Masthead

ଶୁଖିଯିବ ଚିରସ୍ରୋତା କାରୋ ନଦୀ

କୋଇଡ଼ା (ବଡ଼ ଖବର ବ୍ୟୁରୋ): ଶୁଖିଯିବ ଚିରସ୍ରୋତା କାରୋ ନଦୀ । ଇତିହାସରେ ରହିବ । ଭୁଗୋଳରୁ ଲୋପ ପାଇଯିବ । ହଜାର ହଜାର ଟନ୍ ଲୁହାପଥର ଗୁଣ୍ଡରେ କାରୋ ନଦୀର ଉତ୍ପତ୍ତିସ୍ଥଳ ପୋତି ହେବାରେ ଲାଗିଛି । ବାରମ୍ବାର ଅଭିଯୋଗ ପରେ ବି କାର୍ଯ୍ୟାନୁଷ୍ଠାନ ଶୂନ । ବିଭାଗୀୟ ଅଧିକାରୀଙ୍କ ଖଣି ପ୍ରୀତି ଯୋଗୁଁ କେବଳ ନୋଟିସ କରି ଚୁପ୍ ବସିଛି ପ୍ରଶାସନ । ରାଇକଳା ଅଞ୍ଚଳର ଚାଷଜମି ପୋତି ହେବା ଘଟଣାରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏବଂ ବନବିଭାଗ, ଖଣି ବିଭାଗ ନା ଇଣ୍ଡିଆନ ବ୍ୟୁରୋ ଅଫ ମାଇନ୍ସ କେହି କର୍ଣ୍ଣପାତ କରୁନାହାନ୍ତି । ଏ ସବୁ ବିଭାଗ ଦ୍ଵାରା କୌଣସି ପ୍ରାକୃତିକ ଝରଣାକୁ ନଷ୍ଟ ନକରିବାକୁ ଅନେକଗୁଡିଏ ଆଇନ୍ ଥିଲେ ମଧ୍ୟ ପେଙ୍ଗୁଇନ୍ ଟ୍ରେଡିଙ୍ଗ ଖଣି କମ୍ପାନୀ ଏଥିପ୍ରତି ଧ୍ୟାନ ଦେଉନାହିଁ ।

ଅନେକ ଦିନ ଧରି ଗ୍ରାମବାସୀ ପ୍ରଶାସନକୁ ବାରମ୍ବାର ଅଭିଯୋଗ କରି ଥକି ପଡିଲେଣି । ୨୦୧୭ରୁ କୋଇଡା ବ୍ଲକ ଭାଇସ ଚେୟାରମେନ ତଥା ବର୍ତ୍ତମାନର ଡେଙ୍ଗୁଲା ସରପଞ୍ଚ ବାବୁଲି ମୁଣ୍ଡା ଲିଖିତ ଭାବେ ସାଂସଦ ଜୁଏଲ ଓରାମ, ବିଧାୟକ ଲକ୍ଷ୍ମଣ ମୁଣ୍ଡା, ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ ସମେତ କୋଇଡା ବିଡିଓ, କୋଇଡା ଡିଡ଼ିଏମ୍ଙ୍କୁ ମଧ୍ୟ ଅବଗତ କରାଇଛନ୍ତି । କାରୋ ନଦୀ ଏବଂ ଚାଷଜମିରେ ନାଲିମାଟି ନ ପକାଇବାକୁ ପେଙ୍ଗୁଇନ୍ ଟ୍ରେଡିଂ ଖଣି କମ୍ପାନୀକୁ ମଧ୍ୟ ସେ ଚିଠି କରିଥିଲେ । କିନ୍ତୁ କେହି ଗୁରୁତ୍ୱ ଦେଉ ନଥିବା ବାବୁଲି ମୁଣ୍ଡା କହିଛନ୍ତି । ଇତି ମଧ୍ୟରେ ପ୍ରାକୃତିକ ଝରଣାଟି ସମ୍ପୂର୍ଣ୍ଣ ଖଣିମାଟିରେ ପୋତି ହୋଇଯାଇଛି । ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅଧିକାରୀ ମଧ୍ୟ ଚୁପ୍ ।

ଏ ସମ୍ପର୍କରେ ଗଣମାଧ୍ୟମରେ ବାରମ୍ବାର ଖବର ପ୍ରସାରଣ ହେବାରୁ ପେଙ୍ଗୁଇନ୍ ଟ୍ରେଡିଂ ଖଣି କମ୍ପାନୀକୁ ୨୦୨୧ ଏବଂ ୨୦୨୨ରେ ପ୍ରଦୂଷଣ ବିଭାଗ କେବଳ ନୋଟିସ୍ କରି ଛାଡିଦେଇଛି । ଅନେକ ବର୍ଷ ଧରି ପେଙ୍ଗୁଇନ୍ ଟ୍ରେଡିଂ ଖଣି କମ୍ପାନୀ ପ୍ରଦୂଷଣ ନିୟମ ଉଲ୍ଲଘଂନ କରୁଥିବା ବେଳେ ଚତୁରତାର ସହ ପରିବେଶ ମଞ୍ଜୁରୀକୁ ମଧ୍ୟ ହାତେଇ ନେଇଛି । ଇତି ମଧ୍ୟରେ ଦୁଇଗୋଟି ପ୍ରାକୃତିକ ଝର ମରିଯାଇଛି । ଚାରୋ ନଦୀ କ୍ଷେତ୍ରରେ ବିଭାଗୀୟ ଅଧିକାରୀ କେବେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ଲୋକେ ଅପେକ୍ଷା କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା