଶକଙ୍କ ନଜର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ହ୍ବାଏ ଆଇ ଷ୍ଟାଣ୍ଡ ଫର୍ ମିଟିଂ ପାଲଟିଲା ରଣକ୍ଷେତ୍ର 🔴 ସରିଲା ପ୍ରଚାର, ଆଜି ‘‘WHY I STAND FOR’ ମିଟିଂ 🔴 ଗ୍ୟାସ୍ ପାଇପ୍ ଲାଇନ୍ ଫାଟି ଅଗ୍ନିକାଣ୍ଡ 🔴 ସୁକମାରେ ବିପୁଳ ମାଓ ଡମ୍ପ ଜବତ 🔴 ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା 🔴 ୧୩ରେ ଲଘୁଚାପ! 🔴 ଆଜି ଦିଲ୍ଲୀରେ ପୁଣି କଂଗ୍ରେସର ପ୍ରତିବାଦ 🔴 ନେପାଳରେ ପୁଣି ଭୟଙ୍କର ବନ୍ୟା, ଭାସିଗଲା ଅନେକ ଘର 🔴 ରୋଷେଇ ବେଳେ ଫାଟିଲା ଗ୍ୟାସ ଟାଙ୍କି, ଶିଶୁ କନ୍ୟାର ମୃତ୍ୟୁ 🔴 ଆଜି ପୁଣି ଜୋରଦାର ହୋଇପାରେ CJP ଆନ୍ଦୋଳନ 🔴 ହ୍ବାଏ ଆଇ ଷ୍ଟାଣ୍ଡ ଫର୍ ମିଟିଂ ପାଲଟିଲା ରଣକ୍ଷେତ୍ର 🔴 ସରିଲା ପ୍ରଚାର, ଆଜି ‘‘WHY I STAND FOR’ ମିଟିଂ 🔴 ଗ୍ୟାସ୍ ପାଇପ୍ ଲାଇନ୍ ଫାଟି ଅଗ୍ନିକାଣ୍ଡ 🔴 ସୁକମାରେ ବିପୁଳ ମାଓ ଡମ୍ପ ଜବତ 🔴 ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା 🔴 ୧୩ରେ ଲଘୁଚାପ! 🔴 ଆଜି ଦିଲ୍ଲୀରେ ପୁଣି କଂଗ୍ରେସର ପ୍ରତିବାଦ 🔴 ନେପାଳରେ ପୁଣି ଭୟଙ୍କର ବନ୍ୟା, ଭାସିଗଲା ଅନେକ ଘର 🔴 ରୋଷେଇ ବେଳେ ଫାଟିଲା ଗ୍ୟାସ ଟାଙ୍କି, ଶିଶୁ କନ୍ୟାର ମୃତ୍ୟୁ 🔴 ଆଜି ପୁଣି ଜୋରଦାର ହୋଇପାରେ CJP ଆନ୍ଦୋଳନ