ଡେଲିଭରୀ ବୟଙ୍କୁ ଅପହରଣ !

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ରାଜଧାନୀରେ ଡେଲିଭରୀ ବୟଙ୍କୁ ଅପହରଣ ! ଭୁବନେଶ୍ୱରର ଧଉଳି ଥାନା ଅଞ୍ଚଳରୁ ଜଣେ ଡେଲିଭରି ବୟଙ୍କୁ ଅପହରଣ କରି ନିଆଯାଇଥିବା ଅଭିଯୋଗ ହୋଇଛି। ଲିଙ୍ଗିପୁର ପାଖ ଦୟାନଦୀ ନିକଟସ୍ଥ ରାସ୍ତାରୁ ତାଙ୍କର ଚପଲ, ବ୍ୟାଗ୍‌, ମନିପର୍ସ ଓ ଗଞ୍ଜି ମିଳିଛି। ଏହି ଡେଲିଭରୀ ବୟଙ୍କ ନାଁ ପତିତପାବନ ପୃଷ୍ଟି। ସେ ନୂଆଗାଁ ସ୍ଥିତ ବିଜୟ ବିହାରରେ ଭଡ଼ା ଘରେ ରହନ୍ତି। ସେ ତାଙ୍କ ପରିବାର ଲୋକଙ୍କୁ ଏକ ଭଏସ୍ ମେସେଜ୍‌ ଯୋଗେ ତାଙ୍କୁ ଅପହରଣ କରାଯାଇଥିବା ସୂଚନା ଦେଇଛନ୍ତି।

ତେବେ କେଉଁ ପରିସ୍ଥିତିରେ ଓ କିଭଳି ଭାବେ ତାଙ୍କୁ ଅପହରଣ କରାଯାଇଛି, ସେ ନେଇ କିଛି ସ୍ପଷ୍ଟ ହୋଇନି। ପତିତପାବନଙ୍କ ପରିବାର ଲୋକେ ଘଟଣା ସଂପର୍କରେ ଧଉଳି ଥାନାରେ ଏତଲା ଦେଇଛନ୍ତି। ପୁଲିସ୍ ପତିତପାବନଙ୍କ ଚପଲ, ବ୍ୟାଗ ଓ ମନିପର୍ସ ଆଦି ପଡ଼ିଛି ଜବତ କରିଛି। ଘଟଣାସ୍ଥଳରୁ ଏକ ଛୁରୀ ମଧ୍ୟ ଜବତ କରାଯାଇଛି। ପତିତପାବନଙ୍କ ପତ୍ନୀଙ୍କ କହିବା ଅନୁଯାୟୀ, ରାତି ୧୦ଟା ୧୫ରେ ତାଙ୍କ ନିକଟକୁ ଏକ ଭଏସ୍ ମେସେଜ୍ ଆସିଥିଲା।

ତେବେ ସେ ଦେଖି ନଥିଲେ। ରାତି ପ୍ରାୟ ୨ଟା ବେଳେ ସେ ଭଏସ୍‌ ମେସେଜ୍ ଶୁଣିଥିଲେ। ତାଙ୍କ ସ୍ୱାମୀ ଭଏସ୍ ମେସେଜ୍ ପଠାଇ ତାଙ୍କୁ ଅପହରଣ କରାଯାଇଥିବା କହିଥିଲେ। ତାଙ୍କୁ ଏକ ଅଟୋରେ ବସାଇ ପେଟରେ ଛୁରୀ ରଖି ୪ ଜଣ ଲୋକ ନେଇ ଯାଉଥିବା ସେ କହିଥିଲେ। ଏହାପରେ ପରିବାର ଲୋକେ ତାଙ୍କୁ ଖୋଜାଖୋଜି କରିବା ପାଇଁ ବାହାରି ଯାଇଥିଲେ। ସୂଚନାଯୋଗ୍ୟ, ପ୍ରାୟ ୧୦ ଦିନ ତଳେ ଭୁବନେଶ୍ୱରର ଜୟଦେବ ବିହାରର ବିଜୁପଟ୍ଟନାୟକ କଲେଜ ଛକ ନିକଟ ରାସ୍ତାକଡ଼ରୁ ଜଣେ ଡେଲିଭରି ବୟଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ସେ ଜଗତସିଂହପୁର ଜିଲ୍ଲା ଲୋକ ହୋଇଥିବା ବେଳେ ପାଣ୍ଡରାରେ ରହି ଡେଲିଭରି ବୟ ଭାବେ କାମ କରୁଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’