Masthead

ଯୁବକଙ୍କ ସନ୍ଦେହଜନକ ମୃତ

କାମାକ୍ଷାନଗର (ବଡ଼ ଖବର ବ୍ୟୁରୋ): ଭୁବନ ଥାନା ମାର୍ଥାପୁର ଦେହୁରୀ ସାହିରେ ଜଣେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ ଚର୍ଚ୍ଚାର ବିଷୟ ହୋଇଛି । ଅକ୍ଷୟ ଦେହୁରୀ (୩୫)ଙ୍କ ମୃତ୍ୟୁର କାରଣ ବିଷାକ୍ତ ମଦ ବୋଲି କୁହାଯାଉଛି । କାମାକ୍ଷାନଗର ପୋଲିସ ଶବ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି । ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରିଛି ପୋଲିସ । କିଛିବର୍ଷ ହେବ ମର୍ଥାପୁର ପଞ୍ଚାୟତ ରେ ବିଷାକ୍ତ ଦେଶୀ ମଦ କାରବାର ଭଲ ଭାବରେ ଚାଲୁଛି । ଏହି ପଂଚାୟତର କେଳା ସାହିରେ ବେଆଇନ ଭାବେ ବିକ୍ରି ହେଉଥିବା ମଦପିଇ ପୂର୍ବରୁ ଅନେକ ଲୋକଙ୍କର ମୃତ୍ୟୁ ଘଟିଛି । ପ୍ରତିଦିନ ମର୍ଥାପୁର ପଞ୍ଚାୟତରେ ଶହ ଶହ ଲିଟର ଦେଶୀ ମଦ ବହୁଳ ଭାବରେ ବିକ୍ରି ହେଉଛି । କିନ୍ତୁ ଅବକାରୀ ବିଭାଗ ପକ୍ଷରୁ କୌଣସି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ