Masthead

ଭାରୀ ପଡିପାରନ୍ତି ବେଣୁଧର

ବାଲେଶ୍ୱର,(ବଡ଼ ଖବର ବ୍ୟୁରୋ): ଚର୍ଚ୍ଚାରେ ବେଣୁଧର ବାରିକ ଓରଫ୍ ବେଣୁ ମଉସା । ବେଣୁଧରଙ୍କୁ ନେଇ ବାଲେଶ୍ୱର ବ୍ୟାଟେଲ ସରଗରମ । ନଭେମ୍ବର ୩ରେ ହେବାକୁ ଥିବା ବାଲେଶ୍ୱର ଉପନିର୍ବାଚନରେ ସେ ହୋଇଛନ୍ତି ସ୍ୱାଧୀନ ପ୍ରାର୍ଥୀ । ୯୦ବର୍ଷ ବୟସରେ ଗରିବଙ୍କ ହକ୍ ପାଇଁ ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି ବେଣୁଧର । ନିଜ ଜୀବନକାଳରେ ବଲେଶ୍ୱର ବସ୍ତିବାସିନ୍ଦାଙ୍କ ପାଇଁ ଅନେକ ଲଢେଇ ଲଢିଛନ୍ତି ସେ । ଏବେ ସୋସିଆଲ ମିଡିଆ ଷ୍ଟାର ପାଲଟିଛନ୍ତି ବେଣୁଧର । ତାଙ୍କର ଅନେକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଆଜିକାଲିର ବ୍ୟୟ ବହୁଳ ନିର୍ବାଚନରେ ବେଣୁ ନିଜ ସାଇକେଲରେ ଘରକୁ ଘର ବୁଲି ପ୍ରଚାର ଚଲେଇଚନ୍ତି । ସୋସିଆଲ ମିଡିଆରେ ତାଙ୍କ ସମର୍ଥକ କାହିଁରେ କେତେ । ବେଣୁଧରଙ୍କ ସରଳ ଜୀବନଯାପନର ଫଟୋ ସହ ସୁନ୍ଦର କ୍ୟାପସନ ଲେଖି ତାଙ୍କୁ ଭୋଟ ଦେବା ପାଇଁ ନିବେଦ କରୁଛନ୍ତି ୟୁଜର୍ସ । ଖାଲି ସେତିକି ନୁହେଁ ଯାତ୍ରା ଜଗତର ଆଇଟମ ଗାର୍ଲ ରାନୀ ପଣ୍ଡା ମଧ୍ୟ ବେଣୁଙ୍କ ପାଇଁ ପ୍ରଚାର କରିବାକୁ ବାଲେଶ୍ୱର ଆସିଥିଲେ । ଆଜି ହାଇକୋର୍ଟର ଓକିଲ ସଂଘ ତଥା ଜନଶକ୍ତି ପାର୍ଟିର କର୍ମକର୍ତ୍ତାମାନେ ବେଣୁଙ୍କ ସମର୍ଥନରେ ବାଲେଶ୍ୱରେ ପ୍ରଚାର କରିଛନ୍ତି । ସୋସିଆଲ ମିଡିଆରେ ବେଣୁଙ୍କ ଫଟୋ ଭାଇରାଲ ହେବା ପରେ ନିର୍ବାଚନ ମୈଦାନରେ ପଟ ପରିବର୍ତ୍ତନ ହୋଇପାରେ ବୋଲି ଚର୍ଚ୍ଚା ହେଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ନିଆଳିରେ ୨୭୫ ଅପମିଶ୍ରିତକାରୀଙ୍କ ନାଁରେ ଏତଲା’ 🔴 ସୋରୋରେ ବନ୍ୟା ସ୍ଥିତି 🔴 ଆସୁଛି ଆଉ ଏକ ଲଘୁଚାପ 🔴 ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ 🔴 ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ 🔴 ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କରିବାକୁ ଯାଇ ନଦୀରେ ଓଲଟିଲା ବୋଟ 🔴 ବୈତରଣୀରେ ପୁଣି ବନ୍ୟା, ବିପଦ ସଙ୍କେତ ଉପରେ ଜଳ ପ୍ରବାହ.. 🔴 ଏସୀୟ କ୍ରୀଡ଼ାରେ ଭାରତର ଆଉ ଏକ ଗୋଲ୍ଡ , କବାଡ଼ିରେ ଚମକିଲା ମହିଳା ଟିମ୍ 🔴 ବଢୁଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର! 🔴 ପୁଣି ଏକ ଡଲଫିନର ମୃତଦେହ ଉଦ୍ଧାର, ଦୁଇ ଦିନରେ ମିଳିଲା ୨ଟି 🔴 ‘ନିଆଳିରେ ୨୭୫ ଅପମିଶ୍ରିତକାରୀଙ୍କ ନାଁରେ ଏତଲା’ 🔴 ସୋରୋରେ ବନ୍ୟା ସ୍ଥିତି 🔴 ଆସୁଛି ଆଉ ଏକ ଲଘୁଚାପ 🔴 ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ 🔴 ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ 🔴 ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କରିବାକୁ ଯାଇ ନଦୀରେ ଓଲଟିଲା ବୋଟ 🔴 ବୈତରଣୀରେ ପୁଣି ବନ୍ୟା, ବିପଦ ସଙ୍କେତ ଉପରେ ଜଳ ପ୍ରବାହ.. 🔴 ଏସୀୟ କ୍ରୀଡ଼ାରେ ଭାରତର ଆଉ ଏକ ଗୋଲ୍ଡ , କବାଡ଼ିରେ ଚମକିଲା ମହିଳା ଟିମ୍ 🔴 ବଢୁଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର! 🔴 ପୁଣି ଏକ ଡଲଫିନର ମୃତଦେହ ଉଦ୍ଧାର, ଦୁଇ ଦିନରେ ମିଳିଲା ୨ଟି