Masthead

ଚନ୍ଦ୍ରାୟନ-୩ ମିଶନରେ ସାମିଲ ଓଡ଼ିଆ ପୁଅ ଶୁଭାଶିଷ ନାୟକ

ଡେରାବିଶ (ବଡ଼ ଖବର ବ୍ୟୁରୋ): ଚନ୍ଦ୍ରକୁ ଗଲା ଚନ୍ଦ୍ରାୟନ-୩ । ଏହି ମିଶନରେ ସାମିଲ୍ ଅଛନ୍ତି ଓଡ଼ିଆ ପୁଅ । କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ ମୁକୁନ୍ଦପୁର ଗ୍ରାମର ଯୁବକ ଶୁଭାଶିଷ ନାୟକ। ଏବେ ସେ ” ISRO”ରେ Technician ଭାବେ କାର୍ୟ୍ୟରତ ଅଛନ୍ତି । ସୁଭାଶିଷ ଦଶମ ପାସ ପରେ ଆଇଟିଆଇ ପଢା ଶେଷ ହେବା ପରେ ବିଭିନ ଇଣ୍ଟରଭିଉ ଦେଇ ଶେଷରେ ୨୦୧୮ ମସିହାରେ ଇସ୍ରୋରେ ନିଯୁକ୍ତି ପାଇଥିଲେ । ଚାରି ବର୍ଷ ପରେ ସୁଭାଶିଷ ଚନ୍ଦ୍ରାୟନ-୩ ଅଭିଯାନରେ ସାମିଲ ହୋଇ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି ।

ମୁକୁନ୍ଦପୁର ମାଟିରୁ ଇସ୍ରୋ ପର୍ୟ୍ୟନ୍ତ ସଫଳ ଅଭିଯାନ ଓ ଚନ୍ଦ୍ରାୟନ ୩ ମିଶନରେ ସାମିଲ ହେବା ପରେ ଖୁସିରେ ଭାବବିହ୍ଵଳ ସୁଭାଶିଷଙ୍କ ପରିବାର ଓ ଅଞ୍ଚଳବାସୀ । ପରିବାରର ଅଭାବୀ ବୋଝ ଭିତରେ ମଧ୍ୟ ସୁଭାଶିଷଙ୍କ ଗୋଟାଏ ଜିଦ ଥିଲା ସେ ମେକାନିକାଲ ଲାଇନରେ ଯିବେ । ପିଲାଦିନୁ ତାଙ୍କର ଏଥିପ୍ରତି ବହୁତ ଆଗ୍ରହ ଥିଲା । ନିଜ ସ୍ବପ୍ନ ଓ ଇଚ୍ଛାଶକ୍ତିକୁ ସଫଳ ରୂପାୟନ କରିବାପାଇଁ ସେ ଆଇଟିଆଇ ପଢିଥିଲେ. ଏବେ ସେ ପାଇଥିବା ସଫଳତାରେ ବାପା,ମାଙ୍କ ଖୁସି କହିଲେ ନସରେ । ପିଲାଟି ଦିନରୁ ଆଜିଯାଏଁ ପୁଅର ପରିଶ୍ରମ ଓ ପରିଶ୍ରମର ସାର୍ଥକତା ସମ୍ପର୍କିତ ବର୍ଣ୍ଣନା କରିଥିଲେ । ନିଜର ଜିଦି ଅଦମ୍ୟ ଇଚ୍ଛାଶକ୍ତି ବଳରେ ସୁଭାଶିସ ଆଜି ସଫଳ ହୋଇପାରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ